୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିବ। ଏହା ପରେ ଜାନୁଆରୀ ୧ ଓ ୨ ତାରିଖ ଦିନ ମନ୍ଦିର ବନ୍ଦ ରହିବ। ନୂଆବର୍ଷ ଥିବାରୁ ଏହିଦୁଇ ଦିନ ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। […]

lingaraj

lingaraj

Ranjit Kumar Jena
  • Published: Tuesday, 15 December 2020
  • Updated: 15 December 2020, 06:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିବ। ଏହା ପରେ ଜାନୁଆରୀ ୧ ଓ ୨ ତାରିଖ ଦିନ ମନ୍ଦିର ବନ୍ଦ ରହିବ। ନୂଆବର୍ଷ ଥିବାରୁ ଏହିଦୁଇ ଦିନ ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଏହା ପରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ବାସିନ୍ଦାକୁ ଦର୍ଶନ ପାଇଁ ଅନୁମତି ମିଳିବ। ତେବେ ଜାନୁଆରୀ ୬ ତାରିଖରୁ ସାଧାରଣ ଲୋକେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଇପାରିବେ ବୋଲି ବିଏମସି କମିଶନର କରିଛନ୍ତି।

ମନ୍ଦିର ଖୋଲିବା ନେଇ ପ୍ରଶାସନ ଗାଇଡଲାଇନ୍ ଜାରି କରିଛି। ମନ୍ଦିର ପରିସରରେ ଏକ ସମୟରେ ସର୍ବାଧିକ ୫ଶହ ଲୋକ ରହିପାରିବେ। ଯେଉଁମାନଙ୍କ ପାଖରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବ, ସେମାନଙ୍କୁ ହିଁ ଦର୍ଶନ ପାଇଁ ଅନୁମତି ମିଳିବ। ତା'ପୁଣି ଏହି ଟେଷ୍ଟ ୪-୫ ଦିନ ପୂର୍ବରୁ ହୋଇଥିବା ଜରୁରୀ ବୋଲି ଦର୍ଶାଇଛନ୍ତି ବିଏମସି କମିଶନର।

ପୂର୍ବଭଳି ମନ୍ଦିର ସକାଳ ୭ଟାରୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବ। ମନ୍ଦିର ପାଖରେ ମଧ୍ୟ ଏକ ସ୍କ୍ରିନିଂ କ୍ୟାମ୍ପର ବ୍ୟବସ୍ଥା କରାଯିବ। ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଲୋକଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ। କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କୁ ଆଦୌ ଦର୍ଶନ କରିବାକୁ ସୁଯୋଗ ମିଳିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos