ଅପପୁଷ୍ଟି ମୁକାବିଲା କ୍ଷେତ୍ରରେ ପଛରେ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପପୁଷ୍ଟି ମୁକାବିଲା କ୍ଷେତ୍ରରେ ପଛରେ ଓଡ଼ିଶା। ରାଜ୍ୟ ସରକାରଙ୍କ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ କୁପୋଷଣ ଦୂର କରିବାରେ ସମସ୍ୟା ଉପୁଜିଛି। ଫଳରେ ରାଜ୍ୟ ସରକାର ୨୦୨୨ର ନେସନାଲ ନ୍ୟୁଟ୍ରିସନ୍‌ ମିଶନ ଟାର୍ଗେଟ ପୂରା କରିବା ପରିବା ନେଇ ସନ୍ଦେହ ଉପୁଜିଛି। ରାଜ୍ୟର ୧୦.୭ ଲକ୍ଷ ଶିଶୁ ଅର୍ଦ୍ଧବିକଶିତ ହୋଇ ରହିଛନ୍ତି। ସେହିପରି ୫.୧୩ ଲକ୍ଷ ଶିଶୁ ଦୁର୍ବଳ ସ୍ୱାସ୍ଥ୍ୟର ବୋଲି CNNS ସର୍ଭେରୁ ଜଣାପଡ଼ିଛି। ସର୍ଭେ ରିପୋର୍ଟ ଅନୁଯାୟୀ, ୧୦.୮ […]

dharmendra

Manoranjan Sial
  • Published: Friday, 29 November 2019
  • , Updated: 29 November 2019, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପପୁଷ୍ଟି ମୁକାବିଲା କ୍ଷେତ୍ରରେ ପଛରେ ଓଡ଼ିଶା। ରାଜ୍ୟ ସରକାରଙ୍କ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ କୁପୋଷଣ ଦୂର କରିବାରେ ସମସ୍ୟା ଉପୁଜିଛି। ଫଳରେ ରାଜ୍ୟ ସରକାର ୨୦୨୨ର ନେସନାଲ ନ୍ୟୁଟ୍ରିସନ୍‌ ମିଶନ ଟାର୍ଗେଟ ପୂରା କରିବା ପରିବା ନେଇ ସନ୍ଦେହ ଉପୁଜିଛି।

ରାଜ୍ୟର ୧୦.୭ ଲକ୍ଷ ଶିଶୁ ଅର୍ଦ୍ଧବିକଶିତ ହୋଇ ରହିଛନ୍ତି। ସେହିପରି ୫.୧୩ ଲକ୍ଷ ଶିଶୁ ଦୁର୍ବଳ ସ୍ୱାସ୍ଥ୍ୟର ବୋଲି CNNS ସର୍ଭେରୁ ଜଣାପଡ଼ିଛି। ସର୍ଭେ ରିପୋର୍ଟ ଅନୁଯାୟୀ, ୧୦.୮ ଲକ୍ଷ ଶିଶୁ ଓଜନ ହୀନତାର ଶିକାର ଏବଂ ବୟସ ବଢ଼ିବା ସହ ସେମାନଙ୍କ ଉଚ୍ଚତା ବୃଦ୍ଧି ହେଉନାହିଁ। ସେହିପରି କେତେକ ପିଲାଙ୍କ କ୍ଷେତ୍ରରେ ଉଚ୍ଚତା ବଢୁଥିଲେ ବି ଓଜନ ବଢୁନାହିଁ। ବିଶେଷକରି ଓଡ଼ିଶାର ବୟସ ପ୍ରାପ୍ତ ବାଳିକାଙ୍କ କ୍ଷେତ୍ରରେ ଅଧିକାଂଶ ରକ୍ତହୀନତାର ଶିକାର ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ସର୍ବଭାରତୀୟ ସ୍ତରରେ ୧୧ ଲକ୍ଷ ୨୦ ହଜାର ପିଲାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେ ପୁସ୍ତିକା ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Related story