ଗୋରୁ ଚାଲାଣକୁ ନେଇ ଉତ୍ତେଜନା: ଭ୍ୟାନ୍‌ରେ ନିଆଁ ଲଗାଇ ଦେଲେ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଠାରେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୭ଟି ଗୋରୁ ବୋଝେଇ ପିକଅପ୍‌ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଏଥିସହ ଭ୍ୟାନ୍‌ ଗୁଡ଼ିକରୁ ୧୫୦ଟି ଗାଈକୁ ଉଦ୍ଧାର କରାଯାଇଛି। ଏହି ଗୋରୁଗୁଡ଼ିକୁ ପନ୍ଦରବାଟିଆ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଭ୍ୟାନ୍‌ ଗୁଡ଼ିକରେ ଅଧିକ ସଂଖ୍ୟକ ଗୋରୁ ବୋଝେଇ ହୋଇଥିବାରୁ କିଛି ଗୋରୁ ମରିଯାଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା […]

cow1

Jitendra Garnayak
  • Published: Sunday, 30 September 2018
  • , Updated: 30 September 2018, 09:38 AM IST

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଠାରେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୭ଟି ଗୋରୁ ବୋଝେଇ ପିକଅପ୍‌ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଏଥିସହ ଭ୍ୟାନ୍‌ ଗୁଡ଼ିକରୁ ୧୫୦ଟି ଗାଈକୁ ଉଦ୍ଧାର କରାଯାଇଛି। ଏହି ଗୋରୁଗୁଡ଼ିକୁ ପନ୍ଦରବାଟିଆ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।

ଭ୍ୟାନ୍‌ ଗୁଡ଼ିକରେ ଅଧିକ ସଂଖ୍ୟକ ଗୋରୁ ବୋଝେଇ ହୋଇଥିବାରୁ କିଛି ଗୋରୁ ମରିଯାଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

କିଛି ଲୋକ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଗୋରୁ ବୋଝେଇ ଗାଡ଼ିଗୁଡ଼ିକର ଡ୍ରାଇଭରମାନଙ୍କୁ ଗିରଫ କରିବାକୁ ଦାବି କରି ଅସୁରାଳି ବଜାର ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

ଘଟଣା ସ୍ଥଳରେ ଧାମନଗର ସିଡିପିଓ, ଧାମନଗର ଥାନାଧିକାରୀ ଓ ଧୂଷୁରୀ ଥାନାଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

Related story