ଥାନାରୁ ଫେରୁଥିଲି, ହଠାତ୍‌ ଫୋନ୍ ଆସିଲା ତୁମେ ଓଏଏସ୍‌ ପାଇଛ-ମୁଁ ଡରିଗଲି

ଜୟପୁର(ଟି. ଗୌରୀ ଶଙ୍କର):କେତେବଳେ ରାତି  ଓ ଦିନ ହୋଇ ଯାଉଥିଲା ତାହା ମୁଁ ଜାଣି ପାରୁ ନଥିଲି। ପରିଶ୍ରମରେ ମୁଁ ଏତେ ଲାଗିପଡ଼ୁଥିଲି ଯେ, ଖାଦ୍ୟ ପେୟ ସବୁ କିଛି ଭୁଲି ଯାଉଥିଲି। ଏକଥା କହିଛନ୍ତି ଚଳିତ ବର୍ଷ ଓଏସ୍‌ ପାଇଥିବା ରୀତୁ ସିଂ କରିଛନ୍ତି। ୨୦୧୮ ବର୍ଷର ଓଏଏସ୍ ରେଜଲ୍ଟରେ କୃତକାର୍ଯ୍ୟ ହୋଇଛନ୍ତି ଓଡ଼ିଶା ପୋଲିସ୍‌ର ମହିଳା କନଷ୍ଟେବଳ କାର୍ଯ୍ୟ କରୁଥିବା ରୀତୁ ସିଂ । କୋରାପୁଟ ଜିଲ୍ଲା ଜୟପୁରର ରୀତୁ ୨୦୪ ରାଙ୍କରେ ଉତୀର୍ଣ୍ଣ […]

n-6fgh

n-6fgh

Tapas Behera
  • Published: Tuesday, 07 January 2020
  • Updated: 07 January 2020, 10:53 PM IST

Sports

Latest News

ଜୟପୁର(ଟି. ଗୌରୀ ଶଙ୍କର):କେତେବଳେ ରାତି  ଓ ଦିନ ହୋଇ ଯାଉଥିଲା ତାହା ମୁଁ ଜାଣି ପାରୁ ନଥିଲି। ପରିଶ୍ରମରେ ମୁଁ ଏତେ ଲାଗିପଡ଼ୁଥିଲି ଯେ, ଖାଦ୍ୟ ପେୟ ସବୁ କିଛି ଭୁଲି ଯାଉଥିଲି। ଏକଥା କହିଛନ୍ତି ଚଳିତ ବର୍ଷ ଓଏସ୍‌ ପାଇଥିବା ରୀତୁ ସିଂ କରିଛନ୍ତି। ୨୦୧୮ ବର୍ଷର ଓଏଏସ୍ ରେଜଲ୍ଟରେ କୃତକାର୍ଯ୍ୟ ହୋଇଛନ୍ତି ଓଡ଼ିଶା ପୋଲିସ୍‌ର ମହିଳା କନଷ୍ଟେବଳ କାର୍ଯ୍ୟ କରୁଥିବା ରୀତୁ ସିଂ ।

କୋରାପୁଟ ଜିଲ୍ଲା ଜୟପୁରର ରୀତୁ ୨୦୪ ରାଙ୍କରେ ଉତୀର୍ଣ୍ଣ ହୋଇଛନ୍ତି। ପିଲା ବେଳରୁ କ୍ରିକେଟର୍ ହେବାକୁ ସ୍ୱପ୍ନ ଦେଖିଥିବା ରୀତୁ ପରବର୍ତ୍ତୀ ସମୟରେ ଓଡ଼ିଶା ମହିଳା କ୍ରିକେଟ୍ ଟିମ୍‌ର ପ୍ରତିନିଧିତ୍ୱ କରିଥିଲେ। ପରେ ପୁଲିସରେ ଯୋଗଦାନ କରିଥିଲେ । ହେଲେ ପ୍ରଶାସନିକ ସେବା ପ୍ରତି ଆକୃଷ୍ଟ ହେବା ପରେ ରୀତୁ ଏନେଇ ନିଜକୁ ପ୍ରସ୍ତୁତ କରିଥିଲେ। ବିନା କୌଣସି କୋଚିଂରେ ନିଜର ଓ ପରିବାରଲୋକଙ୍କ ସହାୟତାରେ ସେ ସଫଳ ହୋଇଛନ୍ତି। ସେ ୨୦୪ ରାଙ୍କରେ ସେ ଓଏସ୍‌ ପାଇଛନ୍ତି। ସେ କହିଛନ୍ତି ଯେ, ଏହି ଓଏଏସ୍‌ ପାଇଁ ମୋତେ ବହୁ ପରିଶ୍ରମ କରିବାକୁ ପଡ଼ିଛି। ପ୍ରାୟ ଦେଢ଼ ବର୍ଷ ହେବ ମୁଁ ରାତି ଦିନ ପରିଶ୍ରମ କରିଛି। କନଷ୍ଟେବଳ ଚାକିରି କରିଥିଲେ ମଧ୍ୟ ଓଏଏସ୍‌ ପ୍ରତି ମୋର ଲକ୍ଷ୍ୟ ଥିଲା।

ତେବେ ଅତ୍ୟନ୍ତ ନିଷ୍ଠାର ସହ ମୁଁ ଏମିତି ପ୍ରସ୍ତୁତିରେ ମଜି ଯାଉଥିଲି ଯେ, ବାହାରେ କେତେବେଳେ ରାତି ଓ ଦିନ ହୋଇ ଯାଉଥିଲା ମତେ ଜଣାପଡ଼ୁନଥିଲା। ୧୦ରୁ ୧୨ ଘଣ୍ଟା ପଢ଼ୁଥିଲି। ସବୁଦିନ ପରି ସୋମବାର ମଧ୍ୟ ପୁଲିସ ଡିପାର୍ଟମେଣ୍ଟ ଯାଇଥିଲି। ହଠାତ୍‌ ଭିଣୋଇ ଫୋନ୍‌ କଲେ।  କହିଲେ ଆରେ ଓଏସ୍‌ ରେଜଲଟ୍‌ ବାହାରିଲା ଦେଖିଲୁକି ନାହିଁ ? ମୁଁ ଏହି ଖବର ଶୁଣି ଟିକେ ଡରିଗଲି। ବସ୍‌ରେ ଘରକୁ ଫେରୁଥିଲି। କାଳେ ମୁଁ ପାଇଥିବିକି ନାହିଁ। ପରେ ମୁଁ ମୋବାଇଲରେ ଦେଖି ସ୍କ୍ରଲ୍‌ କଲାପରେ ଜାଣିଲି ମୁଁ ୨୦୪ ରାଙ୍କରେ ଅଛି।

ଏହା ପରେ ମୁଁ ବହୁ ଖୁସି ହୋଇ ଯାଇଥିଲି। ଏଥିପାଇଁ ମୋ ଘର ଲୋକେ ମତେ ବହୁ ସମର୍ଥନ କରିଛନ୍ତି ବୋଲି ସେ କହିଛନ୍ତି।

ପାଠ ପଢ଼ାରୁ କ୍ରିକେଟ୍। ପରେ ପୁଲିସ ଚାକିରୀ।  ଆଉ ତାସହ ସିଭିଲ୍ ସର୍ଭିସ୍‌ ସ୍ୱପ୍ନ। ରିତୁ ସିଂଙ୍କ ସ୍ୱପ୍ନର ତରୀ ବାରମ୍ବାର ଦିଗ ବଦଳାଇନି, ବରଂ ଜୀବନର ନୂଆ ନୂଆ ଦିଗକୁ ଆବିଷ୍କାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos