ଶ୍ରୀମନ୍ଦିର ଚାରିପଟେ ଖନନ ପାଇଁ ମିଳିନି ଅନୁମତି: ପିନାକୀଙ୍କ ମିଛ ଧରା ପକାଇଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚାରିପଟେ ଚାଲିଥିବା ଖନନ କାର୍ଯ୍ୟକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିବାବେଳେ ଏକ ନୂଆ ତଥ୍ୟ ପଦାକୁ ଆସିଛି । ଲୋକସଭାରେ ବିଜେଡି ନେତା ତଥା ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ଅଂଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଏନଓସି(ଅନାପତ୍ତି ପ୍ରମାଣପତ୍ର) ମିଳିଥିବା କଥା ଦାବି କରୁଥିଲେ ମଧ୍ୟ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କିନ୍ତୁ ଏଭଳି କୌଣସି ଅନୁମତି […]

pratap

pratap

Ordigital Desk
  • Published: Saturday, 02 April 2022
  • Updated: 02 April 2022, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚାରିପଟେ ଚାଲିଥିବା ଖନନ କାର୍ଯ୍ୟକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିବାବେଳେ ଏକ ନୂଆ ତଥ୍ୟ ପଦାକୁ ଆସିଛି । ଲୋକସଭାରେ ବିଜେଡି ନେତା ତଥା ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ଅଂଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଏନଓସି(ଅନାପତ୍ତି ପ୍ରମାଣପତ୍ର) ମିଳିଥିବା କଥା ଦାବି କରୁଥିଲେ ମଧ୍ୟ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କିନ୍ତୁ ଏଭଳି କୌଣସି ଅନୁମତି ଏପର୍ଯ୍ୟନ୍ତ ଆବଶ୍ୟକ ପଡ଼ିନି ବୋଲି କହିଛନ୍ତି । ସଂରକ୍ଷିତ ଐତିହ୍ୟ ବା ମନ୍ଦିରର ୧୦୦ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟ ପାଇଁ ଯଦି ଅନୁମତି ଆବଶ୍ୟକ ପଡ଼େ ତା’ହେଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଓଡ଼ିଶା ସରକାର ତାହା ଆଣିବେ ବୋଲି କହିଛନ୍ତି ।

ବିଜେଡି ସାଂସଦ ଶ୍ରୀ ମିଶ୍ରଙ୍କ ବୟାନ ଓ ଆଇନ ମନ୍ତ୍ରୀ ଶ୍ରୀ ଜେନାଙ୍କ ବୟାନରେ ତାଳମେଳ ନଥିବାବେଳେ ଭୁବନେଶ୍ୱରସ୍ଥିତ ଏଏସଆଇ ସର୍କଲର ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଅରୁଣ ମଲ୍ଲିକଙ୍କ ୨୦୨୨ ମାର୍ଚ୍ଚ ୮ତାରିଖର ଚିଠି ବି ଓଡ଼ିଶା ସରକାରଙ୍କୁ ଏହି କାର୍ଯ୍ୟ ପାଇଁ କୌଣସି ଲିଖିତ ଅନୁମତି ମିଳି ନଥିବା ସ୍ପଷ୍ଟ ହୋଇଛି । ଏପରିକି ଶ୍ରୀମନ୍ଦିର ପରିକ୍ରମା ଓ ଏକାମ୍ର କ୍ଷେତ୍ରର ଡେଭଲପମେଣ୍ଟ ପ୍ଲାନ ପାଇଁ ରାଜ୍ୟ ସରକାର କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ମଧ୍ୟ ଏପର୍ଯ୍ୟନ୍ତ ଏଏସଆଇକୁ ଲିଖିତ ଭାବେ ଅବଗତ କରାଇ ନାହାନ୍ତି ।

ସୂଚନା ଅନୁସାରେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ସଂରକ୍ଷିତ ଐତିହ୍ୟ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ପରିଧି ମଧ୍ୟରେ ଏବେ ଖନନ କାର୍ଯ୍ୟ ଚାଲିଛି । ଏହି ଖନନ କାର୍ଯ୍ୟ ସେଠାରେ ୪ଟି ବାଥରୁମ୍ ନିର୍ମାଣ ପାଇଁ ହେଉଛି ବୋଲି ବିଜେଡି ସାଂସଦ ପିନାକୀ ମିଶ୍ର ଦୁଇ ଦିନ ତଳେ ଲୋକସଭାରେ କହିବାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଶ୍ରୀ ମିଶ୍ର ଆଜି ଗଣମାଧ୍ୟମ ସାମ୍ନାକୁ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତାଙ୍କୁ ମିଛୁଆ ପ୍ରମାଣିତ ପାଇଁ ଉଦ୍ୟମ ଚାଲିଛି ବୋଲି କହି ନିଜର କ୍ଷୋଭ ବ୍ୟକ୍ତ କରିଥିଲେ । ଅବଶ୍ୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁଣିଥରେ ଶ୍ରୀମନ୍ଦିର ଚାରିପଟେ ଖନନ ଅବା ନିର୍ମାଣ କାର୍ଯ୍ୟ କୌଣସି ଅନୁମତି ରାଜ୍ୟ ସରକାରଙ୍କୁ ମିଳିନି ବୋଲି ସ୍ପଷ୍ଟ କରିଛନ୍ତି।

[caption id="attachment_724672" align="aligncenter" width="650"]Puri Temple ପୁରୀ ଶ୍ରୀମନ୍ଦିର ପାଖରେ ଚାଲିଛି ନିର୍ମାଣ କାର୍ଯ୍ୟ[/caption]

ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗତ ମାର୍ଚ୍ଚ ୨୯ତାରିଖରେ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଆମସାର ଆକ୍ଟ-୧୯୫୮ର ଧାରା ୨୦-କ ଅନୁସାରେ ସଂରକ୍ଷିତ ଐତିହ୍ୟ(ମନ୍ଦିର)ର ୧୦୦ମିଟର ପରିଧି ମଧ୍ୟରେ କୌଣସି ପ୍ରକାର କୋଠା ନିର୍ମାଣ ଅବା ଖନନ ଆଦି ପାଇଁ ଏହି ଆକ୍ଟର ଧାରା ୧୯ ଅନୁସାରେ କେନ୍ଦ୍ର ସରକାରଙ୍କଠୁ ଅନୁମତି ଆବଶ୍ୟକ । ସଂରକ୍ଷିତ ଐତିହ୍ୟ ବା ମନ୍ଦିରର ନିଷୋଧାଂଚଳରେ କୌଣସି ନିର୍ମାଣ ପୂର୍ବରୁ ଆବଶ୍ୟକ ପଡ଼ିଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ରାଜ୍ୟ ସରକାର ଏହି ଅନୁମତି ହାସଲ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଅର୍ଥାତ୍ ପରୋକ୍ଷରେ ଆଇନମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ ଓ ଖନନ କାର୍ଯ୍ୟ ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏହି ଅନୁମତି ହାସଲ ନିମନ୍ତେ କୌଣସି ପଦକ୍ଷେପ ନେଇନାହାନ୍ତି ।

ଆଉ ଏପଟେ ଭୁବନେଶ୍ୱରସ୍ଥିତ ଏଏସଆଇ ସର୍କଲର ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଅରୁଣ ମଲ୍ଲିକ ୨୦୨୨ ମାର୍ଚ୍ଚ ୮ତାରିଖରେ ରାଜ୍ୟ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର କ୍ଷେତ୍ର ପ୍ରକଳ୍ପର ବିକାଶ ଯୋଜନା ସଂକ୍ରାନ୍ତ ବିସ୍ତୃତ ପ୍ରସ୍ତାବ ପଠାଇବାକୁ କହିଛନ୍ତି । ଫେବୃୟାରୀ ୨୨ତାରିଖରେ ଏଏସଆଇ ଡିଜିଙ୍କ ଗସ୍ତବେଳେ ଯେଉଁ ନିଷ୍ପତ୍ତି ହୋଇଥିଲା, ସେହି ଆଧାରରେ ଦୁଇ ପ୍ରକଳ୍ପର ଡେଭଲପମେଣ୍ଟ ପ୍ଲାନ୍ ସଂକ୍ରାନ୍ତ ପ୍ରସ୍ତାବ ପଠାଇଲେ, ଏହାକୁ ସେ ଆମସାର ଆକ୍ଟ-୨୦୧୦ର ଧାରା ୨୦(କ) ଅନ୍ତର୍ଗତ ଉପଯୁକ୍ତ କର୍ତ୍ତୃପକ୍ଷ(ଏଏସଆଇ ଡିଜି)ଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି ।

ଆଇନ ମନ୍ତ୍ରୀ ଶ୍ରୀ ଜେନା ବିଧାନସଭାରେ ଦେଇଥିବା ଲିଖିତ ଉତ୍ତର ଓ ଏଏସଆଇ ସର୍କଲ ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଶ୍ରୀ ମଲ୍ଲିକଙ୍କ ଚିଠିକୁ ଅନୁଧ୍ୟାନ କଲେ ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର କ୍ଷେତ୍ରର ବିକାଶ ପ୍ରକଳ୍ପର ବିସ୍ତୃତ ତଥ୍ୟ ସମ୍ପର୍କରେ ଏଏସଆଇ(ପ୍ରତ୍ନତତ୍ତ୍ୱ ବିଭାଗ) କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଏଜେନ୍ସୀ ଅବଗତ ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story