କୋରାପୁଟ ଗଣଦୁଷ୍କର୍ମ ଘଟଣାକୁ ନେଇ ତେଜୁଛି ଅସନ୍ତୋଷ: ଆସନ୍ତାକାଲି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ

କୋରାପୁଟ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ୬ ଦିନ ବିତିଲାଣି, ହେଲେ ଏପର୍ଯ୍ୟନ୍ତ ଧରାପଡିନାହାଁନ୍ତି ଅଭିଯୁକ୍ତ। କ୍ରାଇମ୍‌ବ୍ରାଞ୍ଚ ଓ ଫରେନ୍‌ସିକ୍‌ ଟିମ୍ ତଦନ୍ତ ଜାରି ରଖିଥିଲେ ବି ଅଭିଯୁକ୍ତଙ୍କ ସୁରାକ ପାଉନାହାଁନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଘଟଣାର ପ୍ରତିବାଦ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଆସନ୍ତାକାଲି ୭ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ। ସେହିପରି ସମାନ ଦାବିରେ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟି […]

koraput1

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 07:22 PM IST

କୋରାପୁଟ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ୬ ଦିନ ବିତିଲାଣି, ହେଲେ ଏପର୍ଯ୍ୟନ୍ତ ଧରାପଡିନାହାଁନ୍ତି ଅଭିଯୁକ୍ତ। କ୍ରାଇମ୍‌ବ୍ରାଞ୍ଚ ଓ ଫରେନ୍‌ସିକ୍‌ ଟିମ୍ ତଦନ୍ତ ଜାରି ରଖିଥିଲେ ବି ଅଭିଯୁକ୍ତଙ୍କ ସୁରାକ ପାଉନାହାଁନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଘଟଣାର ପ୍ରତିବାଦ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଆସନ୍ତାକାଲି ୭ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ। ସେହିପରି ସମାନ ଦାବିରେ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ମଧ୍ୟ ଆସନ୍ତାକାଲି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି।

ପୀଡିତା ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଗତକାଲି ରାଜ୍ୟ ମହିଳା କମିଶନର ୪ ଜଣିଆ ଟିମ୍ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ଯାଇ ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

Related story