ବାତ୍ୟା ତିତ୍‌ଲି ସମ୍ପର୍କିତ LIVE ଖବର

6.16A.M: ତିତ୍‌ଲି ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ମଧ୍ୟ ରହିବ ପ୍ରଭାବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିବ। ତିତ୍‌ଲର ପ୍ରଭାବ ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ରହିବ। ଆଜି ରାତି ଯାଏ ୮୦ରୁ ୯୦ କିମି ପର୍ଯ୍ୟନ୍ତ ବେଗରେ ପବନ ହୋଇପାରେ। 6.01A.M: ଗୋପାଳପୁରରେ ଘଣ୍ଟା ପ୍ରତି ୧୨୬ କିମି କଳିଙ୍ଗପଟନମ୍‌ରେ ୫୬ କିମି ବେଗରେ ବହୁଛି ପବନ। 5.55A.M: ଚଳଚଞ୍ଚଳ ପୁରୀ ନିସ୍ତବ୍ଧ, ଅଶାନ୍ତ ସମୁଦ୍ର। ପ୍ରଶାସନର ତତ୍ପରତାକୁ ନେଇ ଉଠିଲା ପ୍ରଶ୍ନ। […]

1

1

Manoranjan Sial
  • Published: Wednesday, 10 October 2018
  • Updated: 19 January 2021, 11:07 AM IST

Sports

Latest News

  • 6.16A.M: ତିତ୍‌ଲି ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ମଧ୍ୟ ରହିବ ପ୍ରଭାବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିବ। ତିତ୍‌ଲର ପ୍ରଭାବ ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ରହିବ। ଆଜି ରାତି ଯାଏ ୮୦ରୁ ୯୦ କିମି ପର୍ଯ୍ୟନ୍ତ ବେଗରେ ପବନ ହୋଇପାରେ।
  • 6.01A.M: ଗୋପାଳପୁରରେ ଘଣ୍ଟା ପ୍ରତି ୧୨୬ କିମି କଳିଙ୍ଗପଟନମ୍‌ରେ ୫୬ କିମି ବେଗରେ ବହୁଛି ପବନ।
  • 5.55A.M: ଚଳଚଞ୍ଚଳ ପୁରୀ ନିସ୍ତବ୍ଧ, ଅଶାନ୍ତ ସମୁଦ୍ର। ପ୍ରଶାସନର ତତ୍ପରତାକୁ ନେଇ ଉଠିଲା ପ୍ରଶ୍ନ। ପୁଲିସ୍‌ର ଦେଖାନାହିଁ। କେବଳ ଘୋଷଣାରେ ସୀମିତ ପ୍ରଶାସନିକ ପ୍ରତିଶ୍ରୁତି।
  • 5.52A.M:ତିତ୍‌ଲି ବିଗାଡ଼ିଲା ଗଞ୍ଜାମର ପରିସ୍ଥିତି। ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା ଗଛର ରାସ୍ତା ଅବରୋଧ।
  • 5.43A.M:ଗୋପାଳପୁରରେ ଘଣ୍ଟା ପ୍ରତି ୧୨୬ କିମି ବେଗରେ ବହୁଛି ପବନ। ଗଞ୍ଜାମରେ ୨ଟି ଏନ୍‌ଡିଆରଏଫ୍ ଟିମ୍ ଏବଂ ଗୋଟିଏ ଓଡିଆରଏଫ୍ ଟିମ୍‌। ଗଛ ଉପୁଡ଼ି ଗୋପାଳପୁରରେ ସ୍ଥିତି ବେହାଲ୍‌। ଲ୍ୟାଣ୍ଡଫଲ୍‌ ହେବାପରେ ସ୍ଥିତି ହୋଇପାରେ ଆହୁରି ସଙ୍ଗିନ।
  • 5.35A.M: ବ୍ରହ୍ମପୁର-ଗୋପାଳପୁର ରାସ୍ତାରେ ଉପୁଡ଼ି ପଡ଼ିଲା ଗଛ।
  • 5.35A.M:ସ୍ଥଳଭାଗ ଛୁଇଁବା ଆରମ୍ଭ କଲା ତିତ୍‌ଲି
  • 5.35A.M: ବାତ୍ୟା ତିତ୍‌ଲିର ଆଇ ସ୍ଥଳଭାଗ ଛୁଇଁବା ଆରମ୍ଭ କଲା। ୧ ଘଣ୍ଟାରୁ ୨ ଘଣ୍ଟାରେ ଅତିକ୍ରମ କରିବ ଉପକୂଳ।
  • 5.33A.M: ଆସନ୍ତା ଏକ ଘଣ୍ଟାରେ ପବନର ବେଗ  ଘଣ୍ଟା ପ୍ରତି ୧୪୦ କିମିରୁ ୧୫୦ କିମି ରହିବ ଏବଂ ଏହା ୧୬୫ କିମି ପର୍ଯ୍ୟନ୍ତ ଯାଇପାରେ। ଶିଥୀଳ ହେଉଛି ତିତ୍‌ଲି, ହଠାତ୍‌ ହୋଇପାରେ ପରିବର୍ତ୍ତନ।
  • 5.28A.M: ପୁରୀରେ ୯୧ ମିଲିମିଟର ଏବଂ ବାଲେଶ୍ୱରରେ ୬୪ ମିଲିମିଟର ବର୍ଷା ହୋଇଥିବା ସୂଚନା। ଗୋପାଳପୁରଠାରୁ ଅତି ନିକଟରେ ତିତ୍‌ଲି।
  • 5.17A.M: ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଆଦି ୫ଟି ଜିଲ୍ଲାରେ ଲାଗିରହିଛି ବର୍ଷା। ଆଉ କିଛି ସମୟରେ ଉପକୂଳ ଛୁଇଁବ ତିତ୍‌ଲି।
  • 5.18A.M:  ଗଜପତି: ପବନ ପ୍ରଭାବରେ ଉପୁଡ଼ି ପଡ଼ିଛି ଗଛ ଏବଂ ବିଦ୍ୟୁତ୍‌ ଖୁଣ୍ଟ।
  • 5.10A.M:  କେବଳ ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିଛି। ଅନ୍ୟ ସମସ୍ତ ଜିଲ୍ଲାରେ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା।
  • 5.05A.M: ତିତ୍‌ଲି ଯେତିକି ପାଖ ବିପଦ ସେତିକି ଅଧିକ। ସମୁଦ୍ର ପରେ ଏବେ ଟାର୍ଗେଟ୍‌ରେ ସ୍ଥଳଭାଗ। ଉତ୍ତର ଉପକୂଳ ସଲଗ୍ନ ଜିଲ୍ଲାରେ ଦିନସାରା ଅଧିକ ବେଗରେ ପବନ ବହିବ।
  • 4.09A.M: ୧୨ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା। ୧୧ ତାରିଖ ସର୍ବାଧିକ। ୮ ଘଣ୍ଟା ରଚିବ ତାଣ୍ଡବ।
  • 3.58A.M: କେନ୍ଦ୍ର କ୍ୟାବିନେଟ୍‌ ସଚିବ ପିକେ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩ ପ୍ରଭାବିତ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗଦେଲେ।
  • 3.54A.M:ଏହି ତିନି ରାଜ୍ୟର ମୁଖ୍ୟ ଶାସନ ସଚିବ ବର୍ତ୍ତମାନର ସ୍ଥିତି ଏବଂ ସ୍ଥାନାନ୍ତରଣ ବାବଦରେ ତଥ୍ୟ ରଖିଛନ୍ତି। କେନ୍ଦ୍ର ପକ୍ଷରୁ ଓଡ଼ିଶା ପାଇଁ ୧୪ଟି ଏନ୍‌ଡିଆରଏଫ୍‌ ଟିମ୍, ଆନ୍ଧ୍ର ପାଇଁ ୪ ଏନ୍‌ଡିଆରଏଫ୍‌ ଟିମ୍ ଏବଂ ପଶ୍ଚିମବଙ୍ଗ ପାଇଁ ୩ଟି ଟିମ୍ ନିୟୋଜିତ। ଆହୁରି ଅଧିକ ଟିମ୍ ଜରୁରିକାଳୀନ ସ୍ଥିତି ପାଇଁ ପ୍ରସ୍ତୁତ।
  • 3.48A.M: ବାତ୍ୟା ତିତ୍‌ଲିର ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ସଚିବ ପିକେ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଏବଂ ଭାରତୀୟ ପାଣିପାଗ ବିଭାଗ ଅଧିକାରୀଙ୍କ ଯୋଗଦାନ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କଲେ।
  • 3.45A.M: କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ।
  • 3.34 A.M: ଭୁବନେଶ୍ୱର: ରେଲ୍‌ୱେ ଷ୍ଟେସନ୍‌ରେ ଅଟକିଛନ୍ତି ଶହ ଶହ ରେଲ୍‌ୱେ ଗ୍ରୁପ୍‌ ଡି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ।
  • 3.29 A.M.-ବିଶାଖପାଟଣା, ପାରାଦୀପ ଏବଂ ଗୋପାଳପୁରଠାରେ ସ୍ଥାପିତ ଡୁପ୍‌ଲର୍‌ ୱେଦର ରାଡାର୍‌ ଆଧାରରେ ଜାରି ସଦ୍ୟ ହୋଇଥିବା ବୁଲେଟିନ୍। ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି ତିତ୍‌ଲି।
  • 3.29 A.M.- 
  • 3.22 A.M.- ପାଖେଇ ଆସୁଛି ତିତ୍‌ଲିର ଲ୍ୟାଣ୍ଡଫଲ୍‌ ସମୟ। ୩ରୁ ୪ ଘଣ୍ଟା ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଅଶାନ୍ତ ହେଉଛି ସମୁଦ୍ର, ରାଜ୍ୟସାରା ଲଗାଣ ବର୍ଷା।
  • 3.04 A.M.- ରାତି ୩ଟାରେ ୧୫୦ କିଲୋମିଟରକୁ ବଢ଼ିଲା ପବନର ବେଗ। ଗୋପାଳପୁର ନିକଟରେ ତୀବ୍ର ହେଉଛି। ପାରଳାଖେମୁଣ୍ଡି ନିକଟରେ ଅବସ୍ଥା ସଙ୍ଗିନ୍‌।
  • 2.52 A.M.- ରାତି ୨ଟା ଜାରି ହୋଇଥିବା ଜାରି ହୋଇଥିବା ବୁଲେଟିନ୍‌ ଅନୁଯାୟୀ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୫୦ କିଲୋମିଟର ରହିଥିଲା। ସକାଳ ୫.୩୦ରୁ ୧୧.୩୦ ମଧ୍ୟରେ ସ୍ଥଳଭାଗ ପହଞ୍ଚିବାର ସମ୍ଭାବନା ରହିଥିଲା ବେଳେ ବର୍ତ୍ତମାନ ତିତ୍‌ଲି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢ଼ୁଛି।
  • 2.48 A.M.- ଗୋପାଳପୁର: ଫାଇଲିନ୍ ସମୟରେ ସମୁଦ୍ରକୂଳରେ କଚ୍ଚା ଘର ରହିବନି ବୋଲି ଦିଆଯାଇଥିବା ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନବାଚୀ। ଲଗାଣ ବର୍ଷା ସାଜିପାରେ ବିପଦ।
  • 2.36 A.M.- ସନ୍ଧ୍ୟା ସୁଦ୍ଧା ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ମଧ୍ୟ ଚାଲିଛି ପ୍ରକ୍ରିୟା।
  • 2.26A.M.- ଗଞ୍ଜାମ, ଗଜପତି ଏବଂ ପୁରୀରେ ପବନ ଓ ବର୍ଷା ମାତ୍ରା ବଢ଼ୁଛି। ବାତ୍ୟାର ପୂର୍ବଭାସ ଦେଖିବାକୁ ମିଳୁଛି।
  • 2.17A.M.- ପୁରୀ: ସ୍ଥିତି ବଦଳୁଛି, ବର୍ଷା ଲାଗି ରହିଛି। କୂଳ ଆଡ଼କୁ ମାଡ଼ି ଆସୁଛି ଜୁଆର। ପବନର ମାତ୍ରା ମଧ୍ୟ ବଢ଼ିବା ସହିତ ଜୁଆରର ଉଚ୍ଚତା ଦେଢ଼ ମିଟରରୁ ୨ ମିଟର ପର୍ଯ୍ୟନ୍ତ ରହିଥିବା ନେଇ ସୂଚନା। ପବନ ବେଗ ବଢ଼ି ଘଣ୍ଟା ପ୍ରତି ୫୦ କିଲୋମିଟର ହେଲେ ବିଦ୍ୟୁତ୍‌ କାଟ୍‌।
  • 2.14A.M.- ଭୁବନେଶ୍ୱର: ରେଲ୍‌ୱେ ଷ୍ଟେସନ୍‌ରେ ଅଟକି ରହିଛନ୍ତି ଶହ ଶହ ଯାତ୍ରୀ।
  • 2.08 A.M.- ପୁଣି କହି ରଖୁଛୁ, ତିତ୍‌ଲି ଭୋର ୪ଟାରୁ ସକାଳ ୮ଟା ଭିତରେ ସ୍ଥଳଭାଗ ଛୁଇଁବ। ସ୍ଥାନାନ୍ତର ଚାଲିଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଫାଇଲିନ୍ ଏବଂ ହୁଡ୍‌ହୁଡ୍‌ ପରି ତତ୍ପରତା ନାହିଁ।
  • 2.06 A.M.- ଗୋପାଳପୁର: ଅସୁରକ୍ଷିତ ସ୍ଥାନରେ ତଥାପି ଅଛନ୍ତି ଲୋକ।
  • 2.01 A.M.- ପୁରୀ ଏବଂ ଗୋପାଳପୁରରେ ଅଶାନ୍ତ ହେଉଛି ସମୁଦ୍ର।
  • 1.57 A.M.- ଗୋପାଳପୁରଠାରୁ ୧୨୦ କିଲୋମିଟର ଦୂରରେ ତିତ୍‌ଲି।
  • 1.50 A.M.- ସମଗ୍ର ରାଜ୍ୟରେ ୨୧ଏନ୍‌ଡିଆରଏଫ୍‌ ଟିମ ପ୍ରସ୍ତୁତ। ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଛି। ଫାଇଲିନ୍‌ ତୁଳନାରେ ପବନର ବେଗ କମ୍‌ ରହିବାର ଥିଲେ ମଧ୍ୟ ହେୟ ଜ୍ଞାନ ନକରି ସୁରକ୍ଷିତ ରହିବାକୁ ଯୁଗ୍ମ ରିଲିଫ୍‌ କମିଶନର୍‌ ପ୍ରଭାତ ରଞ୍ଜନ ମହାପାତ୍ର ଜନସାଧାରଣଙ୍କୁ କହିଛନ୍ତି।
  • 1.39.AM.- ଗୋପାଳପୁର ଏବଂ କଳିଙ୍ଗପଟ୍ଟନମ୍‌ର ମଧ୍ୟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଗଜପତି ଜିଲ୍ଲା ତିତ୍‌ଲିର ତାଣ୍ଡବରେ ପ୍ରଭାବିତ ହେବାର ସମ୍ଭାବନା। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ପ୍ରୟାସ।
  • 1.28 A.M.- ରାତି ୨ଟାରେ ଆସିବ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍। ତିତ୍‌ଲିର ଚିତ୍ର ହେବ ଆହୁରି ସ୍ପଷ୍ଟ।
  • 1.25 AM- ଯେତିକି ପାଖଉଛି ବିପଦ ବଢ଼ୁଛି। ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, ଭଦ୍ରକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି, ବୌଦ୍ଧ ଏବଂ ସମ୍ବଲପୁର ଆଦି ଜିଲ୍ଲାରେ ୧୩ ଏନ୍‌ଡିଆରଏଫ୍‌ ଏବଂ ୯ ଓଡିଆର୍‌ଏଫ୍‌ ଟିମ୍‌ ପ୍ରସ୍ତୁତ। ଗଞ୍ଜାମ ଏବଂ ଗଜପତିକୁ ବେଶି ବିପଦ।
  • 12.59-ତିତ୍‌ଲି ପ୍ରଭାବରେ ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଏବଂ ୮ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା। ଘଣ୍ଟାକୁ ୧୪ କିଲୋମିଟର ଆଗକୁ ବଢ଼ୁଛି, ବର୍ତ୍ତମାନ ଗୋପାଳପୁରଠାରୁ ପ୍ରାୟ ୧୮୦ କିଲୋମିଟର ଦୂରରେ ଥିବା ସୂଚନା।
  • 12.41 AM- ଆଜି ସକାଳ ୪ଟାରୁ ୮ଟା ମଧ୍ୟରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ତିତ୍‌ଲି।
  • 12.41 AM -ତିତ୍‌ଲି ସ୍ଥଳଭାଗ ଛୁଇଁବାପରେ ଉତ୍ତରପୂର୍ବ ଓଡ଼ିଶା ଆଡ଼କୁ ମୁହାଁଇବ। ସ୍ଥଳଭାଗ ଛୁଇଁବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଏବଂ ଅପରାହ୍ଣ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ସମ୍ଭାବନା।
  • 12.37 A.M - ଏବେ ଘଣ୍ଟ ପ୍ରତି ୧୦୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି। ରାତି ବଢ଼ିବା ସହିତ ପବନ କରାଳ ରୂପ ନେବା ସମ୍ଭାବନା। ଗୋପାଳପୁର ନିକଟରେ ତିତ୍‌ଲି ସ୍ଥଳଭାଗ ଛୁଇଁବା ବେଳକୁ ପବନ ଘଣ୍ଟାପ୍ରତି ୧୬୫ କିଲୋମିଟର ବେଗରେ ପ୍ରବାହିତ ହେବ। ଶେଷ ଖବର ସୁଦ୍ଧା ଜଗତସିଂହପୁରର ୬୮୧୦ ଜଣ ଏବଂ କେନ୍ଦ୍ରାପଡ଼ାର ୨୩୧୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
  • 10.10 pm-ପୁରୀ ଏବଂ ଗୋପାଳପୁର ପାଇଁ ୧୦ ନଂ ଜିଡି ସିଗ୍‌ନାଲ ରହିଛି

    ୧୦.୦୯ pm-ଏବେ ଗୋପାଳପୁରଠାରୁ ୨୦୦ କିମି ଦୂରରେ ରହିଛି ତିତ୍‌ଲି

  • 9:45 pm- ଘଣ୍ଟା ପ୍ରତି ୧୪ କିମି ବେଗରେ ଆସୁଛି ତିତ୍‌ଲି।
  • 9:10 pm - ତିତ୍‌ଲି ନେଇ SRC ଅଫିସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା। ଏପର୍ଯ୍ୟନ୍ତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
  • 8:56 pm- ତିତ୍‌ଲି ପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ୫ଟି ଜିଲ୍ଲାରେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଜିଲ୍ଲା ଗୁଡ଼ିକ ମଧ୍ୟରେ  ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ରହିଛି। ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧାରେ ସ୍ଥାନାନ୍ତରଣ ଜାରି। ଗଞ୍ଜାମ ଜିଲ୍ଲାରେ ୭୫୩ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି। ଜଗତସିଂହପୁର ଜିଲ୍ଲାରେ ପ୍ରାୟ ହଜାର ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରେ ୧୪୪ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି।
  • ତିତ୍‌ଲି ଭୟ: ରେଲୱେ ଜାରିକଲା ହେଲ୍‌ପ ଲାଇନ୍‌ ନମ୍ବର; ନଂ- ୮୪୫୫୮୮୫୯୩୬, ୦୬୭୪-୨୩୦୧୫୨୫, ୨୩୦୧୬୨୫
  • ତିତ୍‌ଲି ଭୟ: ୧୧, ୧୨ ତାରିଖରେ ହେବାକୁ ଥିବା ରେଲୱେ ଗ୍ରୁପ୍‌ ଡି ପରୀକ୍ଷା ବାତିଲ
  • ବିମାନ ସେବା ବାତିଲ୍‌ କଲା ଇଣ୍ଡିଗୋ
  • ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥ ବଦଳିଲା
  • ପ୍ରଶାନ୍ତି ଓ ବିଶାଖା ଏକ୍ସପ୍ରେସ୍‌ ବାତିଲ୍‌
  • ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story