‘ଏଲ୍ ଆଣ୍ଡ ଟି’କୁ ସିଜୁରୁମାଳି ଓ କୁଟୁରୁମାଳି ବକ୍ସାଇଟ୍ ଖଣିର ଲିଜ୍ ଦେବାକୁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ସୁପାରିଶ

ଭୁବନେଶ୍ୱର: ଓଡ଼ିଶାରେ ‘ଏଲ୍ ଆଣ୍ଡ ଟି’ ନିଜ ପ୍ଲାଣ୍ଟ ବସାଇବ। ଏ ନେଇ ବାଟ ଫିଟି ଯାଇଛି। ୩ ମିଲିୟନ୍ ଟନର ଆଲୁମିନିୟମ୍ ପ୍ଲାଣ୍ଟ ବସାଇବା ପାଇଁ କଂପାନୀ ରାଜି ହେବା ପରେ ସିଜୁରୁମାଳି ଓ କୁଟୁରୁମାଳି ବକ୍ସାଇଟ୍ ଖଣିର ମାଇନିଂ ଲିଜ୍ ଦେବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର। ତେବେ ବେଦାନ୍ତ ସହିତ ଏଲ୍ ଆଣ୍ଡ ଟି ସହ ଜଏଣ୍ଟ ଭେଞ୍ଚର କରିଥିଲେ ବି ବେଦାନ୍ତ ଏହି ଦୁଇ ଖଣିର ବକ୍ସାଇଟ୍ ବ୍ୟବହାର କରିପାରିବ […]

L&t

L&t

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 02:52 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ‘ଏଲ୍ ଆଣ୍ଡ ଟି’ ନିଜ ପ୍ଲାଣ୍ଟ ବସାଇବ। ଏ ନେଇ ବାଟ ଫିଟି ଯାଇଛି। ୩ ମିଲିୟନ୍ ଟନର ଆଲୁମିନିୟମ୍ ପ୍ଲାଣ୍ଟ ବସାଇବା ପାଇଁ କଂପାନୀ ରାଜି ହେବା ପରେ ସିଜୁରୁମାଳି ଓ କୁଟୁରୁମାଳି ବକ୍ସାଇଟ୍ ଖଣିର ମାଇନିଂ ଲିଜ୍ ଦେବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର। ତେବେ ବେଦାନ୍ତ ସହିତ ଏଲ୍ ଆଣ୍ଡ ଟି ସହ ଜଏଣ୍ଟ ଭେଞ୍ଚର କରିଥିଲେ ବି ବେଦାନ୍ତ ଏହି ଦୁଇ ଖଣିର ବକ୍ସାଇଟ୍ ବ୍ୟବହାର କରିପାରିବ ନାହିଁ। ଏଲ୍ ଆଣ୍ଡ ଟି ସହ ଏହି ସର୍ତ୍ତ ବି  ରଖିଛନ୍ତି ରାଜ୍ୟ ସରକାର।

‘ଏଲ୍ ଆଣ୍ଡ ଟି’ ରାୟଗଡ଼ରେ ତା’ର ପ୍ଲାଣ୍ଟ ବସାଇବ। ଏହା ୩ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ପ୍ଲାଣ୍ଟ ବସାଇବ। ଏଥିପାଇଁ କଂପାନୀ   ୧୨ ହଜାର କୋଟି ଟଙ୍କା ନିବେଶ କରିବ। ତେବେ ପ୍ରଥମ ପର୍ଯାୟରେ କଂପାନି ୧.୫ ମିଲିୟନ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ସରକାରଙ୍କ ସହିତ କରିଥିବା ସର୍ତ୍ତ ଅନୁଯାୟୀ କଂପାନୀ ବେଦାନ୍ତକୁ ସିଜୁରୁମାଳି ଓ କୁଟୁରୁମାଳି ଖଣିରୁ ବକ୍ସାଇଟ୍ ଦେଇ ପାରିବ ନାହିଁ। ତେଣୁ ବେଦାନ୍ତ ପାଇଁ ଏହା ଏକ ବଡ଼ ଝଟକ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos