ନାଁକୁ ଛାତ୍ରୀନିବାସ, କିଛି ନାହିଁ; ୭୦ ଜଣଙ୍କ ପାଇଁ ଅଛି ଦୁଇଟି ପାଇଖାନା

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଫାଟି ଆଁ କରିଛି ଆଜ୍‌ବେଷ୍ଟସ୍ ଛାତ। ସନ୍ତସନ୍ତିଆ କାନ୍ଥରେ ଭୁଲ୍‌ରେ ହାତ,ଗୋଡ଼ ବାଜିଗଲେ ମାରୁଛି କରେଣ୍ଟ୍‌। ଶୋଇବାକୁ ଦିଆଯାଇଥିବା ଖଟର ଗୋଡ଼ ନାହିଁ। ୭୦ ଝିଅଙ୍କ ପାଇଁ ରହିଛି ମାତ୍ର ଦୁଇଟି ପାଇଖାନା। ପୁଣି ପାଣି ପାଇଁ ଛାତ୍ର ନିବାସ ଉପରେ ନିର୍ଭର କରିବାକୁ ପଡୁଛି। ଏତିକି ପଢ଼ିଲା ପରେ ଆପଣମାନେ ଅନୁମାନ ଲଗାଇ ପାରୁଥିବେ ଯେ, ଏଭଳି ଏକ ଛାତ୍ରୀନିବାସରେ କେତେ କଷ୍ଟରେ ଝିଅମାନେ ରହୁଥିବେ। ଦେବଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ […]

Debagarh17

Debagarh17

Jitendra Garnayak
  • Published: Sunday, 16 December 2018
  • Updated: 16 December 2018, 05:39 PM IST

Sports

Latest News

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଫାଟି ଆଁ କରିଛି ଆଜ୍‌ବେଷ୍ଟସ୍ ଛାତ। ସନ୍ତସନ୍ତିଆ କାନ୍ଥରେ ଭୁଲ୍‌ରେ ହାତ,ଗୋଡ଼ ବାଜିଗଲେ ମାରୁଛି କରେଣ୍ଟ୍‌। ଶୋଇବାକୁ ଦିଆଯାଇଥିବା ଖଟର ଗୋଡ଼ ନାହିଁ। ୭୦ ଝିଅଙ୍କ ପାଇଁ ରହିଛି ମାତ୍ର ଦୁଇଟି ପାଇଖାନା। ପୁଣି ପାଣି ପାଇଁ ଛାତ୍ର ନିବାସ ଉପରେ ନିର୍ଭର କରିବାକୁ ପଡୁଛି।

ଏତିକି ପଢ଼ିଲା ପରେ ଆପଣମାନେ ଅନୁମାନ ଲଗାଇ ପାରୁଥିବେ ଯେ, ଏଭଳି ଏକ ଛାତ୍ରୀନିବାସରେ କେତେ କଷ୍ଟରେ ଝିଅମାନେ ରହୁଥିବେ।

Debagarh1ଦେବଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ‘ଜ୍ୟୋତି ମଞ୍ଜରୀ’ ଛାତ୍ରୀ ନିବାସରେ ଏମିତି ଦୟନୀୟ ସ୍ଥିତିରେ ରହି ପାଠ ପଢ଼ୁଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରୀମାନେ।

[caption id="attachment_313312" align="aligncenter" width="730"]Debagarh3 ଦୁର୍ବଳ ହୋଇଗଲାଣି ହଷ୍ଟେଲ୍ କାନ୍ଥ[/caption]

ଏହି ଛାତ୍ରୀ ନିବାସରେ ମୋଟ ତିନୋଟି କଠୋରୀ ଅଛି। ତିନୋଟି କଠୋରୀରେ ରହୁଛନ୍ତି ୭୦ ଛାତ୍ରୀ। ଦୁଇଟି କଠୋରୀରେ ୩୦ ଜଣ ଲେଖାଏ ରହୁଥିବା ବେଳେ ଆଉ ଗୋଟିଏରେ ୧୦ ଜଣ ରହୁଛନ୍ତି। ସବୁ ରୁମ୍ ଗୁଡ଼ିକର ଅବସ୍ଥା ପ୍ରାୟ ସମାନ। ଆଜ୍‌ବେଷ୍ଟସ୍ ଭାଙ୍ଗି ଯାଇଛି। କାନ୍ଥର ବିଭିନ୍ନ ସ୍ଥାନ ଭାଙ୍ଗି ଯାଇଛି। କାନ୍ଥ ସନ୍ତସନ୍ତିଆ ରହୁଛି। ବେଳେ ବେଳେ କାନ୍ଥରେ ହାତ,ଗୋଡ଼ ବାଜିଗଲେ କରେଣ୍ଟ୍ ମାରୁଛି।

[caption id="attachment_313313" align="aligncenter" width="730"]Debagarh7 ଏମିତି ଖଟରେ ଶୋଉଛନ୍ତି ଛାତ୍ରୀ[/caption]

ଶୋଇବାକୁ ଯୋଗାଇ ଦିଆଯାଇଥିବା ଖଟଗୁଡ଼ିକର ଅବସ୍ଥା ନାହିଁ। ଖଟଗୁଡ଼ିକ ଭାଙ୍ଗି ଗଲାଣି। ଶୋଇବା ସହିତ ପାଠପଢ଼ା ଓ ଖାଇବାପିଇବା ବି ଏ ଖଟ ଉପରେ କରନ୍ତି ଛାତ୍ରୀମାନେ। କାରଣ ଆଉ କୌଣସି ବିକଳ୍ପ ନାହିଁ।

[caption id="attachment_313315" align="aligncenter" width="740"]Debagarh12 ଖଟର ଗୋଡ଼ ଭାଙ୍ଗି ଯାଇଛି।[/caption]

୭୦ ଛାତ୍ରୀଙ୍କୁ ରହିଛି ମାତ୍ର ଦୁଇଟି ପାଇଖାନା। ପୁଣି ସେଥିରୁ ଗୋଟିଏ ଅଚଳ ହୋଇ ଯାଇଥିଲା। ଛାତ୍ରୀମାନେ ନିଜ ହାତରୁ ପଇସା ଖର୍ଚ୍ଚ କରି ସେଇଟିକୁ ମରାମତି କରିଛନ୍ତି। ଗାଧୋଇବାକୁ ଓ ଶୌଚ ଆଦି ପାଇଁ ଦରକାର ହେଉଥିବା ପାଣି ପାଇଁ ଏହି ଛାତ୍ରୀମାନଙ୍କୁ ଛାତ୍ର ନିବାସ ଉପରେ ନିର୍ଭର କରିବାକୁ ପଡୁଛି।
ଏତେ ସଂଖ୍ୟକ ଝିଅ ରହୁଥିଲେ ସୁଦ୍ଧା ହଷ୍ଟେଲ୍‌ରେ ସୁରକ୍ଷା ବ୍ୟବସ୍ଥା ବୋଲି କିଛି ନାହିଁ। ନା ହଷ୍ଟେଲ୍ ୱାର୍ଡେନ୍ ଅଛନ୍ତି ନା କୌଣସି ସୁରକ୍ଷାକର୍ମୀ ନିଯୁକ୍ତ ହୋଇଛନ୍ତି।

Debagarh6ହଷ୍ଟେଲ୍‌ରେ ରହୁଥିବା ଜଣେ ଛାତ୍ରୀ କହିଛନ୍ତି, ରୁମ୍‌ର ଅବସ୍ଥା ଭଲ ନାହିଁ। ତିନୋଟି ରୁମ୍‌ରେ ଆମକୁ ଆଡ୍‌ଜଷ୍ଟ୍‌ କରି ରହିବାକୁ ପଡ଼ୁଛି। ଯେଉଁ ବେଡ୍‌ରେ ଶୋଉଛୁ, ସେହି ବେଡ୍‌ରେ ଖାଉଛୁ, ସେଇଠାରେ ମଧ୍ୟ ପାଠ ପଢ଼ିବାକୁ ପଡ଼ୁଛି। ଆଡମିଶନ୍ ବେଳେ ହଷ୍ଟେଲ୍ ଉନ୍ନତି ପାଇଁ ଫି’ ଦେଉଛୁ। ହେଲେ କୌଣସି ପ୍ରକାର ସୁବିଧା ସୁଯୋଗ ମିଳୁନାହିଁ।

ଆଉ ଜଣେ ଛାତ୍ରୀ କହିଛନ୍ତି, ଆମର ଏଠି ପାଇଖାନା ଓ ଗାଧୁଆ ଘରର ସମସ୍ୟା ରହିଛି। ମାତ୍ର ଦୁଇଟି ପାଇଖାନା ଥିବାରୁ ଆମେ ହଇରାଣ ହେଉଛୁ। ସିନଟେକ୍ସ ଓ ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ଅଧ୍ୟକ୍ଷଙ୍କ ପାଖକୁ ଯାଇଥିଲୁ। କିନ୍ତୁ ସେ ଆମକୁ କହିଥିଲେ ଯେ ଯିଏ ଆଡ୍‌ଜଷ୍ଟ୍ କରି ରହିବ ରୁହ, ନହେଲେ ହଷ୍ଟେଲ୍‌ ଛାଡ଼ି ଦିଅ।

Debagarh19ଏନେଇ ଅଭିଯୋଗ କଲେ ସମସ୍ୟାର ସମାଧାନ ବଦଳରେ କର୍ତ୍ତୃପକ୍ଷ ପାଲଟା ଚେତାବନୀ ଦେଉଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ରବି ନାରାୟଣ ବଘାର ଏସବୁ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ସେ କହିଛନ୍ତି,“ ଏହି ବିଷୟରେ ପିଡବ୍ଲ୍ୟୁଡିକୁ ଅନେକ ଥର କହିଛୁ। ଏସ୍‌ସିଇଆର୍‌ଟିକୁ ଜଣାଇଛୁ। ମୁଁ ସେମାନଙ୍କୁ ଆରମ୍ଭରୁ କହିଛି ଯେ ସେଠି ୨୫ ଜଣ ରହିବା କଥା। ସେଠି ବହୁତ ସମସ୍ୟା ରହିଛି। ପାଇଖାନା ଓ ପାଣିର ଅସୁବିଧା ଥିବା କଥା ମୁଁ ସେମାନଙ୍କୁ ପୂର୍ବରୁ ଜଣାଇଛି। ଯଦି ଆଡ୍‌ଜଷ୍ଟ କରି ରହିପାରିବ, ତା’ହେଲେ ରୁହ ବୋଲି କହିଛି।

ଏତେ ସମସ୍ୟାରେ ରହି ପାଠପଢ଼ି ନିଜ ଗୋଡ଼ରେ ଛିଡ଼ା ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରୀମାନଙ୍କ ସୁବିଧା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଉଚିତ୍ ପଦକ୍ଷେପ ନେବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story