କିଏ କହୁଛନ୍ତି ସତ? ପିନାକୀ ମିଶ୍ର ନା ଅପରାଜିତା ଷଡ଼ଙ୍ଗୀ?

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କିଏ ସତ କହୁଛନ୍ତି? ପୁରୀ ସାଂସଦ ପିନାକୀ ମିଶ୍ର ନା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ? ଉଭୟଙ୍କ ପାଖରେ ରହିଛି ସମାନ କାଗଜ। ତାକୁ ଦେଖାଇ ପିନାକୀ କହୁଛନ୍ତି, ଏହା ହେଉଛି ଏନ୍‌ଓସି। ହେଲେ ଅପରାଜିତା କହୁଛନ୍ତି, ଏହା ଏନ୍‌ଓସି ନୁହେଁ, କେବଳ ଏକ ଚିଠି। ତେବେ ଏଠି ପ୍ରଶ୍ନ ଉଠୁଛି କୋଟି ବ୍ରହ୍ମାଣ୍ଡର କର୍ତ୍ତା ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କିଏ କହୁଛନ୍ତି ମିଛ, କିଏ କହୁଛନ୍ତି ସତ? ଶ୍ରୀମନ୍ଦିର […]

Pinaki Misra and Aparajita Sarangi

Pinaki Misra and Aparajita Sarangi

Manoranjan Sial
  • Published: Saturday, 02 April 2022
  • Updated: 02 April 2022, 05:59 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କିଏ ସତ କହୁଛନ୍ତି? ପୁରୀ ସାଂସଦ ପିନାକୀ ମିଶ୍ର ନା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ? ଉଭୟଙ୍କ ପାଖରେ ରହିଛି ସମାନ କାଗଜ। ତାକୁ ଦେଖାଇ ପିନାକୀ କହୁଛନ୍ତି, ଏହା ହେଉଛି ଏନ୍‌ଓସି। ହେଲେ ଅପରାଜିତା କହୁଛନ୍ତି, ଏହା ଏନ୍‌ଓସି ନୁହେଁ, କେବଳ ଏକ ଚିଠି। ତେବେ ଏଠି ପ୍ରଶ୍ନ ଉଠୁଛି କୋଟି ବ୍ରହ୍ମାଣ୍ଡର କର୍ତ୍ତା ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କିଏ କହୁଛନ୍ତି ମିଛ, କିଏ କହୁଛନ୍ତି ସତ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଗୁରୁବାର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଯାହାର ଜବାବ ଦେବାକୁ ଯାଇ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ, ଶ୍ରୀମନ୍ଦିର ପାଖରେ କେବଳ ୪ଟି ଶୌଚାଳୟ ନିର୍ମାଣ କରାଯାଉଛି। ଏହାଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।

ତେବେ ପିନାକୀଙ୍କ ଏପରି ମନ୍ତବ୍ୟ ଯୋଗୁ ବିବାଦ ଆହୁରି ଘନେଇଛି। ଶ୍ରୀକ୍ଷେତ୍ରରେ ତାଙ୍କ କୁଶପୁତ୍ତଳିକା ବି ଦାହ କରାଯାଇଛି। ଏହା ପରେ ଆଜି ପିନାକୀ ମିଶ୍ର ସ୍ପଷ୍ଟୀକରଣ ରଖିଛନ୍ତି। ଖଣ୍ଡିଏ କାଗଜ ଦେଖାଇ ସେ କହିଛନ୍ତି, ଏହା ହେଉଛି ଗତ ସେପ୍ଟେମ୍ୱର ୪ ତାରିଖରେ NMA ଦେଇଥିବା ଏନ୍‌ଓସି। ଏହି ଏନ୍‌ଓସି ମୁତାବକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କ୍ଲକ ରୁମ୍‌, ମିନି କ୍ଲକ ରୁମ୍‌, ସେଲ୍‌ଟର ପାଭିଲିଅନ, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟଏଲେଟ ନିର୍ମାଣ କରିବାକୁ ଅନୁମତି ମିଳିଛି। କିନ୍ତୁ ସମୟ ଅଭାବରୁ ସଂସଦରେ କେବଳ ଟଏଲେଟ କଥା କହିଦେଇଥିଲି। ସଂସଦରେ କିଛି ମିଛ କହିନି। ସତସାହସ ଥିଲେ ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ପିନାକୀଙ୍କ ଏନ୍‌ଓସି ମନ୍ତବ୍ୟକୁ ନେଇ ଜବାବ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ପିନାକୀ ବାବୁ ବରିଷ୍ଠ ସାଂସଦ। ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି। ଥରେ ଲୋକସଭାରେ କହିଦେବା ପରେ ବାହାରେ ଆଲୋଚନା ହେବା କଥା ନୁହେଁ। କିନ୍ତୁ ଆଜି ତାଙ୍କର ବାଇଟ୍‌ ଶୁଣିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଗଲି। ପ୍ରଥମ କଥା ହେଉଛି- କୌଣସି ଐତିହ୍ୟ ସ୍ଥଳର ୧୦୦ ମିଟର ଭିତରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ଅନୁମତି ଦେବାକୁ ଏନ୍‌ଏମ୍‌ଏ (ନ୍ୟାସନାଲ୍‌ ମନୁମେଟ୍‌ ଅଥରିଟିର)ର କ୍ଷମତା ନାହିଁ। କେବଳ ଏଏସ୍‌ଆଇର ଡିଜିଙ୍କ ସ୍ୱତନ୍ତ୍ର ଅନୁମତି କ୍ରମେ କିଛିଟା ସୁବିଧା ନିର୍ମାଣ ହୋଇପାରିବ। କିନ୍ତୁ କଥା ହେଉଛି, ଯେଉଁ ସବୁ କାର୍ଯ୍ୟ ହୋଇଛି, ସେଥିରେ ୪ଟା ଶୌଚାଳୟ ହେଉଛି ବୋଲି ସେ (ପିନାକୀ ମିଶ୍ର) ବାରମ୍ୱାର କହିଥିଲେ। କିନ୍ତୁ ଆଜି କହୁଛନ୍ତି ଆହୁରି ଅନେକ କାମ ହେଉଛି। ଏତେ ସବୁ କାମ ପାଇଁ ଏନ୍‌ଓସି ମିଳିଥିବା କଥା କହୁଛନ୍ତି। କିନ୍ତୁ ସେ ଯାହାକୁ ଏନ୍‌ଓସି କହୁଛନ୍ତି, ସେ କାଗଜ ମୋ ପାଖରେ ମଧ୍ୟ ରହିଛି। ସେଇଟା ଏନ୍‌ଏମ୍‌ଏର ଚିଠି, ଏନ୍‌ଓସି ନୁହେଁ। ଏନ୍‌ଓସିର ଫର୍ମାଟ୍‌ ଅଲଗା ହୋଇଥାଏ। ସେଥିଲେ ଡିଟେଲ୍‌ ଦିଆଯାଏ।”

ସେ ଆହୁରି କହିଛନ୍ତି, “ଆଜି କୁହାଗଲା ଏଏସ୍‌ଆଇ ଏନ୍‌ଓସି ଦେଇଛି। କିନ୍ତୁ ମୁଁ କହିବାକୁ ଚାହେଁ, ଏଇଟା ଏନ୍‌ଏମ୍‌ଏର ଚିଠି। ଏଏସ୍‌ଆଇର ଚିଠି ନୁହେଁ। ଏଇଟା ଏନ୍‌ଏମ୍‌ଏ ଚିଠି, ଏନ୍‌ଓସି ନୁହେଁ। ୧୦୦ ମିଟର ଭିତରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ଯଦି କିଛି ମରାମତି ହୁଏ, ତାହାହେଲେ ଏଏସ୍‌ଆଇ ଡିଜି ଅନୁମତି ଦେବେ। ଆଜି ମଧ୍ୟ ମୁଁ ଏଏସ୍‌ଆଇଙ୍କ ସହିତ କଥା ହୋଇଛି। ସତ ଜାଣିବାକୁ ହେଲେ ସମସ୍ତେ ଏଏସ୍‌ଆଇଙ୍କ ସହିତ କଥା ହୋଇଯାଆନ୍ତୁ। ସତ କଣ ଓଡ଼ିଶାର ଲୋକ ଜାଣିଗଲେଣି। ଓଡ଼ିଶାର ଲୋକମାନେ ବହୁ ଅଭିଜ୍ଞ। ସେମାନେ ସବୁ କଥା ଠିକ୍‌ ଭାବେ ବୁଝୁଛନ୍ତି। କାରଣ ଏଇଟା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାର କଥା। ସେଥିପାଇଁ ମୁଁ ଥରେ ଲୋକସଭାରେ କହିଛି। ଦରକାର ପଡ଼ିଲେ ବାରମ୍ୱାର ଲୋକସଭାରେ କହିବି। କିନ୍ତୁ ଯେଉଁଟା ଠିକ୍‌ ସେଇଟା କହିବି। ୧୦୦ ମିଟର ଭିତରେ ନିର୍ମାଣ କରିବା ପାଇଁ ଏଏସ୍‌ଆଇ କୌଣସି ଅନୁମତି ଦେଇନାହିଁ। କିନ୍ତୁ ଦେଖାଯାଉଥିବା କାଗଜଟି ହେଉଛି ଚିଠି। ତାହା ହେଉଛି ଏନ୍‌ଏମ୍‌ଏର ଚିଠି। ଏନ୍‌ଓସି ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story