ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।। ଘର ଭିତରେ ବୃଦ୍ଧ ଦମ୍ପତିଙ୍କୁ ତାଲା ପକାଇ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଛନ୍ତି।
ସୂଚନା ଅନୁସାରେ, ଏହି ବୃଦ୍ଧ ଦମ୍ପତି ଭୁବନେଶ୍ୱରରେ ଭଡ଼ା ଘରେ ରହନ୍ତି। ତାଙ୍କୁ ପୁଅ ଓ ବୋହୂ ବାହାରେ ଚାକିରି କରନ୍ତି। ସେମାନଙ୍କ ପାଖରେ ଝିଅ ଓ ନାତି ରୁହନ୍ତି। ଗତକାଲି ରାତିରେ ସେମାନେ ଗୋଟିଏ ରୁମ୍ରେ ଶୋଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଘରର ଗ୍ରୀଲ୍ ତାଡ଼ି ଭିତରେ ପଶିଥିଲେ। ଏହାପରେ ଯେଉଁ ରୁମ୍ରେ ଜିନିଷ ଥିଲା ସେହି ରୁମ୍ରୁ ଚୋରି କରିଥିଲେ। ତେବେ ଘରର ସଦସ୍ୟ ନିଦରୁ ଉଠିଯିବା ଭୟରେ ଦୁର୍ବୃତ୍ତମାନେ ବାହାରପଟୁ ଶୋଇବା ଘରର କବାଟ ବନ୍ଦ କରିଦେଇଥିଲେ। ଏପରେ ସୁନା ଅଳଙ୍କାର ଚୋରି କରି ଫେରାର୍ ହୋଇଯାଇଛନ୍ତି।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳରେ ବାରମ୍ୱାର ଚୋରି ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି ।
Miscellaneous
ସରକାରୀ ଜମିରେ ତିଆରି ହୋଇଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ
ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ୍ ଆଶ୍ରମ। ଏଠାରେ କଳକୀରାମ ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି। ପ୍ରବଚନ ଦେଉଛନ୍ତି। ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।