ଲିଙ୍ଗରାଜଙ୍କ ୧ ଏକର ଜମି ହଡ଼ପ : ଦୋଷ କାହାର? ପୁଣି ଥାନାକୁ ଯିବାକୁ କହିଲେ ତହସିଲଦାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମୂଲ୍ୟବାନ ୧.୧୫୦ଏକର ଜମିକୁ ହଡ଼ପ ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଛି । ରାଜଧାନୀର ବ୍ୟସ୍ତବହୁଳ ଏୟାରପୋର୍ଟ ଅଂଚଳରେ ଏହି ମୂଲ୍ୟବାନ ଜମିକୁ ବେଆଇନ ଦଖଲକୁ ନେଇ ନିର୍ମାଣ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଲିଙ୍ଗରାଜ ମନ୍ଦିର ପ୍ରଶାସନଠୁ ଆରମ୍ଭ କରି ପୁଲିସ ପ୍ରଶାସନ ସମସ୍ତେ ନିରବ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସମସ୍ତଙ୍କ ମିଳିତ ଷଡ଼ଯନ୍ତ୍ରରେ ମହାପ୍ରଭୁଙ୍କ ଏହି ମୂଲ୍ୟବାନ ଜମିକୁ ଜଣେ ଖଣି ଠିକାଦାରଙ୍କ ପତ୍ନୀଙ୍କୁ […]

Lingaraj temple

Lingaraj temple

Ordigital Desk
  • Published: Saturday, 29 January 2022
  • Updated: 29 January 2022, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମୂଲ୍ୟବାନ ୧.୧୫୦ଏକର ଜମିକୁ ହଡ଼ପ ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଛି । ରାଜଧାନୀର ବ୍ୟସ୍ତବହୁଳ ଏୟାରପୋର୍ଟ ଅଂଚଳରେ ଏହି ମୂଲ୍ୟବାନ ଜମିକୁ ବେଆଇନ ଦଖଲକୁ ନେଇ ନିର୍ମାଣ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଲିଙ୍ଗରାଜ ମନ୍ଦିର ପ୍ରଶାସନଠୁ ଆରମ୍ଭ କରି ପୁଲିସ ପ୍ରଶାସନ ସମସ୍ତେ ନିରବ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସମସ୍ତଙ୍କ ମିଳିତ ଷଡ଼ଯନ୍ତ୍ରରେ ମହାପ୍ରଭୁଙ୍କ ଏହି ମୂଲ୍ୟବାନ ଜମିକୁ ଜଣେ ଖଣି ଠିକାଦାରଙ୍କ ପତ୍ନୀଙ୍କୁ ବିକ୍ରି-ଖର୍ଦ୍ଦି କରାଯିବା ପରେ ଏବେ ଦୋଷ ଛଡ଼ାଇବାକୁ ଭୁବନେଶ୍ୱର ତହସିଲଦାର ଆଗକୁ ଆସି ଉକ୍ତ ଜମି ଭୁଲବଶତଃ ଜଣେ ଘରୋଇ ବ୍ୟକ୍ତିଙ୍କ ନାମରେ ରେକର୍ଡ ହୋଇଯାଇଥିଲା ବୋଲି କହିବା ସହ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗତକାଲି ଶୁକ୍ରବାର ଏକ ଚିଠି ଲେଖି ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ ପାଖରେ ୧୪୪ ସିଆରପିସିରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଲିଙ୍ଗରାଜ ମହାପ୍ରଭୁଙ୍କ ଏହି ଜମିକୁ ହୃଷିକେଶ ଦାଶ ନାମକ ଜଣେ ବ୍ୟକ୍ତି ୨୦୨୧ ନଭେମ୍ବର ୬ତାରିଖରେ ଭୁବନେଶ୍ୱର ତହସିଲରେ ୬କୋଟି ୪୫ଲକ୍ଷ ଟଙ୍କାରେ କୃଥିକା ପି. ନାମକ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ । ଯାହାର ପଟ୍ଟା ମଧ୍ୟ ମାତ୍ର ୧୫ଦିନ ମଧ୍ୟରେ ସମ୍ପୃକ୍ତ ମହିଳାଙ୍କୁ ଜାରି ହୋଇଥିଲା ।

ଭୁବନେଶ୍ୱର ତହସିଲଦାର ଗତକାଲି ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଜମି ରେକର୍ଡ ସେବା ନିର୍ଦ୍ଦେଶାଳୟରେ ଥିବା ସାବିକ ରେକର୍ଡ ଅନୁସାରେ ମହାପ୍ରଭୁ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ନାଁରେ ଭୀମପୁର ମୌଜା(ବିମାନ ବନ୍ଦର ନିକଟ)ରେ ଥିବା ୧ଏକର ୧୫୦ଡିସିମିଲ ଜମି ରହିଛି । ମାତ୍ର ଭୁଲବଶତଃ ଏହି ଜମି ଜଣେ ଘରୋଇ ବ୍ୟକ୍ତିଙ୍କ ନାଁରେ ରେକର୍ଡ ହୋଇଯାଇଥିଲା । କିନ୍ତୁ ଏନେଇ ବୋର୍ଡ ଅଫ ରେଭିନ୍ୟୁଙ୍କ ନିକଟରେ ଏକ ରିଭିଜନ୍ ପିଟିସନ ଦାଖଲ କରାଯାଇଛି । ଇତିମଧ୍ୟରେ ଉକ୍ତ ଜମିକୁ ଫେରସ୍ତ ଅଣାଯାଇଛି ଓ ମ୍ୟୁଟେସନ ପଟ୍ଟା ମଧ୍ୟ ରଦ୍ଦ କରାଯାଇଛି । ଜମିକୁ ଫେରସ୍ତ ଆଣିବା ପାଇଁ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଫିସରଙ୍କ ଦ୍ୱାରା ବୋର୍ଡ ଅଫ ରେଭନ୍ୟୁରେ ଏକ ରିଭିଜନ କେସ ଦାଖଲ କରାଯାଇଛି ଓ ଚୂଡ଼ାନ୍ତ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଉକ୍ତ ମୂଲ୍ୟବାନ ଜମି ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଥିବା ତହସିଲଦାର କହିଛନ୍ତି । ତେବେ ରିଭିଜନାଲ କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଏହି ଜମିରେ କେତେକ ନିର୍ମାଣ କାର୍ଯ୍ୟ ଚାଲିଥିବା ନଜରକୁ ଆସିବା ପରେ ମନ୍ଦିର କର୍ମଚାରୀଙ୍କ ସହ ଭୁବନେଶ୍ୱର ରାଜସ୍ୱ ନିରୀକ୍ଷକ(ଆରଆଇ)ଙ୍କୁ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ମନ୍ଦିର ପ୍ରଶାସନର କୌଣସି କର୍ମଚାରୀ ଘଟଣାସ୍ଥଳରେ ନଥିଲେ ଓ ସେ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ପ୍ରୟାସ କରିଥିଲେ।

ଆରଆଇଙ୍କ ଚେତାବନୀ ସତ୍ତ୍ୱେ ସେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଏଭଳି ବେଆଇନ ନିର୍ମାଣ ସମ୍ପର୍କରେ ଭୁବନେଶ୍ୱର ଜୋନ-୨ ପୁଲିସ ଏସିପିଙ୍କୁ ଅବଗତ କରାଯାଇ ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା ବୋଲି ତହସିଲଦାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏସିପିଙ୍କ ସହ ଆଲୋଚନାବେଳେ ଜଣାପଡ଼ିଥିଲା ଯେ, ସେହି ଜମିରେ କାର୍ଯ୍ୟ ବନ୍ଦ ନିମନ୍ତେ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ସିଆରପିସି-୧୪୪ ଧାରାରେ ଏକ ଅଭିଯୋଗ ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ ନିକଟରେ ଦାଖଲ କରିବାର ଆବଶ୍ୟକତା ରହିଛି । ନଚେତ୍ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି । ତେଣୁ ତୁରନ୍ତ ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ ନିକଟରେ ସିଆରପିସିର ୧୪୪ ଧାରାରେ ଏକ ଅଭିଯୋଗ କରିବା ପାଇଁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗତକାଲି ତହସିଲଦାର ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ମନ୍ଦିରର ଏହି ଜମିକୁ ବେଆଇନ ବିକ୍ରି କରାଯାଇଥିବା ନେଇ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ୨୦୨୧ ନଭେମ୍ବର ୧୮ତାରିଖରେ ଏୟାରଫିଲଡ୍ ଥାନା ଆଇଆଇସିଙ୍କ ପାଖରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଉପରେ ପୁଲିସ ଏପର୍ଯ୍ୟନ୍ତ କିଛି କରୁନଥିବାବେଳେ ପୁଣି ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ ପାଖରେ ମାମଲା ରୁଜୁ ପାଇଁ ତହସିଲଦାର କହିବା କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇଛି ।

ସୂଚନାଯୋଗ୍ୟ, ନୂଆ ଏୟାରପୋର୍ଟ ଟ୍ରାଫିକ ଛକଠୁ ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ ଥିବା ଭୀମପୁର ମୌଜାରେ ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ଥିବା ପ୍ରାୟ ୧୭ଏକର ଜମିକୁ ବିଭିନ୍ନ ଲୋକ ଚଂଚକତା କରି ନିଜ ନାମରେ ରେକର୍ଡ କରାଇ ନେଇଛନ୍ତି । ମହାପ୍ରଭୁଙ୍କ ଏହି ସମ୍ପତ୍ତିିରୁ ୧.୧୫୦ଏକର ଜମିକୁ ବାରିପଦାର ହୃଷିକେଶ ଦାଶ ନାମକ ଜଣେ ବ୍ୟକ୍ତି ୨୦୨୧ ନଭେମ୍ବର ୬ତାରିଖରେ ଭୁବନେଶ୍ୱର ତହସିଲରେ ୬.୪୫କୋଟି ଟଙ୍କାରେ ଖଣି ବ୍ୟବସାୟୀ ପି.ପ୍ରଭାକରନଙ୍କ ପତ୍ନୀ କୃଥିକାଙ୍କୁ ବିକ୍ରି କରିଥିଲେ । ଲିଙ୍ଗରାଜ ମନ୍ଦିର ପ୍ରଶାସନ, ଭୁବନେଶ୍ୱର ତହସିଲଦାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଷଡ଼ଯନ୍ତ୍ରରେ ମହାପ୍ରଭୁଙ୍କ ଏହି ମୂଲ୍ୟବାନ ଜମିକୁ ଶ୍ରୀ ଦାଶ ବିକ୍ରି କରିଥିଲେ । ଏହି ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପରେ ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିବାରୁ ରାଜସ୍ୱ ବିଭାଗ ନିଜର ଦୋଷ ଛଡ଼ାଇବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଭୁବନେଶ୍ୱର ତହସିଲଦାର ମଧ୍ୟ ମାତ୍ର ୧୫ଦିନ ଭିତରେ ଦେଇଥିବା ପଟ୍ଟାକୁ ତରବରିଆ ଭାବେ ରଦ୍ଦ କରିଥିଲେ । ଜମିର ମାଲିକାନା ସତ୍ତ୍ୱ ପୁଣିଥରେ ଲିଙ୍ଗରାଜ ମହାପ୍ରଭୁଙ୍କ ନିକଟକୁ ଫେରି ଆସିଥିଲେ ମଧ୍ୟ ଜମି କିଣିଥିବା ପି. କୃଥିକା ସେଠାରେ ନିଜର ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story