କୁକୁଡ଼ାକୁ ନେଇ ହତ୍ୟାକାଣ୍ଡ, ଦୋଷୀକୁ ଆଜୀବନ କାରାଦଣ୍ଡ

ରାଉରକେଲା(ପୱନ ତିୱାରୀ):ସାମାନ୍ୟ କୁକୁଡ଼ା ଚୋରି ଘଟଣାକୁ ନେଇ ଘଟିଥିବା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏହି ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଛେଣ୍ଡ ଥାନା ଅନ୍ତର୍ଗତ ହଠାତ୍ ବସ୍ତିରେ ଏହି ଘଟଣା ଘଟିଥିଲା। ୨୦୧୬  ଅକ୍ଟୋବର ୩ରେ ସାମାନ୍ୟ କୁକୁଡା ଚୋରିକୁ ନେଇ ହୋଇଥିଲା ମହାଭାରତ। କୁକୁଡା ଚୋରିକୁ ନେଇ ବସ୍ତିର ଏତୁଆ ମୁଣ୍ଡାରି ସେହି ବସ୍ତିର ପ୍ରଦୀପ କୁଲୁକୁ କାଠ ଫାଳି‌ଆରେ ବାଡେଇ […]

67890

Tapas Behera
  • Published: Wednesday, 11 December 2019
  • , Updated: 11 December 2019, 05:46 PM IST

ରାଉରକେଲା(ପୱନ ତିୱାରୀ):ସାମାନ୍ୟ କୁକୁଡ଼ା ଚୋରି ଘଟଣାକୁ ନେଇ ଘଟିଥିବା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏହି ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଛେଣ୍ଡ ଥାନା ଅନ୍ତର୍ଗତ ହଠାତ୍ ବସ୍ତିରେ ଏହି ଘଟଣା ଘଟିଥିଲା।

୨୦୧୬  ଅକ୍ଟୋବର ୩ରେ ସାମାନ୍ୟ କୁକୁଡା ଚୋରିକୁ ନେଇ ହୋଇଥିଲା ମହାଭାରତ। କୁକୁଡା ଚୋରିକୁ ନେଇ ବସ୍ତିର ଏତୁଆ ମୁଣ୍ଡାରି ସେହି ବସ୍ତିର ପ୍ରଦୀପ କୁଲୁକୁ କାଠ ଫାଳି‌ଆରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଳା ଦୌରାଜଜ୍‌ ଦୀପକ କୁମାର ଅଭିଯୁକ୍ତ ଏତୁଆକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ୧୨ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଜଜ୍‌ ଏ ସଜା ଶୁଣାଇଛନ୍ତି ।

Related story