ଦାଦନ ଦୁଃଖ; ରୋଜଗାରିଆ ପୁଅର ମଲା ମୁହଁ ଦେଖି ପାରିଲାନି ପରିବାର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ପୁଅର ମୃତଦେହ ଆଣିବାକୁ ଆବଶ୍ୟକ ୬୦ ହଜାର ଟଙ୍କା ପରିବାର ଲୋକେ ଯୋଗାଡ କରି ପାରି ନଥିଲେ। ପ୍ରଶାସନକୁ ନେହୁରା ପରେ ବି ମିଳି ନଥିଲା ସୁଫଳ। ଫଳରେ ଗାଁକୁ ଫେରି ପାରିଲାନି ଦାଦନ ପୁଅର ମୃତଦେହ। ଗାଁଠୁ ବହୁ ଦୂରରେ ଅନ୍ୟ ଏକ ରାଜ୍ୟରେ ହେଲା ତାଙ୍କ ଶବ ସତ୍କାର। ରୋଜଗାରିଆ ପୁଅର ମଲା ମୁହଁକୁ ଦେଖି ନପାରି ପରିବାର ଲୋକେ ବାହୁନି ବାହୁନି କାନ୍ଦୁଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ […]

sonpur

sonpur

Jyoshna Pradhan
  • Published: Tuesday, 17 September 2019
  • Updated: 17 September 2019, 11:01 AM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ପୁଅର ମୃତଦେହ ଆଣିବାକୁ ଆବଶ୍ୟକ ୬୦ ହଜାର ଟଙ୍କା ପରିବାର ଲୋକେ ଯୋଗାଡ କରି ପାରି ନଥିଲେ। ପ୍ରଶାସନକୁ ନେହୁରା ପରେ ବି ମିଳି ନଥିଲା ସୁଫଳ। ଫଳରେ ଗାଁକୁ ଫେରି ପାରିଲାନି ଦାଦନ ପୁଅର ମୃତଦେହ। ଗାଁଠୁ ବହୁ ଦୂରରେ ଅନ୍ୟ ଏକ ରାଜ୍ୟରେ ହେଲା ତାଙ୍କ ଶବ ସତ୍କାର। ରୋଜଗାରିଆ ପୁଅର ମଲା ମୁହଁକୁ ଦେଖି ନପାରି ପରିବାର ଲୋକେ ବାହୁନି ବାହୁନି କାନ୍ଦୁଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ।

ଜିଲ୍ଲାର ବୀରମହାରାଜପୁର ବ୍ଲକ୍ ଝାରକୁମୁଣ୍ଡା ଗାଁର ପୁରୁଷୋତ୍ତମ ଲୁହାଙ୍କ ମଝିଆ ପୁଅ ସନତ ୨ ବର୍ଷ ହେବ କୋଏମ୍ବାଟୁରରେ କାମ କରୁଥିଲେ। ଗତ ଶନିବାର ସେ ସେଠାରେ ପ୍ରାଣ ହରାଇଥିଲେ। ଏନେଇ ପରିବାର ଲୋକେ ଖବର ପାଇବା ପରେ ପୁଅର ମୃତଦେହ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରସ୍ତ ହୋଇଥିଲେ। ମାତ୍ର କେବଳ ଚିଠି ଖଣ୍ଡିଏ ଲେଖି ପ୍ରଶାସନ ଚୁପ ରହିଗଲା।

ପୁରୁଷୋତ୍ତମଙ୍କର ଦୁଇ ଝିଅ ଏବଂ ତିନି ପୁଅ। ବଡ଼ ଓ ମଝିଆ ପୁଅ ଦୁଇବର୍ଷ ହେଲା କୋଏମ୍ବାଟୁରରେ ରହି ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।  ପୁରୁଷୋତ୍ତମ ଜଣେ ରୋଗଗ୍ରସ୍ତ ବ୍ୟକ୍ତି । ଏପରି ସ୍ଥିତିରେ ମଝିଆ ପୁଅ ସନତଙ୍କ ମୃତ୍ୟୁ ପରେ ପୂରା ପରିବାର ଏବେ ଭାଙ୍ଗି ପଡିଛି। ଏଣୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ୱର ଖାଖା କହିଛନ୍ତି,“ଆମ ପାଖକୁ ଗତ ୧୪ ତାରିଖରେ ଅଭିଯୋଗ ଆସିଲା ଯେ ଝାରକୁମୁଣ୍ଡା ଗାଁର ସନତ କୁମାର ଲୁହା ନାମକ ଶ୍ରମିକଙ୍କର କୋଏମ୍ବାଟୁରରେ ମୃତ୍ୟୁ ଘଟିଛି। ଆମେ ଅଭିଯୋଗ ପାଇ‍ବା ପରେ ସଙ୍ଗେ ସଙ୍ଗେ ତଦନ୍ତ କରି ଜିଲ୍ଲା ପ୍ରଶାସନ ମାଧ୍ୟମରେ ସେଠାକାର ଜିଲ୍ଲା ପ୍ରଶାସନ ଓ ପୁଲିସ୍‌କୁ ଯୋଗାଯୋଗ କରିଥିଲୁ। ମୃତଦେହ ଭିଟାମାଟିକୁ ଫେରି ଆସିବ ବୋଲି ଆମେ ଆଶା କରିଥିଲୁ। ସେଠାରେ ମୃତ ସନତର ବଡ଼ ଭାଇ ଥିବାରୁ ପରିସ୍ଥିତି ଦେଖି ସେଠାକାର ପ୍ରଶାସନ ଶବ ସତ୍କାର କରାଇ ଦେଇଛନ୍ତି। ଏନେଇ ମୃତକଙ୍କ ବଡ଼ ଭାଇ ଆମକୁ ଫୋନ୍ ଯୋଗେ ଜଣାଇଛନ୍ତି। ମୃତକଙ୍କ ବଡ଼ ଭାଇ ସେଠାରୁ ଫେରିବା ପରେ ତାଙ୍କ ପରିବାରର କେତେ ଜଣ ଶ୍ରମିକ ଅଛନ୍ତି ସେ ନେଇ ଅନୁସନ୍ଧାନ କରାଯିବ। ଏହାପରେ  ଶ୍ରମ ବିଭାଗ ପକ୍ଷରୁ କ’ଣ ସାହାଯ୍ୟ ସହଯୋଗ କରାଯାଇ ପାରିବ ସେହି ଅନୁସାରେ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos