ଯୁକ୍ତ ୨ ପରୀକ୍ଷା ପାଇଁ ସିସିଟିଭି ଲାଗିବା ରିପୋର୍ଟ ତଲବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପରୀକ୍ଷା ହେବ ସ୍ୱଚ୍ଛ।  ପରୀକ୍ଷା କେନ୍ଦ୍ରରେ ଯଦି ସିସିଟିଭି ଲାଗି ନଥିବ, ତେବେ ସେହି କେନ୍ଦ୍ରରେ ପରୀକ୍ଷା ହେବ ନାହିଁ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଜୁନିୟର କଲେଜ ଗୁଡିକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଇନଷ୍ଟଲେସନ ସମ୍ପର୍କିତ ତଥ୍ୟ ଚଳିତ ମାସ ୧୦ ତାରିଖ ସୁଦ୍ଧା ଦେବା ଲାଗି କଲେଜ୍ ଗୁଡିକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ର ସିସିଟିଭି ଲଗାଇବାରେ ବିଫଳ ହେଲେ […]

yoyo-1

Tapaswini Nayak
  • Published: Friday, 03 January 2020
  • , Updated: 03 January 2020, 05:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପରୀକ୍ଷା ହେବ ସ୍ୱଚ୍ଛ।  ପରୀକ୍ଷା କେନ୍ଦ୍ରରେ ଯଦି ସିସିଟିଭି ଲାଗି ନଥିବ, ତେବେ ସେହି କେନ୍ଦ୍ରରେ ପରୀକ୍ଷା ହେବ ନାହିଁ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଜୁନିୟର କଲେଜ ଗୁଡିକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଇନଷ୍ଟଲେସନ ସମ୍ପର୍କିତ ତଥ୍ୟ ଚଳିତ ମାସ ୧୦ ତାରିଖ ସୁଦ୍ଧା ଦେବା ଲାଗି କଲେଜ୍ ଗୁଡିକୁ କୁହାଯାଇଛି।

ପରୀକ୍ଷା କେନ୍ଦ୍ର ସିସିଟିଭି ଲଗାଇବାରେ ବିଫଳ ହେଲେ ସେଠାରେ ପରୀକ୍ଷା କେନ୍ଦ୍ର ହେବନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ  କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପୁରା ପରୀକ୍ଷାକୁ ରେକ଼ର୍ଡିଂ କରି ଏଥର ରଖାଯିବ। ସେହିପରି ପରୀକ୍ଷା ସମୟରେ ପାଓ୍ୱାର ବ୍ୟାକ୍ଅପ୍, ଇଣ୍ଟରନେଟ୍ କନେକସନ୍ ଭଳି ସେବା ଉପଲବ୍ଧ କରାଯିବ।  ସେଲଫ୍ ଫାଇନାନ୍ସିଂ କଲେଜ ଗୁଡିକରେ ପ୍ରାକ୍ଟିକାଲ୍ ପରୀକ୍ଷା ମଧ୍ୟ ସିସିଟିଭିରେ ରେକର୍ଡିଂ ହୋଇ ରହିବ।

ପରୀକ୍ଷା ସମୟରେ କଲେଜ ଗୁଡିକରେ ଅବାଧ କପି କରାଯାଉଥିବା ଘଟଣା ନଜରକୁ ଆସିବା ପରେ ଗତ ବର୍ଷ ଠାରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ନିଷ୍ପତ୍ତି ନେଇଥିଲା। ତେବେ ଗତବର୍ଷ ସବୁ ପରୀକ୍ଷା କେନ୍ଦ୍ରରେ ଲାଗିପାରି ନଥିଲା ସିସିଟିଭି। ଏବର୍ଷ କିନ୍ତୁ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ସିସିଟିଭିକୁ ବାଧ୍ୟତା ମୂଳକ କରିଛି ପରିଷଦ। ଛାତ୍ର ଛାତ୍ରୀ ଏହାକୁ ସ୍ୱାଗତ କରିଥିବା ବେଳେ କଲେଜ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡୁଥିବା କହିଛନ୍ତି କଲେଜ କର୍ତ୍ତୃପକ୍ଷ।

Related story