ବଲାଙ୍ଗିର ଜମି କେଳେଙ୍କାରୀ: ସବ-ରେଜିଷ୍ଟାର ଅଫିସ୍‌ର ବରିଷ୍ଠ କିରାଣୀ ଗିରଫ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଏକ ଜମି କେଲେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଣ୍ଟାବାଞ୍ଜି ସବ-ରେଜିଷ୍ଟାର ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଦୀପକ ବାଗଙ୍କୁ ସଦର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ତହସିଲ ଅଫିସର ରେକର୍ଡ କିପର ମକରଧ୍ୱଜ କାଲସାଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏ ପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି ପୁଲିସ। ଏହି ମାମଲାର ମୁଖ୍ୟ କାର୍ପଟଦାର କୁହାଯାଉଥିବା […]

scam

  • Published: Thursday, 07 July 2022
  • , Updated: 07 July 2022, 07:08 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଏକ ଜମି କେଲେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଣ୍ଟାବାଞ୍ଜି ସବ-ରେଜିଷ୍ଟାର ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଦୀପକ ବାଗଙ୍କୁ ସଦର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ତହସିଲ ଅଫିସର ରେକର୍ଡ କିପର ମକରଧ୍ୱଜ କାଲସାଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏ ପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି ପୁଲିସ।

ଏହି ମାମଲାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ବଲାଙ୍ଗିର ତହସିଲଦାର ମଘବାନ ବାଗ ଏବଂ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ଗତକାଲି ରାଜ୍ୟ ସରକାର ନିଲମ୍ୱିତ କରିଥିବା ବେଳେ ପୁଲିସ ତଦନ୍ତକୁ ଆଗେଇ କେଳେଙ୍ଗାରୀରେ ସାମିଲ ଜଣଙ୍କ ପରେ ଜଣେ ଅଧିକାରୀମାନଙ୍କୁ ବାନ୍ଧିବାରେ ଲାଗିଛି। ଗତ ୪ ତାରିଖ ଦିନ ଜମି ମାଫିଆ ମାଧବ ପୃଷ୍ଟି ସହିତ ନକଲି ମାଲିକ ଏବଂ ଜଣେ ସାକ୍ଷୀ ଗିରଫ ହୋଇଥିଲେ।

ଜମି କେଲେଙ୍କାରୀ ସମୟରେ ଦୀପକ ବାଗ ବଲାଙ୍ଗିର ସବ-ରେଜିଷ୍ଟାର ଅଫିସରେ କାର୍ଯ୍ୟରତ ଥିଲେ। ସେ ସମୟରେ ତହସିଲ ଓ ସବ-ରେଜିଷ୍ଟାର ଅଫିସର ଅଧିକାରୀ ଓ କିରାଣୀ ମିସି କୋଟି କୋଟି ଟଙ୍କାର ଜମି ହଡପ କାରବାରରେ ସାମିଲ ଥିଲେ। ଏ ପର୍ଯ୍ୟନ୍ତ କିନ୍ତୁ ନିଲମ୍ୱିତ ହୋଇଥିବା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରିନାହିଁ ପୁଲିସ।

ଏନେଇ ବଲାଙ୍ଗିର ଏସ୍‌ଡିପିଓ କହିଛନ୍ତି, କାଗଜପତ୍ରର ଯାଞ୍ଚ କରାଯାଉଛି। ଆଉ ଯେଉଁମାନଙ୍କ ସଂପୃକ୍ତି ତଦନ୍ତରେ ଧରାପଡ଼ିବ ସେମାନଙ୍କୁ ଗିରଫ କରାଯିବ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗ୍ରାମ ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମି କେଳେଙ୍କାରୀରେ ଏମାନଙ୍କ ସମ୍ପୃକ୍ତି ନଜର ଆସିଛି। ଏ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ। ୨୦୦୫ରୁ ହର୍ଷଙ୍କ ମୃତ୍ୟୁ ହୋଇସାରିଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ୨୦୨୧ରେ ତାଙ୍କ ନାଁରେ ଅନ୍ୟଜଣେ ବ୍ୟକ୍ତି ୫୦ ଡେସିମିଲ ଜମି ଚଞ୍ଚକତା କରି ହଡ଼ପ କରିନେଇଛି। ଏହି ଜମିର ମାଲିକାନାକୁ ମନଇଛା ବଦଳାଇବାରେ ତହସିଲଦାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବରିଷ୍ଠ କର୍ମଚାରୀଙ୍କ ସମ୍ପୃକ୍ତି ନଜର ଆସିଛି। ଯାହା ପ୍ରଶାସନିକ ଅଧିକାରୀଙ୍କ ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story