ପ୍ରେମିକା ସହ ବିରିୟାନି ଖାଉଥିଲେ ପ୍ରେମିକ : ପିଟିପିଟି ମାରିଦେଲେ ପରିବାର ଲୋକେ  

ବଲାଙ୍ଗୀର/କଣ୍ଟାବାଞ୍ଜି (ଘଟେଶ୍ୱର ମିଶ୍ର/ଅନ୍ତିମ ପାଣିଗ୍ରାହୀ): ଚୋରା ପୀରତିର ଭୟଙ୍କର ପରିଣତି। ପ୍ରେମ ନେଇଗଲା ଜୀବନ। ଉଭୟ ପ୍ରେମିକ-ପ୍ରେମିକା ବିରିୟାନି ଖାଉଥିବା ବେଳେ ପ୍ରେମିକକୁ ପିଟି ପିଟି ମାରିଦେଲେ ପ୍ରେମିକାର ପରିବାର ଲୋକେ। ଏପରି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କଣ୍ଟାବାଞ୍ଜି ପୁଲିସ। ଖବର କାଗଜ ହକର ଭାବେ କାମ କରୁଥିବା କମଳ ବାଗ ହତ୍ୟାକାଣ୍ଡରେ ପ୍ରେମିକାର ପରିବାରର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ […]

4321

4321

Tapas Behera
  • Published: Tuesday, 19 November 2019
  • Updated: 19 November 2019, 05:06 PM IST

Sports

Latest News

ବଲାଙ୍ଗୀର/କଣ୍ଟାବାଞ୍ଜି (ଘଟେଶ୍ୱର ମିଶ୍ର/ଅନ୍ତିମ ପାଣିଗ୍ରାହୀ): ଚୋରା ପୀରତିର ଭୟଙ୍କର ପରିଣତି। ପ୍ରେମ ନେଇଗଲା ଜୀବନ। ଉଭୟ ପ୍ରେମିକ-ପ୍ରେମିକା ବିରିୟାନି ଖାଉଥିବା ବେଳେ ପ୍ରେମିକକୁ ପିଟି ପିଟି ମାରିଦେଲେ ପ୍ରେମିକାର ପରିବାର ଲୋକେ। ଏପରି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କଣ୍ଟାବାଞ୍ଜି ପୁଲିସ। ଖବର କାଗଜ ହକର ଭାବେ କାମ କରୁଥିବା କମଳ ବାଗ ହତ୍ୟାକାଣ୍ଡରେ ପ୍ରେମିକାର ପରିବାରର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କଣ୍ଟାବାଞ୍ଜି ଆନନ୍ଦ ନଗର ପଡାର କମଳ ବାଗ ନିଖୋଜ ହୋଇ ଥିଲେ।  ଗତ ୧୬ ତାରିଖ ଦିନ କମଳଙ୍କ ଗଳିତ ମୃତଦେହ କଣ୍ଟାବାଞ୍ଜି ଆଶ୍ରମପଡାର ରାଧାଶ୍ୱାମୀ ଆଶ୍ରମ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା।  ପ୍ରେମ ପାଇଁ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତ କମଳଙ୍କ ବଡ ଭାଇ।  ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।   ବଲାଙ୍ଗିର ଏସ୍‌ପି ସନ୍ଦୀପ ମଡକର କଣ୍ଟାବାଞ୍ଜି ଏସ୍.ଡି.ପି.ଓ ସରୋଜ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ପେଶିଆଲ ଟିମ ଗଠନ କରାଯାଇଥିଲା।  ପୋଲିସ ଏହି ଘଟଣାରେ କମଳ ବାଗର ପ୍ରେମିକାର ପରିବାର ଲୋକଙ୍କୁ ଆଣି ପଚରାଉଚୁରା ଜାରି ରଖିଥିଲା।  ପ୍ରେମିକାର ପରିବାର ଲୋକେ ନିଜେ କମଳକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ।

ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ, ରକ୍ତଭିଜା କପଡା, ଚପଲକୁ ସିଜ କରିଥିଲା । ତଥ୍ୟ ପ୍ରମାଣ ମିଳିବା ପରେ ଆଜି ଜଣେ ମହିଳାଙ୍କ ସହିତ ଚାରିଜଣ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସୂତ୍ର ଅନୁସାରେ ଆନନ୍ଦନଗର ପଡ଼ାର କମଳ ବାଗ ଏବଂ ଆଶ୍ରମପଡ଼ାର ଚାନ୍ଦ ସୁନାଙ୍କ ଭିତରେ ଦୀର୍ଘ ଦିନରୁ ପ୍ରେମ ସଂର୍ପକ ରହିଥିଲା । ଉଭୟ ଭିନ୍ନ ଜାତିର ହୋଇଥିବା ବେଳେ ଲୁଚାଛପା ଚାଲିଥିଲା ଉଭୟଙ୍କ ପ୍ରେମ ସଂପର୍କ।  କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟର କଲେଜର ଛାତ୍ରୀ ଥିବାରୁ କଲେଜ ଯିବା ସମୟରେ ପ୍ରାୟତଃ ଦୁଇଜଣ ମିଳାମିଶା କରୁଥିଲେ।  ଗତ ୧୧ ତାରିଖ ଦିନ ସଂନ୍ଧ୍ୟାରେ ପ୍ରେମିକା ସହିତ ବିରିଆନି ଖାଇବା ପାଇଁ ନିଷ୍ପତ୍ତି ନେଇଥିଲା କମଳ।  ରେଲୱେ ଷ୍ଟେସନ ନିକଟରୁ ବିରିଆନି କିଣିବା ପରେ, ଘରବାଡା ଡେଇଁ ପ୍ରେମିକାଙ୍କ ଘରକୁ ଯାଇଥିଲା କମଳ।  ଉଭୟ ପ୍ରେମିକ ଓ ପ୍ରେମିକା ଛାତ ଉପରକୁ ଯାଇ ବିରିଆନି ଖାଇବା ସହିତ ଖୁସି ଗପ କରୁଥିଲେ। ଏହି ସମୟରେ ପ୍ରେମିକାଙ୍କ ମା’ ପୁଷ୍ପା ସୁନା ଉଭୟଙ୍କୁ ଦେଖି ଦେଇଥିଲେ । ପୁଷ୍ପା ପରିବାର ଲୋକଙ୍କୁ ଡାକିବାରୁ ସମସ୍ତେ ଆସି, ଦୁଇଜଣଙ୍କୁ ମାଡ ମାରିଥିଲେ।

ପ୍ରେମିକାର ବାପା ହଠାତ ରାଗିଯାଇ, କମଳକୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା।  ଫଳରେ ଘଟଣାସ୍ଥଳରେ କମଳର ଜୀବନ ଚାଲିଯାଇଥିଲା।  ହତ୍ୟା ପରେ ଏହା ଏକ ଦୁର୍ଘଟଣାର ରୂପ ଦେବା ପାଇଁ, ସମସ୍ତେ ମିଶି ଶବକୁ ଆଶ୍ରମପଡାର ରାଧାଶ୍ୱାମୀ ଆଶ୍ରମ ପଛପଟେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ।  ତିନି ଦିନ ଭିତରେ ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କଣ୍ଟାବାଞ୍ଜି ପୋଲିସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story