ରତ୍ନଗର୍ଭା ଜିଲ୍ଲାରେ ଦାରିଦ୍ର୍ୟର ଦାରୁଣ ଚିତ୍ର: ପରିଣତ ବୟସରେ ପାଇଖାନା ଆଶ୍ରା

କେନ୍ଦୁଝର: (ପ୍ରଣୟ ପାଣି) ପ୍ରାଚୁର୍ଯ୍ୟ ଭରା କେନ୍ଦୁଝର ଜିଲ୍ଲାରେ ଗରିବୀର ଅଭାବୀର ଚିତ୍ର।  ଆଜି ବି ଅସଲି ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ସରକାରୀ ଯୋଜନା। ଘର ଖଣ୍ଡେ ପାଇଁ ବାରଦ୍ୱାର ହେବା ପରେ ବି ନିରାଶ ହେଉଛି ମଣିଷଟିଏ । ପୁଅବୋହୁ-ନାତି ନାତୁଣୀ ଅର୍ଜନ କରିଥିବା ସତ୍ତ୍ୱେ ହତାଦର ଜୀବନ ଜୀଉଁଛନ୍ତି ବାପା। ଆବେଦନର ଦୀର୍ଘ ଅପେକ୍ଷା ପରେ ବି ଇନ୍ଦିରା ଆବାସ ଖଣ୍ଡିଏ ମିଳି ନ ଥିବାରୁ ଜୀବନର ଅପରାହ୍ନରେ ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ କଟୁଛି  ଅଣଓସାରିଆ ପାଇଖାନା ଘରେ ।

ଠିକଣା ସାଜିଛି ପାଇଖାନା ଘର

ନାକୁ ନାଏକ।  ବୟସ ପାଖାପାଖି ୭୦ ବର୍ଷ । ବୟସର ଅପରାହ୍ନରେ ଠିକଣା ସାଜିଛି ଏହି ପାଇଖାନା ଘର। ୪ ଫୁଟ ଲମ୍ବ ଆଉ ୩ ଫୁଟ ଚଉଡ଼ାର ପରିଧି ଭିତରେ ଜୀବନ ଜୀଉଁଛନ୍ତି କେନ୍ଦୁଝର ରାଇସଆ ପଞ୍ଚାୟତ ହର୍ଷପୁର ଗାଁର ନାକୁ ନାଏକ ଏବଂ ତାଙ୍କ ପତ୍ନୀ ସୁମତି । ସକାଳଠୁ ସଞ୍ଜ, ସଞ୍ଜଠୁ ସକାଳ ଜୀବନ ବିତୁଛି ଏହି ଅଣଓସାରିଆ ବଖରାଏ ଘର ଭିତରେ। ସରକାରୀ ଘର ଖଣ୍ଡେ ପାଇଁ କେତେ ନେହୁରା ହେବାକୁ ପଡ଼ିଛି ଏମାନଙ୍କୁ। କିନ୍ତୁ ସବୁ ଦ୍ୱାର ବନ୍ଦ ହୋଇଯାଇଛି ଏହି ଗରୀବ ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ। ସୁମତି ଏବଂ ନାକୁଙ୍କ ପରିବାର କହିଲେ ତାଙ୍କ ପୁଅବୋହୁ ଏବଂ ନାତିନାତୁଣି । ସେମାନେ ରହୁଛନ୍ତି ପୁରୁଣା ବଖରାଏ ଘର ଭିତରେ।  ଗୋଟିଏ ବଖରାରେ ଜାଗା ନ ହେବାରୁ ବୃଦ୍ଧ ବୟସରେ ଏହି ଦମ୍ପତ୍ତି ପଡ଼ିରହିଛନ୍ତି ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଏହି ପାଇଖାନା ଘରେ।  ଗତ ପ୍ରାୟ ୫ ବର୍ଷ ହେଲାଣି, ଘର ଖଣ୍ଡେ ପାଇଁ ପଞ୍ଚାୟତଠୁ ତହସିଲ କାର୍ଯ୍ୟାଳୟ ଯାଏଁ, ଆବେଦନ କରି ଥକିଗଲେଣି ପଛକେ, ଯୋଗ୍ୟ ହିତାଧିକାରୀ ତାଲିକାରେ ଏହି ଦମ୍ପତ୍ତିଙ୍କ ନାଁ ଉଠୁନି । ତେବେ ବିଡିଓ କହୁଛନ୍ତି, ସେମାନଙ୍କ ଆବେଦନ ସମ୍ପର୍କରେ ଅନୁଧ୍ୟାନ କରି ତୁରନ୍ତ ଥଇଥାନ କରାଯିବ।  ତେବେ ଆଶା କରୁଛୁ, ଏହି ଖବର ଦେଖିଲା ପରେ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବ।

Ordigital Desk
• Published: Saturday, 25 November 2017
• Updated: 25 November 2017, 08:09 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos