ବୃତ୍ତିରେ ବେଡ଼ି: କେମିତି ପୋଷିବେ କୁଟୁମ୍ବ ?

ପିପିଲି/କେନ୍ଦୁଝର/ଧର୍ମଗଡ଼(ଓଡ଼ିଶା ରିପୋର୍ଟର) କୁହାଯାଏ, ଜୀବନ ଥିଲେ ଜୀବିକା। କିନ୍ତୁ ମହାମାରୀ କରୋନାର ପ୍ରକୋପ ସତ୍ତ୍ୱେ ଜୀବନ ବଞ୍ଚି ଯାଇଛି ସତ, କିନ୍ତୁ ଜୀବିକା ଉଜୁଡ଼ିଯାଇଛି। ଲକ୍‌ଡାଉନ୍ ମାଡ଼ରେ ସଟ୍‌ଡାଉନ୍ ହୋଇଯାଇଛି ରୋଜଗାର। ଆମେ କହୁଛୁ, ରାଜ୍ୟର ଶିଳ୍ପୀ କାରିଗରଙ୍କ କଥା । ସେ ପିପିଲି ଚାନ୍ଦୁଆ କାରିଗର ହୁଅନ୍ତୁ ଅବା କେନ୍ଦୁଝର କି କଳାହାଣ୍ଡିର ଟେରାକୋଟା ଓ କାଠଶିଳ୍ପୀ। ରୋଜଗାର କରି ଯାହା ସଞ୍ଚୟ କରିଥିଲେ, ସବୁ ସରିଗଲାଣି ଏହି ଲକଡାଉନ୍ ଭିତରେ।  ଆଗକୁ କେମିତି ଚାଲିବ […]

tpol

tpol

Tapas Behera
  • Published: Saturday, 18 April 2020
  • Updated: 18 April 2020, 08:05 PM IST

Sports

Latest News

ପିପିଲି/କେନ୍ଦୁଝର/ଧର୍ମଗଡ଼(ଓଡ଼ିଶା ରିପୋର୍ଟର) କୁହାଯାଏ, ଜୀବନ ଥିଲେ ଜୀବିକା। କିନ୍ତୁ ମହାମାରୀ କରୋନାର ପ୍ରକୋପ ସତ୍ତ୍ୱେ ଜୀବନ ବଞ୍ଚି ଯାଇଛି ସତ, କିନ୍ତୁ ଜୀବିକା ଉଜୁଡ଼ିଯାଇଛି। ଲକ୍‌ଡାଉନ୍ ମାଡ଼ରେ ସଟ୍‌ଡାଉନ୍ ହୋଇଯାଇଛି ରୋଜଗାର। ଆମେ କହୁଛୁ, ରାଜ୍ୟର ଶିଳ୍ପୀ କାରିଗରଙ୍କ କଥା । ସେ ପିପିଲି ଚାନ୍ଦୁଆ କାରିଗର ହୁଅନ୍ତୁ ଅବା କେନ୍ଦୁଝର କି କଳାହାଣ୍ଡିର ଟେରାକୋଟା ଓ କାଠଶିଳ୍ପୀ। ରୋଜଗାର କରି ଯାହା ସଞ୍ଚୟ କରିଥିଲେ, ସବୁ ସରିଗଲାଣି ଏହି ଲକଡାଉନ୍ ଭିତରେ।  ଆଗକୁ କେମିତି ଚାଲିବ ତେଲଲୁଣର ସଂସାର, ଭାବିଲେ ଅନ୍ଧାର ଲାଗୁଛି । କେବଳ ଯାହା ଅପେକ୍ଷା କରିଛନ୍ତି, ସରକାରଙ୍କ ସହାୟତାକୁ ।

ଏମିତି କେହି ନାହାଁନ୍ତି, ଯିଏ ପିପିଲି ଚାନ୍ଦୁଆକୁ ଭଲ ପାଇନାହାଁନ୍ତି । ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିବା ବାଟରେ କେହି ନା କେହି ମନମତୁଆଲା ହୋଇଥାଆନ୍ତି। ଚାନ୍ଦୁଆ ଖଣ୍ଡେ ନେଇଯାଇଛନ୍ତିଅ ଓ କାରିଗରୀର ଚମତ୍କାରିତାକୁ ପ୍ରଶଂସା ବି କରିଛନ୍ତି । ହେଲେ ଆଜି କିନ୍ତୁ ସେହି ଶିଳ୍ପୀ ଆଖିରେ ଲୁହ।  କାରଣ ଗତବର୍ଷ ଫନି ଛଡ଼ାଇନେଲା ଦାନାପାଣି । ସେଥିରୁ ଅଣ୍ଟା ସଳଖି କାରିଗର ଛିଡ଼ା ହେଲାବେଳକୁ ମାଡ଼ ମାରିଛି କରୋନା ।  ଆଜିକୁ ପ୍ରାୟ ମାସେ ହେଲାଣି, କରୋନା କଟକଣା ପରଠୁ ପିପିଲିର ପ୍ରାୟ ୨ ହଜାରରୁ ଅଧିକ ପରିବାର ଜୀବିକା ହରାଇ ଦୁର୍ଦ୍ଦିନରେ ଜୀବନ ଜୀଉଁଛନ୍ତି ।

ସେହିପରି କେନ୍ଦୁଝର ଘଟଗାଁ ବ୍ଲକର ବାଟ ହରିଚନ୍ଦନପୁରର କିରଣବାଳା ସାହୁ । ଦିନ ଥିଲା ଚକି ବୁଲୁଥିଲା, ତିଆରି ହେଉଥିଲା ଟେରାକୋଟା ମୂର୍ତ୍ତି । ତା’ସହ ହାତକୁ ଦିପଇସା ଆସୁଥିଲା। ତେଲଲୁଣର ସଂସାର ଚଳିଯାଉଥିଲା ।  ହେଲେ ଲକ୍‌ଡାଉନ୍ ପ୍ରଭାବରେ କିନ୍ତୁ ଲକ୍ ହୋଇଯାଇଛି କିରଣବାଳାଙ୍କ ଏହି ଚକି । ବନ୍ଦ ହୋଇଯାଇଛି ଦାନା ପାଣିର ସାଧନ। ଚଇତି ସମୟରେ ଭଳିକି ଭଳି ଟେରାକୋଟା ତିଆରି କରି ବାଟ ହରିଚନ୍ଦନପୁରର ଏହି ପ୍ରସିଦ୍ଧ କାରିଗର ମାନେ ବଜାରକୁ ଛାଡ଼ି ଭଲ ରୋଜଗାର କରୁଥିଲେ।  ହେଲେ ଏବେ ବଜାର ବନ୍ଦ ତ ରୋଜଗାର ବି ଶୂନ୍ ।

କଳାହାଣ୍ଡି ଖଇରପଦର ଗାଁର କାଠଶିଳ୍ପୀଙ୍କୁ ପଡ଼ିଛି ସମଦଶା। ସେମାନଙ୍କର ଦାନା ପାଣିକୁ ବି ଛଡ଼ାଇନେଇଛି ମହାମାରୀ କରୋନା । ଲକ୍‌ଡାଉନ୍ ଯୋଗୁ ନା ଗରାଖ ଆସୁଛନ୍ତି ନା ମିଳୁଛି ଅନ୍ୟ ରୋଜଗାର ପନ୍ଥା । ଏକପ୍ରକାର ନିସ୍ତବ୍ଧ ହୋଇଯାଇଛି ଶିଳ୍ପୀଗ୍ରାମ ଖଇରପଦରର କାଠଶିଳ୍ପ। ଆଉ ଅଭାବ ଅନଟନ ଭିତରେ କାଳ କାଟୁଛନ୍ତି ଶହେରୁ ଅଧିକ ଶିଳ୍ପୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos