ଦୁର୍ଘଟଣା ପରେ ବଦଳିଲା ଏହି ସବୁ ଟ୍ରେନ୍‌ର ଗତିପଥ

କଟକ(ଓଡ଼ିଶା ରିପୋର୍ଟର) : କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌  ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌  ଆଜି ସକାଳେଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନ୍‌ଚ୍ୟୁତ ହୋଇଥିଲା । ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ ହୋଇଛି। ଆଜି ଯିବାକୁ ଥିବା ଭୁବନେଶ୍ୱର LTT ଏକ୍ସପ୍ରେସ୍ କଟକ ପରିବର୍ତ୍ତେ ନରାଜ ଦେଇ ଯିବ। ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌ ମଧ୍ୟ ନରାଜ ଦେଇ ଯିବ। ସେହିପରି […]

nirgundi-1--5

Niharika Rout
  • Published: Thursday, 16 January 2020
  • , Updated: 16 January 2020, 11:29 AM IST

କଟକ(ଓଡ଼ିଶା ରିପୋର୍ଟର) : କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌  ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌  ଆଜି ସକାଳେଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନ୍‌ଚ୍ୟୁତ ହୋଇଥିଲା । ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ ହୋଇଛି।

ଆଜି ଯିବାକୁ ଥିବା ଭୁବନେଶ୍ୱର LTT ଏକ୍ସପ୍ରେସ୍ କଟକ ପରିବର୍ତ୍ତେ ନରାଜ ଦେଇ ଯିବ। ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌ ମଧ୍ୟ ନରାଜ ଦେଇ ଯିବ। ସେହିପରି ଦୁର୍ଗରୁ ପୁରୀ ଆସୁଥିବା ଟ୍ରେନ୍ ବି ନରାଜ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ଧାନବାଦ୍-ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍ ବି କଟକ ନ ଯାଇ ନରାଜ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ତାଳଚେର-ପୁରୀ ମେମୁ ଟ୍ରେନ୍‌ ମଧ୍ୟ ନରାଜ ଦେଇ ଭୁବନେଶ୍ୱରରେ ପହଞ୍ଚିବ ବୋଲି ଇଷ୍ଟକୋଷ୍ଟ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି।

ଆହତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇଁ ରେଲ୍‌ୱେ ପକ୍ଷରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି ହୋଇଛି। ହେଲ୍‌ପ୍‌ଲାଇନ୍‌ ନମ୍ବର ହେଲା-୦୬୭୧-୧୦୭୨-କଟକ,  ୦୬୭୪-୧୦୭୨- ଖୋର୍ଦ୍ଧା ରୋଡ୍‌,  ଭୁବନେଶ୍ୱର/ମୁଖ୍ୟାଳୟ ଅଫିସ୍‌- ୧୮୦୦୩୪୫୭୪୦୧/୪୦୨,  ପୁରୀ-୦୬୭୫୨-୧୦୭୨। 

ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଛି।  ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ୫ଜଣଙ୍କ ମଧ୍ୟରୁ ୪ଜଣ ଯାତ୍ରୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ଜିତେନ୍ଦ୍ର ପାଢୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ବେହେରା ଓ ଅଶ୍ୱିନୀ କୁମାର ଲେଙ୍କା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଲ୍‌ୱେ ମେଡିକାଲ୍ ଭ୍ୟାନ୍ ସମେତ ଉଦ୍ଧାରକାରୀ ଟିମ୍‌ ପହଞ୍ଚି  ଆହତ ଯାତ୍ରୀଙ୍କୁ  ଉଦ୍ଧାର କରିଥିଲେ। । କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଲୱେ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି।  ଅନ୍ୟପକ୍ଷରେ, ଟ୍ରେନ୍‌ରେ ଫସି ରହିଥିବା ୪ ଶହରୁ ଅଧିକ ଯାତ୍ରୀଙ୍କୁ ଭୁବନେଶ୍ୱରକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।

Related story