କୋରାପୁଟର ଆମ୍ବ ଦିଲ୍ଲୀରେ ବିକ୍ରି ହେବ

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟର ଆମ୍ବ ଦିଲ୍ଲୀରେ ଜିଲ୍ଲା ପ୍ରଶାସନର ‘ଓରମାସ୍’ ସହାୟତାରେ ସହାୟତାରେ ବିକ୍ରି ହେବ। ଗତକାଲି କୋରାପୁଟ୍‌ର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ଦିଲ୍ଲୀ ବଜାରରେ ବିକ୍ରି ପାଇଁ ଯାଇଛି। ଏହା ନିୟମିତ ଭାବେ କରାଗଲେ ଆମ୍ବ ପାଇଁ ଉଚିତ ମୂଲ୍ୟ ମିଳିବ ବୋଲି ଆମ୍ୱ ଚାଷୀ ଆଶା କରିଛନ୍ତି। ଆମ୍ବ କିଣିବା ପାଇଁ ଦିଲ୍ଲୀର ମଦର୍ସ ଡେୟାରୀର ପ୍ରତିନିଧି ନିକଟରେ କୋରାପୁଟ ଆସିଥିଲେ। ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ଆମ୍ବ ଚାଷୀଙ୍କ […]

koraput1

Manoranjan Sial
  • Published: Tuesday, 11 June 2019
  • , Updated: 11 June 2019, 06:06 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟର ଆମ୍ବ ଦିଲ୍ଲୀରେ ଜିଲ୍ଲା ପ୍ରଶାସନର 'ଓରମାସ୍' ସହାୟତାରେ ସହାୟତାରେ ବିକ୍ରି ହେବ। ଗତକାଲି କୋରାପୁଟ୍‌ର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ଦିଲ୍ଲୀ ବଜାରରେ ବିକ୍ରି ପାଇଁ ଯାଇଛି। ଏହା ନିୟମିତ ଭାବେ କରାଗଲେ ଆମ୍ବ ପାଇଁ ଉଚିତ ମୂଲ୍ୟ ମିଳିବ ବୋଲି ଆମ୍ୱ ଚାଷୀ ଆଶା କରିଛନ୍ତି।

ଆମ୍ବ କିଣିବା ପାଇଁ ଦିଲ୍ଲୀର ମଦର୍ସ ଡେୟାରୀର ପ୍ରତିନିଧି ନିକଟରେ କୋରାପୁଟ ଆସିଥିଲେ। ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ଆମ୍ବ ଚାଷୀଙ୍କ ବଗିଚା ଦେଖିଥିଲେ। ପରେ ଦଶମନ୍ତପୁର ଖଜୁରିପୁଟ ଗ୍ରାମର ଦୁଇଜଣ ଚାଷୀ ନାଥ ସାନ୍ତା ଓ ପରମା ପୂଜାରୀଙ୍କ ଆମ୍ବ ବଗିଚାରେ ଫଳିଥିବା ଉନ୍ନତ ମାନର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ନେବାକୁ ସ୍ଥିର କରିଥିଲେ। ଉଭୟଙ୍କ ବଗିଚାଲୁ ପ୍ରାୟ ଦୁଇ ଟନ ଆମ୍ବ ଦିଲ୍ଲୀ ନିଆଯାଇଥିବା ଓରମାସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇଥିବାରୁ ଚାଷୀ ମଧ୍ୟ ବେଶ୍ ଖୁସି ଅନୁଭବ କରିଛନ୍ତି।

ଆମ୍ୱ ଚାଷୀ ନାଥ ସାନ୍ତା କହିଛନ୍ତି-“ଆଗରୁ ଏହି ଜମିରେ ମାଣ୍ଡିଆ ଚାଷ କରୁଥିଲୁ। ସେଥିରୁ ବେଶୀ ଲାଭ ମିଳୁନଥିଲା। ବହୁତ କ୍ଷତି ହେଉଥିଲା। ଓରମାସ୍‌ ସହାୟତାରେ ଆମେ ଏହି ଜମିକୁ ସମତୁଲ କରି ଆମ୍ୱ ଚାଷ କରିଛୁ। ବର୍ତ୍ତମାନ ଏଠାରେ ୪୮୦ଟି ଆମ୍ୱ ଗଛ ପୋତି ଥିଲୁ। ଗତବର୍ଷ ୩୦,୦୦୦ ଟଙ୍କାର ଆମ୍ୱ ବିକି ଥିଲୁ। ଏଥର ଆମ ଆମ୍ୱ ଦିଲ୍ଲୀ ପଠାଇଛୁ। ସେଥିରୁ ୬୦ ରୁ ୭୦ହଜାର ବା ତା'ଠାରୁ ଅଧିକ ଟଙ୍କାରେ ପାଇବୁ ବୋଲି ଭାବିଛୁ।”

Related story