ବିଛାଖଣ୍ଡି ଖଣି ଲୁଟ୍ : ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାସଙ୍କ ସମେତ ୪ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗ୍ରାନାଇଟ୍ ପଥର ଖନନ ଓ ଚୋରାଚାଲାଣ କରିବା ମାମଲାରେ ୪ଜଣ ଅଫିସରଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଯାଜପୁରର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ବର୍ତ୍ତମାନର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଧର୍ମଶାଳାର ପୂର୍ବତନ ତହସିଲଦାର ସରୋଜ କୁମାର ପଣ୍ଡା, ବର୍ତ୍ତମାନର ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ୬ ସପ୍ତାହ […]

Lokayukta

Lokayukta

Ordigital Desk
  • Published: Monday, 01 March 2021
  • Updated: 01 March 2021, 10:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗ୍ରାନାଇଟ୍ ପଥର ଖନନ ଓ ଚୋରାଚାଲାଣ କରିବା ମାମଲାରେ ୪ଜଣ ଅଫିସରଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଯାଜପୁରର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ବର୍ତ୍ତମାନର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଧର୍ମଶାଳାର ପୂର୍ବତନ ତହସିଲଦାର ସରୋଜ କୁମାର ପଣ୍ଡା, ବର୍ତ୍ତମାନର ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ୬ ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକାରୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗ ଆଧାରରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂ ଏହି ଅଭିଯୋଗକୁ ଗ୍ରହଣ କରି ଯାଜପୁର ଜିଲ୍ଲା ପ୍ରଶାସନ ସହ ଜଡ଼ିତ ଥିବା ୪ ଜଣ ଅଫିସରଙ୍କୁ ନୋଟିସ ଜାରି କରିଛନ୍ତି। ଅଭିଯୋଗକାରୀ ଶ୍ରୀ ବେହେରା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଶାସକ ଦଳ ବିଜେଡିର ଛତ୍ରଛାୟା ଓ ପ୍ରଶାସନର ସହଯୋଗରେ ପଥର ମାଫିଆମାନେ ବେଆଇନ ଭାବେ ବିଛାଖଣ୍ଡି ପାହାଡ଼ରୁ କଳା ଗ୍ରାନାଇଟ୍ ପଥର ଖନନ କରି ଚୋରାଚାଲାଣ କରିଛନ୍ତି। ସେ ଏନେଇ ୨୦୧୯ ଜୁଲାଇ ୧୨ ତାରିଖରେ ରାଜ୍ୟ ମୁଖ୍ୟ ସଚିବ, କେନ୍ଦ୍ରାଂଚଳ ଆରଡିସି, ଯାଜପୁର ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ, ଯାଜପୁର ଏସପି ଓ ଧର୍ମଶାଳା ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇ ତୁରନ୍ତ ପଦକ୍ଷେପ ନେଇ ସଂରକ୍ଷିତ ଜଙ୍ଗଲ ଓ ପାହାଡ଼କୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଥିଲେ।

ଏହା ପୂର୍ବରୁ ୨୦୧୯ ଜୁଲାଇ ୭ ତାରିଖ ଓ ସେହିବର୍ଷ ମାର୍ଚ୍ଚ ୨୮ତାରିଖରେ ଦୁଇଥର ଧର୍ମଶାଳା ତହସିଲଦାର ଏହି ବେଆଇନ ଗ୍ରାନାଇଟ୍ ଖନନ ସମ୍ପର୍କରେ କଟକ ଜଙ୍ଗଲ ଡିଭିଜନର ଡିଏଫଓଙ୍କୁ ଲିଖିତ ଭାବେ ଅବଗତ କରି ପଥର ମାଫିଆଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କଟକ ଡିଏଫଓ ୨୦୧୯ ଫେବୃୟାରୀ ୮ତାରିଖରେ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ବେଆଇନ ଖନନକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଠାରେ ଥିବା କ୍ରସର ୟୁନିଟର ଏନଓସିକୁ ବାତିଲ କରିବା ନିମନ୍ତେ ଅନୁରୋଧ କରିଥିଲେ। ମାତ୍ର ତତକାଳୀନ ଜିଲ୍ଲାପାଳ ଏନେଇ ସମ୍ପୂର୍ଣ୍ଣ ନିରବ ରହିଥିଲେ। ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। ଯାହାଫଳରେ ପାହାଡ଼ରେ ବେଆଇନ ଖଣି ଖନନ ଜାରି ରହିଛି।

ଧର୍ମଶାଳା ତହସିଲରେ ୧୨ଟି କ୍ରସର ୟୁନିଟ୍ ଖୋଲିବା ନିମନ୍ତେ ଯାଜପୁର ଜିଲ୍ଲାପାଳ ଏନଓସି ଦେଇଥିବାବେଳେ ଶତାଧିକ କ୍ରସର ବେଆଇନ ଭାବେ ଧର୍ମଶାଳା ତହସିଲ ଓ ବିଛାଖଣ୍ଡି ପାହାଡ଼ ଚାରିପଟେ ଜାରି ରହିଛି। ଜିଲ୍ଲାର ଶାସକ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କ ଛତ୍ରଛାୟାରେ ରହି ଖଣି ମାଫିଆମାନେ ଅସାଧୁ ଅଫିସରଙ୍କ ସହଯୋଗରେ ଏଭଳି ବେଆଇନ ଖନନ କରୁଥିବା ଶ୍ରୀ ବେହୁରା ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ତାରିଖରେ ହେବ ବୋଲି ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ୍ ସିଂ ଦିନ ଧାର୍ଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story