ଏଣ୍ଟ୍ରି ଥିଲା ଧମାକାଦାର, ଚାଲିଗଲେ ଚୁପଚାପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ଓଲିଉଡ୍‌ର ଭେଟେରାନ ଅଭିନେତା ବିଜୟ ମହାନ୍ତି ଚାଲିଯିବାର ସପ୍ତାହକ ମଧ୍ୟରେ ଝଡ଼ିଯାଇଛି ଆଉ ଏକ ପ୍ରତିଭା। ଦିନେ ଆଲବମ୍‌ ଜଗତରେ ଚୁଲବୁଲି ନାୟିକା ଭାବେ ଦର୍ଶକଙ୍କୁ ମତୁଆଲା କରୁଥିବା ଦୀପା ଆଜି ସବୁଦିନ ପାଇଁ ନିରବି ଯାଇଛନ୍ତି। ତାଙ୍କର ଟିକେ ଝଲକ ପାଇଁ ଦର୍ଶକମାନେ ପାଗଳ ହେଉଥିଲେ। ହେଲେ ଶେଷରେ ଜୀବନ ସହ ସଂଘର୍ଷ କରି ଆଜି ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ […]

ddwq

ddwq

Tapas Behera
  • Published: Monday, 27 July 2020
  • Updated: 27 July 2020, 05:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ଓଲିଉଡ୍‌ର ଭେଟେରାନ ଅଭିନେତା ବିଜୟ ମହାନ୍ତି ଚାଲିଯିବାର ସପ୍ତାହକ ମଧ୍ୟରେ ଝଡ଼ିଯାଇଛି ଆଉ ଏକ ପ୍ରତିଭା। ଦିନେ ଆଲବମ୍‌ ଜଗତରେ ଚୁଲବୁଲି ନାୟିକା ଭାବେ ଦର୍ଶକଙ୍କୁ ମତୁଆଲା କରୁଥିବା ଦୀପା ଆଜି ସବୁଦିନ ପାଇଁ ନିରବି ଯାଇଛନ୍ତି। ତାଙ୍କର ଟିକେ ଝଲକ ପାଇଁ ଦର୍ଶକମାନେ ପାଗଳ ହେଉଥିଲେ। ହେଲେ ଶେଷରେ ଜୀବନ ସହ ସଂଘର୍ଷ କରି ଆଜି ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା।

ବର୍ଷେ ପୂର୍ବରୁ ଦୀପା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇଥିଲେ। ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ। ତେବେ ଲକ୍‌ଡାଉନ ଯୋଗୁ ଆଉ ମୁମ୍ବାଇ ଯାଇ ପାରି ନଥିଲେ। ତେବେ ଦୁଇ-ତିନି ମାସ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଥିଲା। ତେଣୁ ଗତ ଜୁନ ୨୦ ତାରିଖରେ ତାଙ୍କୁ  କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଚିକିତ୍ସାଧୀନ ଥିବା ବେଳେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଯାଇ ତାଙ୍କୁ ଭେଟିଥିବା ବେଳେ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ। ପରେ ଅର୍ଥାତ ଜୁଲାଇ ୧୨ ତାଙ୍କୁ ସ୍ପର୍ଷ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି। ଦୀପାଙ୍କ ଜନ୍ମ ଢେଙ୍କାନାଳରେ ହୋଇଥିଲା। ଓଡ଼ିଆ ଆବମ୍‌ ଜଗତରେ ଆଗଧାଡ଼ିର ନାୟିକାଙ୍କ ଭିତରେ ସେ ଜଣେ ପରିଚିତ ଥିଲେ।

ଅନେକ ହିଟ୍‌ ଗୀତରେ ଅଭିନୟ କରି ଦର୍ଶକଙ୍କୁ ଦିୱାନା କରିଦେଉଥିବା ଦୀପାଙ୍କର ଖୁବ୍‌ ଚାହିଦା ଥିଲା। ତାଙ୍କ ଅଭିନୀତ ମସ୍ତ ମସ୍ତ ଚାଲି , ତୋ ଟଣା ଟଣା ଆଖି, ଦେବୁ ଯଦି ଗୋରୀ ତୁ ଦିଲ ଦେଇଯା, ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା ଆଦି ଗୀତ ଖୁବ୍‌ ସୁପରହିଟ ହୋଇଥିଲା। ଖାଲି ଆଲବମ ନୁହେଁ ବହୁ ଓଡ଼ିଆ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ସେହିପରି ଦୀପା ଓଡ଼ିଆ ଫିଲ୍ମ ନାରୀ ଆଖିରେ ନିଆଁ,  ସୁନା ଚଢ଼େଇ ମୋ ରୂପା ଚଢ଼େଇ ଓ କଲେଜ୍‌ ଟାଇମରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଛୁଇଁ ପାରିଥିଲା। ଆଲବମ୍‌ ଜଗତକୁ କୁଇନ୍‌ ଭାବେ ଏଣ୍ଟ୍ରି କରିଥିବା ଦୀପା ଆଜି କିନ୍ତୁ ଚୁପ୍‌ଚାପ ଚାଲି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos