- Videos
- Odisha
- ହୋମଗାର୍ଡଙ୍କୁ ଏଟିଏମ୍ ଘରେ ବାନ୍ଧି ସୁନା ଦୋକାନରୁ ଲୁଟ୍
ହୋମଗାର୍ଡଙ୍କୁ ଏଟିଏମ୍ ଘରେ ବାନ୍ଧି ସୁନା ଦୋକାନରୁ ଲୁଟ୍
- Published: Monday, 18 December 2017
- , Updated: 18 December 2017, 11:13 AM IST
<p>ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବଜାରରେ ଥିବା ଏକ ଜୁଏଲାରୀ ଦୋକାନର କାନ୍ଥ ଭାଙ୍ଗି ସୁନାଗହଣା ଲୁଟିନେଲେ ଲୁଟେରା। ଗତକାଲି ବିଳମ୍ୱିତ ରାତିରେ ଲୁଟେରାମାନେ ବଜାରରେ ଡିୟୁଟି କରୁଥିବା ୨ ଜଣ ହୋମ୍‌ଗାର୍ଡଙ୍କୁ ଏଟିଏମ୍‌ ଘର ଭିତରେ ଭର୍ତ୍ତି କରି ବାନ୍ଧି ଦେଇଥିଲେ। ତା’ପରେ ଦୁର୍ଗା ଜୁଏଲାରୀ ଦୋକାନ ପଛ ପଟ କାନ୍ଥକୁ ଭାଙ୍ଗି ଲୁଟ୍‌ କରିଥିଲେ।</p>
<p>ଆଜି ସକାଳେ ମଣ୍ଣିଂ ୱାର୍କରେ ଯାଉଥିବା କିଛି ଲୋକ ଏଟିଏମ୍‌ ଘର ଭିତରୁ ପାଟି ଶୁଣି ପୋଲିସକୁ ଖବର ଦେବା ସହିତ ବନ୍ଧା ହୋଇଥିବା ହୋମଗାର୍ଡଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ଓ ସାନ୍‌ଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।</p>
<p>ହୋମଗାର୍ଡଙ୍କ କହିବାନୁସାରେ,“ରାତି ପ୍ରାୟ ୨ଟା ବେଳେ ଏକ ଗାଡ଼ିରେ ୧୦ ଜଣ ଲୁଟେରା ଆସି ଏହି ଘଟଣା ଘଟାଇଛନ୍ତି।”</p>