କଟକ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ୍ ଏଏସ୍ଆଇ। କଟକ ଜଗତପୁର ଥାନା ଏଏସ୍ଆଇ ବସନ୍ତ କୁମାର ସାଥୁଆ ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଥାନାରୁ ମୁକୁଳାଇବା ପାଇଁ ଗାଡ଼ି ମାଲିକଙ୍କଠୁ ୩ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୋଗକାରୀ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ଗିରିଜା ପ୍ରସାଦ ସାହୁ। ଅଭିଯୋଗ ଅନୁସାରେ ଥାନାରୁ ଗାଡ଼ି ନେବା ପାଇଁ ଏଏସ୍ଆଇ ଗିରିଜାଙ୍କ ଠାରୁ ଆଗରୁ ୧୫ଶହ ଟଙ୍କ। ନେଇଥିବା ବେଳେ ପରେ ଆଉ ୩ହଜାର ଟଙ୍କା ଦାବି କରିଥିଲେ। ଏନେଇ ଗିରିଜା ଭିଜିଲାନସ୍ ଅଭିଯୋଗ କରିବା ପରେ ଲାଞ୍ଚ ନେଉଥିବା ଅବସ୍ଥାରେ ଏଏସ୍ଆଇଙ୍କୁ ଭିଜିଲାସନ୍ ଧରିଥିଲା। ତେବେ ଏନେଇ ଅଭିଯୁକ୍ତ ଏଏସ୍ଆଇ କିମ୍ୱା ଭିଜିଲାନସ୍ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।