କୋଟିଆରୁ ପ୍ରଶ୍ନ, ଆମେ କ'ଣ ସାବତପୁଅ?

କୋରାପୁଟ(ଓଡ଼ିଶା ରିପୋର୍ଟର): ଆମେ କ’ଣ ସାବତପୁଅ? କୋଟିଆ ବିବାଦୀୟ ଅଞ୍ଚଳର ବିକାଶ ନେଇ ପ୍ରଶାସନ ଯେତିକି ତତ୍ପର, କୋଟିଆର ଅନ୍ୟ ଗାଁର ବିକାଶ ପାଇଁ ସେତିକି ତତ୍ପର ନୁହେଁ କାହିଁକି ? କୋଟିଆ ପଞ୍ଚାୟତର ୧୩ଟି ଗାଁ ଲୋକେ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇ ଏଭଳି ପ୍ରଶ୍ନ କରିଛନ୍ତି। ଲୋକଙ୍କୁ ଆବଶ୍ୟକ କାମ ନ ମିଳିବା, ଚାଷ ଓ ଚାଷୀର ଉନ୍ନତି ନିମନ୍ତେ କୌଣସି ସହାୟତା ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। କୋଟିଆ ପଞ୍ଚାୟତର […]

kotia-banana

kotia-banana

Niranjan Mishra
  • Published: Tuesday, 18 October 2022
  • Updated: 20 October 2022, 10:05 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ଆମେ କ'ଣ ସାବତପୁଅ? କୋଟିଆ ବିବାଦୀୟ ଅଞ୍ଚଳର ବିକାଶ ନେଇ ପ୍ରଶାସନ ଯେତିକି ତତ୍ପର, କୋଟିଆର ଅନ୍ୟ ଗାଁର ବିକାଶ ପାଇଁ ସେତିକି ତତ୍ପର ନୁହେଁ କାହିଁକି ? କୋଟିଆ ପଞ୍ଚାୟତର ୧୩ଟି ଗାଁ ଲୋକେ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇ ଏଭଳି ପ୍ରଶ୍ନ କରିଛନ୍ତି। ଲୋକଙ୍କୁ ଆବଶ୍ୟକ କାମ ନ ମିଳିବା, ଚାଷ ଓ ଚାଷୀର ଉନ୍ନତି ନିମନ୍ତେ କୌଣସି ସହାୟତା ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। କୋଟିଆ ପଞ୍ଚାୟତର ମାତଲମ୍ବା, ସୁଲିଆମାରି, କାଟ୍ରାଗଡା, ସାଲିମପଦର୍, କାଲିଆମ୍ବ ଭଳି ୧୩ଟି ଗାଁ'ର ଲୋକେ ଏଭଳି ଅଭିଯୋଗ କରିଛନ୍ତି। ଏଥିସହ ବଖାଣିଛନ୍ତି ଦୈନଦିନ ସେମାନଙ୍କୁ ଜୀବନ ଜିଇଁବା ପାଇଁ ସମ୍ମୁଖୀନ ହେବାକୁ ପଡ଼ୁଥିବା ସଂଗ୍ରାମର କଥା।

ମାତଲମ୍ବାର ବିଶୁ ଖିଲ କହିଛନ୍ତି, ଦେଓମାଳୀ ପର୍ବତର ପାଦଦେଶରେ କୋଟିଆ ପଞ୍ଚାୟତ। ଏହି ପଞ୍ଚାୟତରେ ଛୋଟବଡ଼ ପ୍ରାୟ ୪୦ଟି ଗାଁ ରହିଛି। ତେବେ କୋଟିଆର ବିବାଦୀୟ ଗାଁ କହିଲେ ସରକାର କେବଳ ଫାଟୁସିନେରି ଠାରୁ ନେରେଡିବାଲାସା ପର୍ଯ୍ୟନ୍ତ ଅଞ୍ଚଳକୁ ବୁଝୁଛନ୍ତି। ଏହି ଗାଁ' ଗୁଡିକର ବିକାଶ ପାଇଁ ଅର୍ଥ ନିବେଶ କରୁଛନ୍ତି।

ସେହି କୋଟିଆ ପଞ୍ଚାୟତର ଅନ୍ୟ ଗାଁ'ର ବିକାଶ କଥା ସରକାର ଭୁଲିଯାଇଛନ୍ତି। ଏଠାର ଆଦିବାସୀ ଲୋକେ ପାହାଡ଼ର ଢାଲୁ ଜମିରେ କଦଳୀ ଓ ଅନ୍ୟାନ୍ୟ ଚାଷ କରୁଛନ୍ତି। ଏହାକୁ କୁନ୍ଦୁଲି ହାଟପଦା କିମ୍ବା ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶର ହାଟକୁ ନେଇ ବିକ୍ରି କରୁଛନ୍ତି। ସେଥିରୁ ଯେତିକି ଟଙ୍କା ମିଳୁଛି, ସେତିକିରେ ଗୁଜୁରାଣ ମେଣ୍ଟାଉଛନ୍ତି। ଅଳ୍ପ ଆୟରେ ପିଲାମାନଙ୍କ ପାଠପଢ଼ା ଓ ପରିବାର ଚଳାଇବାରେ ଖୁବ୍ କଷ୍ଟ ହେଉଛି। ହେଲେ ଶୁଣିବାକୁ କେହି ନାହିଁ।

ଅପରପକ୍ଷରେ ଦେଓମାଳୀରେ ପର୍ଯ୍ୟଟନର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହି ବିକାଶ କାମରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ କରାଯାଉନି। ଅନ୍ୟ ଲୋକ ଟେଣ୍ଡର ଧରୁଛନ୍ତି, ବାହାର ଲୋକ ଆସି କାମ କରୁଛନ୍ତି। ଏମ୍‌ଜିଏନ୍‌ଆରଜିଏସ୍‌ ଯୋଜନାରେ ହେଉଥିବା କାମଗୁଡ଼ିକରେ ମୂଲମଜୁରୀ ଖୁବ୍ ବିଳମ୍ବରେ ଓ କଷ୍ଟରେ ମିଳୁଛି। ତେଣୁ ଅନେକ ଲୋକ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଉଛନ୍ତି।

ଏନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଟିକାଇ ଗେମେଲ କହିଛନ୍ତି, ଏଠାରେ ଅଧିକାଂଶ ଲୋକେ ଚାଷ କରି ପେଟ ପୋଷନ୍ତି। ସେମାନଙ୍କ ଉନ୍ନତି ପାଇଁ ପ୍ରଶାସନ ବିଭିନ୍ନ ସହାୟତା ଯୋଗାଇ ଦେବା କଥା। ହେଲେ ଏଥିପ୍ରତି ଦୃଷ୍ଟି ଦିଆଯାଉନି। ଜିଲ୍ଲା ପରିଷଦ ବୈଠକରେ ଏହି ସମସ୍ୟା ଉପସ୍ଥାପନ କରାଯିବ।

ଓଡ଼ିଶା ସରକାର ନିଜ ରାଜ୍ୟର ନକ୍ସା ମଧ୍ୟରେ ଦେଓମାଳୀର ସ୍ଥିତି ସମ୍ପର୍କରେ ବିବାଦ ସୃଷ୍ଟି କରିଥିବା ବେଳେ ଦେଓମାଳୀର ପାଦଦେଶରେ ଥିବା କୋଟିଆ ପଞ୍ଚାୟତ ଏହି ଗାଁ ଗୁଡ଼ିକର ଉନ୍ନତିକରଣ ପ୍ରତି ମଧ୍ୟ ଉଚିତ୍ ଦୃଷ୍ଟି ଦେଉନି। ଯାହାକୁ ନେଇ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।

ଅବହେଳିତ ଗ୍ରାମ ଗୁଡ଼ିକ ପ୍ରତି କେତେଦୂର ନଜର ଦେଇ ନ୍ୟାୟ ପ୍ରଦାନ କରିବେ ସେ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story