ଚାଲାକି କରି ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ୪ ଲକ୍ଷ ଟଙ୍କା

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ଲୁଟିଲେ ଟଙ୍କା। ଚୋରଙ୍କ ଚାଲାକିରେ ଘାଟାରେ ପଡ଼ିଲେ ବ୍ୟବସାୟୀ । କେନ୍ଦ୍ରାପଡ଼ା ଲ’ କଲେଜ ଛକରେ ୪ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି। ଆଜି ବ୍ୟାଙ୍କରୁ ଟଙ୍କା ଉଠାଇ ବ୍ୟବସାୟୀ ରାଜେନ୍ଦ୍ର ଦାସ ଛିଡ଼ା ହୋଇଥିଲେ। ଟଙ୍କା ବ୍ୟାଗ୍‌କୁ ବାଇକ୍‌ରେ ଲଗାଇ ଫୋନରେ କଥା ହେଉଥିଲେ। ହେଲେ ଠିକ୍ ଏହି ସମୟରେ ଦୁଇ ଜଣ ଚୋର ଆସି ପହଞ୍ଚିଥିଲେ। ସେଠି ଜଣେ ରାଜେନ୍ଦ୍ରଙ୍କୁ ନିଜ ପାଖକୁ ଡାକିଥିଲା । […]

c-909

Tapas Behera
  • Published: Wednesday, 11 December 2019
  • , Updated: 11 December 2019, 07:08 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ଲୁଟିଲେ ଟଙ୍କା। ଚୋରଙ୍କ ଚାଲାକିରେ ଘାଟାରେ ପଡ଼ିଲେ ବ୍ୟବସାୟୀ । କେନ୍ଦ୍ରାପଡ଼ା ଲ’ କଲେଜ ଛକରେ ୪ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି। ଆଜି ବ୍ୟାଙ୍କରୁ ଟଙ୍କା ଉଠାଇ ବ୍ୟବସାୟୀ ରାଜେନ୍ଦ୍ର ଦାସ ଛିଡ଼ା ହୋଇଥିଲେ। ଟଙ୍କା ବ୍ୟାଗ୍‌କୁ ବାଇକ୍‌ରେ ଲଗାଇ ଫୋନରେ କଥା ହେଉଥିଲେ। ହେଲେ ଠିକ୍ ଏହି ସମୟରେ ଦୁଇ ଜଣ ଚୋର ଆସି ପହଞ୍ଚିଥିଲେ। ସେଠି ଜଣେ ରାଜେନ୍ଦ୍ରଙ୍କୁ ନିଜ ପାଖକୁ ଡାକିଥିଲା ।

ଏହି ସମୟରେ ଅନ୍ୟ ଜଣେ ସେଠୁ ଟଙ୍କା ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ । କିଛି ଦୂର ଗଲା ପରେ ବାଇକ୍‌ରେ ସେଠୁ ଚମ୍ପଟ୍ ମାରିଥିଲେ ଦୁଇ ଲୁଟେରା । ଘଟଣା ପରେ ସଦର ଥାନାରେ ଏନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଛାନଭିନ୍ ଆରମ୍ଭ କରିଛି।

Related story