କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି: କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି ରହିଛି। କୁଳପତିଙ୍କୁ ହଟାଇବା ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ। ଆଜି ଧାରଣା ସମୟରେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ।

ସୂଚନାଯୋଗ୍ୟ, କୁଳପତିଙ୍କୁ ହଟାଇବା ଦାବିରେ ଛାତ୍ର ଅଶାନ୍ତି ଲାଗି ରହିବାରୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା। ଗତ ୨ ତାରିଖରେ ସାଇନ-ଏ-ଡାଏ ଉଠିଥିଲା। ୩ ତାରିଖରୁ  କ୍ୟାମ୍ପସରେ ପାଠପଢା ଆରମ୍ଭ  ହେବାର ଥିଲା। ହେଲେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ଛାତ୍ରଛାତ୍ରୀମାନେ ୬୦ ଦଫା ଦାବି ପୂରଣ ଲାଗି ଅଡ଼ି ବସିଛନ୍ତି।

ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନ ସୁନାବେଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଚାଲୁଥିବାବେଳେ ଆଜି ଲାଣ୍ଡିଗୁଡ଼ାସ୍ଥିତ ପୁରୁଣା କ୍ୟାମ୍ପସରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଧାରଣା ଦେଇଛନ୍ତି। ଧାରଣାରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଅସୁସ୍ଥ ହୋଇଥିବା ଜଣାପଡିଛି। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କ୍ୟାମ୍ପସରେ ଫୋର୍ସ ମୁତୟନ କରାଯାଇଛି।

Ordigital Desk
• Published: Thursday, 05 April 2018
• Updated: 05 April 2018, 05:10 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି ରହିଛି। କୁଳପତିଙ୍କୁ ହଟାଇବା ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ। ଆଜି ଧାରଣା ସମୟରେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ।

ସୂଚନାଯୋଗ୍ୟ, କୁଳପତିଙ୍କୁ ହଟାଇବା ଦାବିରେ ଛାତ୍ର ଅଶାନ୍ତି ଲାଗି ରହିବାରୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା। ଗତ ୨ ତାରିଖରେ ସାଇନ-ଏ-ଡାଏ ଉଠିଥିଲା। ୩ ତାରିଖରୁ  କ୍ୟାମ୍ପସରେ ପାଠପଢା ଆରମ୍ଭ  ହେବାର ଥିଲା। ହେଲେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ଛାତ୍ରଛାତ୍ରୀମାନେ ୬୦ ଦଫା ଦାବି ପୂରଣ ଲାଗି ଅଡ଼ି ବସିଛନ୍ତି।

ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନ ସୁନାବେଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଚାଲୁଥିବାବେଳେ ଆଜି ଲାଣ୍ଡିଗୁଡ଼ାସ୍ଥିତ ପୁରୁଣା କ୍ୟାମ୍ପସରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଧାରଣା ଦେଇଛନ୍ତି। ଧାରଣାରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଅସୁସ୍ଥ ହୋଇଥିବା ଜଣାପଡିଛି। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କ୍ୟାମ୍ପସରେ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos