ପ୍ରେମର ପ୍ରତୀକ ମନ୍ଦିର, ଯେଉଁଠି ପୂଜା କରନ୍ତି ଭାଲେଣ୍ଟାଇନ!

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପ୍ରେମର ପ୍ରତୀକ ହେଉଛି ଶଶୀସେଣା ବା ନିମୁହାଁ ମନ୍ଦିର। ଦେଉଳ ଭିତରକୁ ଯିବା ପାଇଁ ଦ୍ୱାର ନାହିଁ। କିନ୍ତୁ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ସେଠାରେ ଭିଡ଼ ଜମେ। ପ୍ରେମିକ ପ୍ରେମିକା ହୁଅନ୍ତୁ ବା ନବ ଦମ୍ପତି ନିଜର ମନସ୍କାମନା ପୂରଣ କରିବା ପାଇଁ ସେଠି ପୂଜା କରନ୍ତି। ଏପରି ମନ୍ଦିର ଆଉ କେଉଁଠି ନୁହେଁ, ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର ସହରରେ ରହିଛି। ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟଙ୍କ ପ୍ରେମ, ପ୍ରଣୟ ଏବଂ […]

love-temple

love-temple

Manoranjan Sial
  • Published: Friday, 14 February 2020
  • Updated: 14 February 2020, 09:04 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପ୍ରେମର ପ୍ରତୀକ ହେଉଛି ଶଶୀସେଣା ବା ନିମୁହାଁ ମନ୍ଦିର। ଦେଉଳ ଭିତରକୁ ଯିବା ପାଇଁ ଦ୍ୱାର ନାହିଁ। କିନ୍ତୁ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ସେଠାରେ ଭିଡ଼ ଜମେ। ପ୍ରେମିକ ପ୍ରେମିକା ହୁଅନ୍ତୁ ବା ନବ ଦମ୍ପତି ନିଜର ମନସ୍କାମନା ପୂରଣ କରିବା ପାଇଁ ସେଠି ପୂଜା କରନ୍ତି। ଏପରି ମନ୍ଦିର ଆଉ କେଉଁଠି ନୁହେଁ, ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର ସହରରେ ରହିଛି। ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟଙ୍କ ପ୍ରେମ, ପ୍ରଣୟ ଏବଂ ବିଚ୍ଛେଦର ମୂକସାକ୍ଷୀ ଏହି ମନ୍ଦିର ବୋଲି ଐତିହାସିକ କଥାବସ୍ତୁରୁ ଜଣାପଡ଼େ।

ପ୍ରତାପ ରାୟଙ୍କ ଶଶୀସେଣା କାବ୍ୟରୁ ପ୍ରକାଶ, ଅମରାବତୀର ରାଜକୁମାରୀ ହେଉଛନ୍ତି ଶଶୀସେଣା। ସେ ଗୁରୁକୁଳରେ ପାଠ ପଢ଼ୁଥିବା ବେଳେ ଅହିମାଣିକ୍ୟଙ୍କୁ ପ୍ରେମ କରୁଥିଲେ। ପରେ ଉଭୟେ ରାଜାଙ୍କ ଭୟରେ ପଳାଇ ଆସିଥିଲେ। ସେମାନେ ଭଗବତୀ ମନ୍ଦିର ପ୍ରତିଷ୍ଠା କରି ସେଠାରେ ଜୀବନ ଅତିବାହିତ କରୁଥିଲେ। ଥରେ ଅହିମାଣିକ୍ୟ ଫୁଲ କିଣିବାକୁ ତନ୍ତ୍ରସାଧିକା ଜ୍ଞାନଦେଇ ମାଲୁଣୀଙ୍କ ପାଖକୁ ଯାଇଥିଲେ। ଅହିମାଣିକ୍ୟଙ୍କ ବେଶରେ ଅଭିଭୁତ ହୋଇଥିଲେ ଜ୍ଞାନଦେଈ ମାଲୁଣୀ। ଆଉ ପରେ ତାଙ୍କୁ ତନ୍ତ୍ର ବଳରେ ମେଣ୍ଢା କରିଦେଇଥିଲେ। ରାତିରେ ତନ୍ତ୍ର ବଳରେ ତାଙ୍କୁ ମେଣ୍ଢାରୁ ଭେଣ୍ଡା (ମଣିଷ) କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ଜ୍ଞାନଦେଈ! ଏପଟେ ନିଜ ପ୍ରେମିକକୁ ନପାଇ ଭଗବତୀଙ୍କ ଶରଣ ପଶିଥିଲେ ଶଶିସେଣା।

ପୁରୁଷ ସୈନିକ ବେଶରେ ରାଜା ମାଧବ ଚନ୍ଦ୍ରଙ୍କ ଦରବାରରେ ଉପସ୍ଥିତ ହୋଇଥିଲେ। ସେଠାରେ ନିଜ ପ୍ରେମିକ ନିଖୋଜ ନେଇ ମହାରାଜଙ୍କୁ ଅବଗତ କରାଇଥିଲେ ରାଜକୁମାରୀ। ରାଜାଙ୍କ ନିର୍ଦ୍ଦେଶ ମନ୍ତ୍ରୀ ପାରିଷଦ ବର୍ଗ ସମଗ୍ର ରାଜ୍ୟରେ ଅହିମାଣିକ୍ୟଙ୍କୁ ଖୋଜିଥିଲେ। ମାତ୍ର ପାଇନଥିଲେ। ତେବେ ପରେ ଏହି ଘଟଣା ସହିତ ତନ୍ତ୍ରସାଧିକା ଜ୍ଞାନଦେଈ ମାଲୁଣୀଙ୍କ ସମ୍ପର୍କ ରହିଥିବା ଶୁଣିବାକୁ ମିଳିଥିଲା। ମହାରାଜାଙ୍କ ନିର୍ଦ୍ଦେଶରେ ତନ୍ତ୍ରସାଧିକା ଜ୍ଞାନଦେଈ ମାଲୁଣୀଙ୍କୁ ରାଜ ଦରବାରରେ ଉପସ୍ଥାପିତ କରାଯାଇଥିଲା। ଧମକଚମକ ପରେ ନିଜର ଦୋଷ ମାନିଥିଲେ ଜ୍ଞାନଦେଈ। ଆଉ ତା’ପରେ ଜ୍ଞାନଦେଈ ନିଜର ତନ୍ତ୍ର ବଳରେ ରାଜ ଦରବାରରେ ଅହିମାଣିକ୍ୟଙ୍କୁ ମେଣ୍ଢାରୁ ଭେଣ୍ଡା(ମଣିଷ) କରିଥିଲେ। ଶେଷରେ ଜ୍ଞାନଦେଈଙ୍କ ସବୁ ଦୋଷକୁ କ୍ଷମା ଦେଇଥିଲେ ମହାରାଜା। ଆଉ ତା’ପରେ ରାଜକୁମାରୀ ଶଶିସେଣା ଓ ଅହିମାଣିକ୍ୟଙ୍କ ଭେଟ ହୋଇଥିଲା।

ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟ ଦିନେ ମହାନଦୀ କୂଳରେ ବସିଥିଲେ। ଏହି ସମୟରେ ନିଜ ଜୀବନରେ ଘଟିଥିବା ଘଟଣା ବଖାଣୁଥିଲେ ଅହିମାଣିକ୍ୟ। ଆଉ ଏସବୁ କଥାକୁ ମନଦେଇ ଶୁଣାଉଥିଲେ ଶଶିସେଣା। ଅହିମାଣିକ୍ୟ କହିଥିଲେ ମୁଁ ‘ସାବର’ ତନ୍ତ୍ର ଜାଣିଛି। ଏହି ତନ୍ତ୍ର ବଳରେ ସାପ ହୋଇପାରିବି ବୋଲି ଅହିମାଣିକ୍ୟ କହିଥିଲେ। ଏହାର ନମୁନା ଦେଖାଇବାକୁ ଯାଇ ସେ ଶଶିସେଣାଙ୍କ ହାତରେ ଧୂଳି ଧରାଇ ସାପ ହୋଇଯାଇଥିଲେ। ଆଉ ନିଜ ପ୍ରେମିକଙ୍କ ସାପ ରୂପ ଦେଖି ଭୟଭୀତ ହୋଇ ହାତରେ ଧରିଥିବା ଧୂଳିକୁ ପକେଇ ଦେଇଥିଲେ ଶଶିସେଣା। ତା’ପରେ ନିଜସ୍ୱ ରୂପକୁ ଫେରିପାରିଲେ ନାହିଁ ଅହିମାଣିକ୍ୟ। କିଛି ସମୟରେ ମହାନଦୀ ନୀଳ ଜଳ ରାଶି ଭିତରକୁ ଚାଲିଗଲେ ଅହିମାଣିକ୍ୟ। ଏହା ପରେ ରାଜକୁମାରୀ ଶଶୀସେଣା ମଧ୍ୟ ଉଭାନ ହୋଇଯାଇଥିଲେ। ଏହି ପ୍ରେମ, ମିଳନ ଓ ବିଚ୍ଛେଦର ପ୍ରେମ କାହାଣୀ ପ୍ରତାପ ରାୟଙ୍କ ଶଶୀସେଣା କାବ୍ୟରେ ରହିଛି।

ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟଙ୍କ ପ୍ରେମର ପ୍ରତୀକ ଭାବେ ୧୯୨୧ ମସିହାରେ ସୁବର୍ଣ୍ଣପୁର ରାଜା ବୀରମିତ୍ର ଦେଓ ସିଂହଦେଓ କଚେରୀ ଛକ ମୁଖ୍ୟ ରାସ୍ତା କଡ଼ରେ ଏକ ମନ୍ଦିର ନିର୍ମାଣ କରିଥିଲେ। ଯେଉଁ ମନ୍ଦିର ନାଁ ହେଉଛି ‘ଶଶୀସେଣା’ ବା ‘ନିମୁହିଁ’ ମନ୍ଦିର। ଏହି ମନ୍ଦିର ଭିତରକୁ ଯିବାକୁ ରାସ୍ତା ନାହିଁ। ବର୍ଷର ଆଜିର ଦିନରେ ପ୍ରେମିକ ଓ ପ୍ରେମିକା ବା ନବ ଦମ୍ପତିମାନେ ସେଠାକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story