ଏସ୍‌ଡିଓଙ୍କୁ ବାନ୍ଧି ଆଇରନ୍‌ ଚେଷ୍ଟ ଉଠାଇ ନେଲେ

<p>ଉଦଳା (ଓଡ଼ିଶା ରିପୋର୍ଟର): ଏସ୍&zwnj;ଡିଓଙ୍କୁ ବାନ୍ଧି ଲୁଟି ନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ନେସ୍କୋ କାର୍ଯ୍ୟାଳୟରେ। ଗତକାଲି ବିଳମ୍ୱିତ ରାତିରେ ଖୁଣ୍ଟା ବଜାରରେ ଥିବା ନେସ୍କୋ&nbsp; କାର୍ଯ୍ୟାଳୟ ଭିତରକୁ ୫ ଜଣ ଦୁର୍ବୃତ୍ତ ପଶିଥିଲେ। କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଏସ୍&zwnj;ଡିଓ (SDO) ପ୍ରଶାନ୍ତ କୁମାର ମାନାଙ୍କୁ ଧମକ ଚମକ ଦେବା ସହ ହାତ ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ କାର୍ଯ୍ୟାଳୟରେ ଥିବା ଆଇରନ୍ ଚେଷ୍ଟକୁ ଉଠାଇ ନେଇଛନ୍ତି। ଏହାସହିତ ଗୋଟିଏ ଲାପ୍&zwnj;ଟପ୍&zwnj; ମଧ୍ୟ ନେଇ ଯାଇଛନ୍ତି। ଆଇରନ୍ ଚେଷ୍ଟରେ ୨ ଲକ୍ଷ ୫୦ ହଜାର ଟଙ୍କା ଥିବା ଜଣାପଡ଼ିଛି।</p> <p>ଖୁଣ୍ଟା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍&zwnj;ଭିନ୍ ଆରମ୍ଭ କରିଛନ୍ତି। ଏହାସହିତ ବିଦ୍ୟୁତ ବିଭାଗର ଉଚ୍ଚ ଅଧିକାରୀ ମଧ୍ୟ &nbsp;ଘଟଣାସ୍ଥଳରେ ପହଞ୍ଚିଛନ୍ତି।</p>

Ordigital Desk
  • Published: Saturday, 30 December 2017
  • Updated: 30 December 2017, 11:30 AM IST

Sports

Latest News

<p>ଉଦଳା (ଓଡ଼ିଶା ରିପୋର୍ଟର): ଏସ୍&zwnj;ଡିଓଙ୍କୁ ବାନ୍ଧି ଲୁଟି ନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ନେସ୍କୋ କାର୍ଯ୍ୟାଳୟରେ। ଗତକାଲି ବିଳମ୍ୱିତ ରାତିରେ ଖୁଣ୍ଟା ବଜାରରେ ଥିବା ନେସ୍କୋ&nbsp; କାର୍ଯ୍ୟାଳୟ ଭିତରକୁ ୫ ଜଣ ଦୁର୍ବୃତ୍ତ ପଶିଥିଲେ। କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଏସ୍&zwnj;ଡିଓ (SDO) ପ୍ରଶାନ୍ତ କୁମାର ମାନାଙ୍କୁ ଧମକ ଚମକ ଦେବା ସହ ହାତ ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ କାର୍ଯ୍ୟାଳୟରେ ଥିବା ଆଇରନ୍ ଚେଷ୍ଟକୁ ଉଠାଇ ନେଇଛନ୍ତି। ଏହାସହିତ ଗୋଟିଏ ଲାପ୍&zwnj;ଟପ୍&zwnj; ମଧ୍ୟ ନେଇ ଯାଇଛନ୍ତି। ଆଇରନ୍ ଚେଷ୍ଟରେ ୨ ଲକ୍ଷ ୫୦ ହଜାର ଟଙ୍କା ଥିବା ଜଣାପଡ଼ିଛି।</p><p>ଖୁଣ୍ଟା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍&zwnj;ଭିନ୍ ଆରମ୍ଭ କରିଛନ୍ତି। ଏହାସହିତ ବିଦ୍ୟୁତ ବିଭାଗର ଉଚ୍ଚ ଅଧିକାରୀ ମଧ୍ୟ &nbsp;ଘଟଣାସ୍ଥଳରେ ପହଞ୍ଚିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos