ୟୁନିୟନ ବ୍ୟାଙ୍କରେ ରହିବ ଜଗା ଟଙ୍କା

ପୁରୀ(ଓଡ଼ିଶା ରିପୋର୍ଟର): ୟୁନିୟନ ବ୍ୟାଙ୍କରେ ରହିବ ଜଗା ଟଙ୍କା। ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବା ନେଇ ଟେଣ୍ଡର ପ୍ରକ୍ରିୟା ପରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।  ୫. ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ। ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଆଜି ଏହା […]

jaga-2

Niharika Rout
  • Published: Friday, 20 March 2020
  • , Updated: 20 March 2020, 01:47 PM IST

ପୁରୀ(ଓଡ଼ିଶା ରିପୋର୍ଟର): ୟୁନିୟନ ବ୍ୟାଙ୍କରେ ରହିବ ଜଗା ଟଙ୍କା। ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବା ନେଇ ଟେଣ୍ଡର ପ୍ରକ୍ରିୟା ପରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।  ୫. ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ।

ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଆଜି ଏହା ଖୋଲାଯିବା ପରେ ପ୍ରଥମ ସ୍ଥାନରେ ୟୁନିଅନ ବ୍ୟାଙ୍କ ରହିଥିଲା। ଏଥିରେ ୫. ୪୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଇଣ୍ଡିଆନ ବ୍ୟାଙ୍କ ଓ ୫ ପ୍ରତିଶତ ସହ ତୃତୀୟରେ କାନାଡା ବ୍ୟାଙ୍କ ରହିଥିଲେ।  ସେମାନେ ୫ .୭୫ ପ୍ରତିଶତ ସୁଧ ଦେବାକୁ ଅରାଜି ହେବାରୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଶ୍ଚିତ ହୋଇଛି।

ଏହି ଟଙ୍କା ୩ ବର୍ଷ ପାଇଁ ଦୀର୍ଘମିଆଦି ସ୍ଥାୟୀ ଜମା ଭାବେ ରଖାଯିବ। ତେବେ କେତେ ଟଙ୍କା ରଖାଯିବ ନିଷ୍ପତ୍ତି ହୋଇନି ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି।

ଗତକାଲି ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା SBI ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଥିଲା।

Related story