ବଜ୍ରପାତର କାରଣ ଖୋଜୁଛନ୍ତି ସରକାର: ଗଠନ କଲେ ଏକ୍ସପର୍ଟ କମିଟି

ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତର କାରଣ ଖୋଜିବା ପାଇଁ ଗଠନ ହେବ ଏକ ଏକ୍ସପର୍ଟ କମିଟି। ଏହି କମିଟିରେ ଓସ୍‌ଡମା ଓ ଏସ୍‌ଆସିର ବିଶେଷଜ୍ଞ ରହିବେ। ସେମାନେ ବଜ୍ରପାତରେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟର ତର୍ଜମା କରିବେ। ଏଥିସହ ବଜ୍ରପାତରୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯିବ। ବଜ୍ରପାତ ମୃତ୍ୟୁର ପ୍ରତିକାର ପାଇଁ ଆଜି ସଚିବାଳୟରେ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ବଜ୍ରପାତରେ ସାରା ଦେଶରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ […]

mumbai_rain--621x414

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 10:18 PM IST

ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତର କାରଣ ଖୋଜିବା ପାଇଁ ଗଠନ ହେବ ଏକ ଏକ୍ସପର୍ଟ କମିଟି। ଏହି କମିଟିରେ ଓସ୍‌ଡମା ଓ ଏସ୍‌ଆସିର ବିଶେଷଜ୍ଞ ରହିବେ। ସେମାନେ ବଜ୍ରପାତରେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟର ତର୍ଜମା କରିବେ। ଏଥିସହ ବଜ୍ରପାତରୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯିବ। ବଜ୍ରପାତ ମୃତ୍ୟୁର ପ୍ରତିକାର ପାଇଁ ଆଜି ସଚିବାଳୟରେ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି।

ବଜ୍ରପାତରେ ସାରା ଦେଶରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ ହୋଇଛି। ଦେଶରେ ବର୍ଷକୁ ୨୦୦୦ ଜଣଙ୍କ ମୃତ୍ୟୁ ବରଣ ହେଉଥିବା ବେଳେ ଓଡ଼ିଶାରେ ବର୍ଷକୁ ୪୦୦ ଜଣଙ୍କ ଜୀବନ ଯାଉଛି। ଏ ବର୍ଷ ରାଜ୍ୟରେ ବଜ୍ରପାତ ନେଲାଣି ୨୫୮ ଜଣଙ୍କ ଜୀବନ।

Related story