ବାଇକ୍‌ରେ ଆସିଲେ, ଝାମ୍ପି ନେଲେ

ଫୁଲବାଣୀ(ତ୍ରିନାଥ ସାହୁ): ବାଇକ୍‌ରେ ଆସି ଲକ୍ଷେ ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା। ଘଟଣା ଘଟିଛି ଫୁଲବାଣୀ ସହରରେ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଶଙ୍କର ରାଓ ଦୋରା। ତାଙ୍କ ଘର ପିଅନପଡ଼ାରେ। ଅଭିଯୋଗ ଅନୁସାରେ, ଶଙ୍କରଙ୍କ ଘର କାମ ଚାଲିଥିବାରୁ ଗତକାଲି ସେ ଫୁଲବାଣୀ ମୁଖ୍ୟ ବଜାରସ୍ଥିତ ଏସ୍‌ବିଆଇ ଶାଖାରୁ ଲକ୍ଷେ ଟଙ୍କା ଉଠାଇ ତାଙ୍କ ସ୍କୁଟରରେ ଜେଲ ରୋଡ୍ ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ଜଣେ ଅଫିସ୍ କର୍ମଚାରୀଙ୍କ […]

phulbani

phulbani

Jyoshna Pradhan
  • Published: Wednesday, 18 December 2019
  • Updated: 18 December 2019, 08:14 AM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ବାଇକ୍‌ରେ ଆସି ଲକ୍ଷେ ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା। ଘଟଣା ଘଟିଛି ଫୁଲବାଣୀ ସହରରେ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଶଙ୍କର ରାଓ ଦୋରା। ତାଙ୍କ ଘର ପିଅନପଡ଼ାରେ।

ଅଭିଯୋଗ ଅନୁସାରେ, ଶଙ୍କରଙ୍କ ଘର କାମ ଚାଲିଥିବାରୁ ଗତକାଲି ସେ ଫୁଲବାଣୀ ମୁଖ୍ୟ ବଜାରସ୍ଥିତ ଏସ୍‌ବିଆଇ ଶାଖାରୁ ଲକ୍ଷେ ଟଙ୍କା ଉଠାଇ ତାଙ୍କ ସ୍କୁଟରରେ ଜେଲ ରୋଡ୍ ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ଜଣେ ଅଫିସ୍ କର୍ମଚାରୀଙ୍କ ସହିତ ଦେଖା ହେବାରୁ ସ୍କୁଟର ରାସ୍ତାରେ ରଖି ତାଙ୍କ ସହିତ କଥା ହେଉଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ଗୋଟିଏ ବାଇକ୍‌ରେ ଆସି ତାଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପି ନେଇ ଯାଇଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କର ପିଛା କରିଥିଲେ।  ହେଲେ ସେମାନଙ୍କୁ ପାଇ ନଥିଲେ। ତା’ପରେ ଏନେଇ ସେ ଟାଉନ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos