କରଞ୍ଜିଆ(ଦୀପକ ମହନ୍ତ): ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ରେଡ୍। ୭ ଜଣଙ୍କୁ ଧରିଲା ବନ ବିଭାଗ। ମୟୂରଭଞ୍ଜ ଯଶୀପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ଏହି ରେଡ୍ ହୋଇଛି। ଚଢ଼ାଉ ବେଳେ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ। ତେବେ ଚମଡା କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ କେନ୍ଦୁଝର ବନଖଣ୍ଡର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।
ମଧ୍ୟପ୍ରଦେଶସ୍ଥିତ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଅଧିକାରୀ କୌଣସି ସୂତ୍ରରୁ ଖବରପାଇ ଏହି ଚଢ଼ାଉ କରିଥିଲେ। ଚମଡ଼ା କାରବାର ପାଇଁ ଅପେକ୍ଷା କରିଥିବା ଦୁଇ ଯୁବକଙ୍କୁ ପ୍ରଥମେ ଗିରଫ କରାଯାଇଥିଲା।
ଗିରଫ ଦୁଇ ଜଣଙ୍କୁ ପଚରାଉଚରା ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଜବତ ଚମଡାର ଲମ୍ବ ସାଢେ ୪ ଫୁଟ ଓ ଓସାର ୨ ଫୁଟ ୫ ଇଞ୍ଚ ହେବ। ଉକ୍ତ ବାଘ ଚମଡ଼ାକୁ ଜବତ କରିବାପରେ ଦୁଧିଆଣି ବନାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଜୁଡ଼ିଗଲା ଫସଲ, ଜୀବନ ହାରିଦେଲେ ଚାଷୀ
ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ।
Miscellaneous
୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଡିସେମ୍ବର ୩୦ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।
Miscellaneous
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ
୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ବନବିଭାଗ କହିଛି।
Miscellaneous
୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ। ୯ ତାରିଖ ଜନତା ମଇଦାନରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ।