ଆଖି ବୁଜିଲେ ମହିଳା କନଷ୍ଟେବଲ୍‌

ସମ୍ୱଲପୁର( ସଞ୍ଜୟ ଜେନା): ସମ୍ବଲପୁରରେ ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ମହିଳା କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଶ୍ମିରେଖା ଦୀକ୍ଷିତ। ସେ ଟାଉନ୍‌ ଥାନାରେ କାର୍ଯ୍ୟରତ ଥିଲେ। ସୂଚନାଯୋଗ୍ୟ, ରଶ୍ମିରେଖା ଦାନୀପାଲି ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। ଗତ ୨୪ ତାରିଖ ଦିନ ଘର ମାଲିକଙ୍କ ପୁଅ ହଠାତ୍‌ ରଶ୍ମିରେଖାଙ୍କ ଘରେ ପଶି ଥିଲା ଏବଂ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ […]

ppp

Jitendra Garnayak
  • Published: Thursday, 04 October 2018
  • , Updated: 04 October 2018, 10:13 AM IST

ସମ୍ୱଲପୁର( ସଞ୍ଜୟ ଜେନା): ସମ୍ବଲପୁରରେ ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ମହିଳା କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଶ୍ମିରେଖା ଦୀକ୍ଷିତ। ସେ ଟାଉନ୍‌ ଥାନାରେ କାର୍ଯ୍ୟରତ ଥିଲେ।

ସୂଚନାଯୋଗ୍ୟ, ରଶ୍ମିରେଖା ଦାନୀପାଲି ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। ଗତ ୨୪ ତାରିଖ ଦିନ ଘର ମାଲିକଙ୍କ ପୁଅ ହଠାତ୍‌ ରଶ୍ମିରେଖାଙ୍କ ଘରେ ପଶି ଥିଲା ଏବଂ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ରଶ୍ମିରେଖାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା।

ରଶ୍ମିରେଖାଙ୍କ ଏକ ୩ ମାସର ଛୁଆ ସମେତ ୨ଟି ପିଲା ଅଛନ୍ତି। ସେ ୪ ମାସ ହେଲା ପ୍ରସବକାଳୀନ ଛୁଟିରେ ଥିଲେ।

ଏହି ଘଟଣା ପରେ ଅଇଁଠାପାଲି ଥାନା ପୁଲିସ୍‌ ଅଭିଯୁକ୍ତ ସପନ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ସାମାନ୍ୟ କଥାକୁ ନେଇ ଏ ଘଟଣା ଘଟିଥିଲା।

Related story