ରାଜଧାନୀରେ ପୁଲିସ ପୁଅର ଗ୍ୟାଙ୍ଗ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ରକ୍ତଚରିତ୍ର। କ୍ରାଇମ୍ ଆକ୍ସନ ଭଳି  ରିଲ୍ ଭିଡ଼ିଓ। କେତେବେଳେ ବ୍ଲାଙ୍କ୍ ଫାୟାରିଂ ତ କେତେବେଳେ ନବାବ୍ ଷ୍ଟାଇଲରେ ଚାଲି। ଏପରିକି ଶୂନଶାନ୍ ରାତିରେ ସୈତାନୀ ଗିରିର ଭାଇରାଲ୍ ଭିଡ଼ିଓ। ଏମାନେ ହେଉଛନ୍ତି ଜଣେ ଜଣେ କ୍ରିମିନାଲ୍।  ଯାହାଙ୍କ ଗ୍ୟାଙ୍ଗର ନାଁ ରହିଛି KBN।  ଅର୍ଥାତ୍ କୋଇ ଭାଇ ନେହିଁ। ଗତ ୨୧ ତାରିଖରେ ସିଆରପି ଛକରେ ଜଣେ ଯୁବକଙ୍କୁ ଆକ୍ରମଣ ପରଠୁ ସାମ୍ନାକୁ ଆସିଛି ଏହି ଗ୍ୟାଙ୍ଗ୍ । ଯାହାର ମୁଖ୍ୟ ବୁବୁ […]

Police

Tapas Behera
  • Published: Monday, 01 November 2021
  • , Updated: 01 November 2021, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ରକ୍ତଚରିତ୍ର। କ୍ରାଇମ୍ ଆକ୍ସନ ଭଳି  ରିଲ୍ ଭିଡ଼ିଓ। କେତେବେଳେ ବ୍ଲାଙ୍କ୍ ଫାୟାରିଂ ତ କେତେବେଳେ ନବାବ୍ ଷ୍ଟାଇଲରେ ଚାଲି। ଏପରିକି ଶୂନଶାନ୍ ରାତିରେ ସୈତାନୀ ଗିରିର ଭାଇରାଲ୍ ଭିଡ଼ିଓ। ଏମାନେ ହେଉଛନ୍ତି ଜଣେ ଜଣେ କ୍ରିମିନାଲ୍।  ଯାହାଙ୍କ ଗ୍ୟାଙ୍ଗର ନାଁ ରହିଛି KBN।  ଅର୍ଥାତ୍ କୋଇ ଭାଇ ନେହିଁ। ଗତ ୨୧ ତାରିଖରେ ସିଆରପି ଛକରେ ଜଣେ ଯୁବକଙ୍କୁ ଆକ୍ରମଣ ପରଠୁ ସାମ୍ନାକୁ ଆସିଛି ଏହି ଗ୍ୟାଙ୍ଗ୍ । ଯାହାର ମୁଖ୍ୟ ବୁବୁ ଜେନା ଏବଂ ପାପୁନି । କୁହାଯାଉଛି, ବୁବୁ ଜେନା ଜଣେ ପୁଲିସ କର୍ମଚାରୀଙ୍କ ପୁଅ ।

ଆଉ  ଦକ୍ଷିଣୀ ଷ୍ଟାଇଲରେ  ପାଟିରେ ଭୂଜାଲି ଧରି ସ୍ଲୋ ମୋସନରେ ଏଣ୍ଟ୍ରି କରୁଛନ୍ତି  ରାହୁଲ୍ । ଯାହାକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହି ଭାଇରାଲ୍ ଭିଡ଼ିଓ ସାମ୍ନାକୁ ଆସିବା ପରେ ୪ରୁ ଅଧିକଙ୍କୁ ପୁଲିସ ବାନ୍ଧିସାରିଲାଣି । ତାସହ ବହୁ ମାରଣାସ୍ତ୍ର ବି ଜବତ କରିଛି । KBN ଗ୍ୟାଙ୍ଗର ଏଭଳି ଆତଙ୍କରାଜ୍ ଭିଡ଼ିଓ ଏତିକିରେ ସରିନି। କେଉଁଠି ରାଜରାସ୍ତା ଉପରେ ନାଇଟପାର୍ଟି କରିବାର ଭିଡ଼ିଓ ସାମ୍ନାକୁ ଆସିଛି ତ ଆଉ ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ମରଣାନ୍ତକ ଆକ୍ରମଣ । ତେବେ କମ୍ ବୟସରେ ଡନ୍ ହେବାର ନିଶାରେ ଚୁର୍ ଏହି ନୂତନ ଯୁବପୀଢ଼ିଙ୍କୁ ଉସୁକାଉଛି କିଏ ? ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଚାଲେଞ୍ଜ ଦେଇ ଏମାନେ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ? ଆଜି ହୁଏତ କ୍ୟାମେରାସାମ୍ନାକୁ ଆସିଛି ଏହି ଗ୍ୟାଙ୍ଗ ।

କିନ୍ତୁ ଏମାନଙ୍କ ଭଳି ବହୁ ଅପରାଧୀ ଅଦୃଶ୍ୟ ରହି ଭିଆଉଛନ୍ତି ଅପରାଧ । ଆଜି ଶୈଳଶ୍ରୀବିହାରରେ ଛୁରାମାଡ଼ କାଣ୍ଡ, ଚାଞ୍ଚଲ୍ୟ ଖେଳାଇଦେଇଛି ରାଜଧାନୀରେ । ଘରେ ପଶି ମାଓ ଝିଅଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ପ୍ରତି ଆକ୍ରମଣରେ ସଂପୃକ୍ତ ଯୁବକ ବି ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ମହିଳା ପୋଷାକ ପିନ୍ଧି ଘରେ ପଶିଥିବା କୁହାଯାଉଛି।  ତେବେ କାରଣ କଣ, ପୁଲିସ ତାର ଖୋଳତାଡ଼ କରୁଛି ।

ରାଜଧାନୀରେ ଗତ କିଛି ମାସ ହେଲା ନିୟମିତ ବ୍ୟବଧାନରେ ସଂଘଟିତ ହେଉଛି ଅପରାଧ । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟାକାଣ୍ଡକୁ ନେଇ ଏବେ ବି ଲାଗିରହିଛି ଚର୍ଚ୍ଚା।  ସେହିପରି ୬ ଅଗଷ୍ଟ, ୨୦୨୧ ରେ ସାମାନ୍ୟ ବଚସାରୁ ମଞ୍ଚେଶ୍ୱର ମୁଣ୍ଡାସାହିରେ ହୋଇଥିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ । ୨୬ ଜୁଲାଇ, ୨୦୨୧।  ମାଷ୍ଟରକ୍ୟାଣ୍ଟିନରେ ଦିନ ପହରରେ ୫ ଜଣଙ୍କୁ ଗୋଡ଼ାଇ ଗୋଡାଇ ଆକ୍ରମଣ ହୋଇଥିଲା। ଏଭଳି ଏକାଧିକ କାଣ୍ଡକୁ ନେଇ ବିଭିନ୍ନ ମହଲରେ ଦେଖାଦେଇଛି ଉଦବେଗ ।

Related story