କୋରାପୁଟ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ

କୋରାପୁଟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ଘଟଣାରେ ପୂର୍ବତନ କୋରାପୁଟ ଜିଲ୍ଲାପାଳ ୧୧ ଜଣ କିରାଣିଙ୍କୁ ଚାକିରିରୁ ନିଲମ୍ୱିତ କରିଥିଲେ। କିରାଣିଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇବା ଓ ଜିଲ୍ଲାପାଳଙ୍କ ବଦଳି ଦାବିରେ ଜିଲ୍ଲା ରାଜସ୍ୱ ଅମଲା ସଂଘ ଆନ୍ଦୋଳନ ଚଳାଇଥିଲା। ଆଜି ନୂତନ ଜିଲ୍ଲାପାଳ ଅନୁପମ ଶାହାଙ୍କ ସହିତ ଆଲୋଚନା ପରେ ୧୧ ଦିନ ଧରି ଚାଲିଥିବା ଧାରଣାକୁ ଜିଲ୍ଲା ରାଜସ୍ୱ ଅମଲା ସଂଘ ସ୍ଥଗିତ ରଖିଛି। ଗତ ୩ ତାରିଖରେ ସଂଘର ଏକ […]

koraput

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 09:34 PM IST

କୋରାପୁଟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ଘଟଣାରେ ପୂର୍ବତନ କୋରାପୁଟ ଜିଲ୍ଲାପାଳ ୧୧ ଜଣ କିରାଣିଙ୍କୁ ଚାକିରିରୁ ନିଲମ୍ୱିତ କରିଥିଲେ। କିରାଣିଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇବା ଓ ଜିଲ୍ଲାପାଳଙ୍କ ବଦଳି ଦାବିରେ ଜିଲ୍ଲା ରାଜସ୍ୱ ଅମଲା ସଂଘ ଆନ୍ଦୋଳନ ଚଳାଇଥିଲା।

ଆଜି ନୂତନ ଜିଲ୍ଲାପାଳ ଅନୁପମ ଶାହାଙ୍କ ସହିତ ଆଲୋଚନା ପରେ ୧୧ ଦିନ ଧରି ଚାଲିଥିବା ଧାରଣାକୁ ଜିଲ୍ଲା ରାଜସ୍ୱ ଅମଲା ସଂଘ ସ୍ଥଗିତ ରଖିଛି।

ଗତ ୩ ତାରିଖରେ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ସହିତ ଆଲୋଚନା କରିଥିଲା। ଆଲୋଚନା ବେଳେ ନିଲମ୍ୱନ ଆଦେଶ ପ୍ରତ୍ୟାହାର ଓ ଜିଲ୍ଲାପାଳଙ୍କ ବଦଳି ପାଇଁ ସଂଘ ଦାବି କରିଥିଲା। ଏଥିପାଇଁ ସଂଘ ୪୮ ଘଣ୍ଟା ମହଲତ ଦେଇଥିଲେ। ତେବେ ମହଲତ ନପୁରୁଣୁ ଜିଲ୍ଲାପାଳ ଜୟକୁମାର ଭିଙ୍କୁ ବଦଳି କରାଯାଇଛି।

Related story