୨୪ ଘଣ୍ଟାରେ କଳାହାଣ୍ଡିରୁ ୯ ବାଘ ଛାଲ ଜବତ, ୭ ଗିରଫ

ଭବାନୀପାଟଣା(ରାଜ କୁମାର ସିଂଦେଓ): ଆଜି ସନ୍ଧ୍ୟା ବେଳେ ପୁଣି ୪ଟି ବାଘ ଛାଲ ଜବତ। ଗତ ୨୪ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାରୁ ମୋଟ୍‌ ୯ଟି ବାଘ ଛାଲ ଜବତ ହୋଇଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି। ଏହି ରାକେଟ୍‌ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ କେନ୍ଦ୍ରୀୟ ବନ୍ୟ ପ୍ରାଣୀ ଅପରାଧ ବ୍ୟୁରୋ ଓ ବନ ବିଭାଗ ତଦନ୍ତ କରୁଥିବା ଜଣାପଡ଼ିଛି। ପୂରା ଘଟଣା ଏମିତି। ଏମ୍‌.ରାମପୁର ଅମାଠ ଗାଁର କାର୍ତ୍ତିକ ରଣା […]

Tiger

Tiger

Manoranjan Sial
  • Published: Saturday, 10 July 2021
  • Updated: 10 July 2021, 10:03 PM IST

Sports

Latest News

ଭବାନୀପାଟଣା(ରାଜ କୁମାର ସିଂଦେଓ): ଆଜି ସନ୍ଧ୍ୟା ବେଳେ ପୁଣି ୪ଟି ବାଘ ଛାଲ ଜବତ। ଗତ ୨୪ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାରୁ ମୋଟ୍‌ ୯ଟି ବାଘ ଛାଲ ଜବତ ହୋଇଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି। ଏହି ରାକେଟ୍‌ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ କେନ୍ଦ୍ରୀୟ ବନ୍ୟ ପ୍ରାଣୀ ଅପରାଧ ବ୍ୟୁରୋ ଓ ବନ ବିଭାଗ ତଦନ୍ତ କରୁଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ଏମ୍‌.ରାମପୁର ଅମାଠ ଗାଁର କାର୍ତ୍ତିକ ରଣା ବାଘ ଛାଲ ବେପାର କରୁଥିଲେ। ଏ ସମ୍ପର୍କରେ କେନ୍ଦ୍ରୀୟ ବନ୍ୟ ପ୍ରାଣୀ ଅପରାଧ ବ୍ୟୁରୋର ଅଧିକାରୀମାନେ ଜାଣିପାରି ଗ୍ରହକ ସାଜି ଶୁକ୍ରବାର କାର୍ତ୍ତିକଙ୍କୁ ଫୋନ୍‌ କରିଥିଲେ। କାର୍ତ୍ତିକ ସେମାନଙ୍କ କଥାରେ ରାଜି ହୋଇଥିଲା। ପରେ କାର୍ତ୍ତିକ ତାଙ୍କ ସାଥୀ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ ଓ ବଫଲାର ରଙ୍ଗା ଚରଣ ଭୋଇଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ସମସ୍ତେ ଏମ୍‌.ରାମପୁର ଅଭିମୁଖେ ଆସୁଥିଲେ। ଗ୍ରାହକ ସାଜି ଆସିଥିବା କେନ୍ଦ୍ରୀୟ ବନ୍ୟ ପ୍ରାଣୀ ଅପରାଧ ବ୍ୟୁରୋର ଅଧିକାରୀ ଓ ବନ କର୍ମଚାରୀମାନେ ବାଘ ଛାଲ ସମ୍ପର୍କରେ ସେମାନଙ୍କ ସହିତ ଡିଲ୍‌ କରିଥିଲେ। ଡିଲ୍‌ ଭିତରେ କାର୍ତ୍ତିକ, ମନୋଜ, ନରୋତ୍ତମ ଓ ରଙ୍ଗାଚରଣଙ୍କୁ ଗିରଫ କରିଥିଲା ଟିମ୍‌। ପରେ ତାଙ୍କଠାରୁ ବନ ବିଭାଗ ୩ଟି ବାଘ ଛାଲ ଜବତ କରିଥିଲା।

ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାର କରି ବନ ବିଭାଗ ଦକ୍ଷୀଣ ବନଖଣ୍ଡ ପକ୍ଷରୁ ଚଢଉ କରି ୨ଟି ବାଘ ଛାଲ ଜବତ କରିଥିଲା। ଅଭିଯୁକ୍ତମାନେ ବାଇକ୍‌ରେ ବାଘ ଛାଲ ଧରି ଆସୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଭୁଲିଆର ବାଗ, କୋଦଣ୍ଡ ଗୌଡ ଓ ଉଆଁସୁ ଜାନୀ।

ବାଘ ଛାଲ ରାକେଟ୍‌ର ପର୍ଦ୍ଦାଫାସ ପାଇଁ ବନ ବିଭାଗ ଶୁକ୍ରବାର ଗିରଫ କରିଥିବା ୪ ଅଭିଯୁକ୍ତଙ୍କୁ ଶନିବାର ଘନ ଘନ ଜେରା କରିଥିଲା। ଜେରା ସମୟରେ ରଙ୍ଗାଚରଣ ଭୋଇଙ୍କ ଘରେ ୪ଟି ବାଘ ଛାଲ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ଆଜି ସନ୍ଧ୍ୟା ବେଳେ ବନ ବିଭାଗର ଏକ ଟିମ୍‌ ରଙ୍ଗାଚରଣଙ୍କ ଘରେ ପହଞ୍ଚି ୪ଟି ବାଘ ଛାଲ ଜବତ କରିଛି। ବାଘ ଛାଲ ଜବତ ନେଇ ଉତ୍ତର ବନଖଣ୍ଡ ଡିଏଫଓ ନୀତୀଶ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟା ଭିତରେ ବନ ବିଭାଗ ୯ଟି ବାଘ ଛାଲ ଜବତ କରିଛି। ଏହି ମାମଲାରେ ବନ ବିଭାଗ ୭ ଜଣଙ୍କୁ ଗିରଫ କରିଛି। ବାଘ ଛାଲ ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି, ବନ ବିଭାଗ ତାହା ଉପରେ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos