ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରେମୀ ଯୁଗଳଙ୍କ ଭିଡିଓ

Ordigital Desk
  • Published: Thursday, 14 December 2017
  • , Updated: 14 December 2017, 01:20 PM IST
<p>ବରଗଡ଼: ବରଗଡ଼ ପାଇକମାଳ ପରେ ଏବେ ଚର୍ଚ୍ଚାରେ ଆଉ ଏକ ଭିଡିଓ ଭାଇରାଲ ଘଟଣା। ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ଏକ କଲେଜର ଛାତ୍ରୀ ଓ ତାଙ୍କ ପ୍ରେମିକଙ୍କ ଭିଡିଓ ଭାଇରାଲ୍&zwnj; ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଅଭିଯୋଗ ହେଉଛି। ପ୍ରେମୀ ଯୁଗଳଙ୍କୁ ନିଚ୍ଛାଟିଆ ଏକ ବୁଦା ମୂଳରେ&nbsp; ଦେଖି କିଛି ଯୁବକ ଅଶ୍ଳୀଳ ଭାଷାରେ ସେମାନଙ୍କୁ ଗାଲିଗୁଳଜ କରି ଭିଡିଓ ରେକଡିଂ କରିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଛାଡ଼ି ଦେବା ପାଇଁ ପ୍ରେମୀ ଯୁଗଳ କାକୁତି ମିନତୀ ହେଉଥିବା ମଧ୍ୟ ଭିଡିଓରେ&nbsp; ଦେଖିବାକୁ ମିଳିଛି।</p> <p>ସୂଚନାଯୋଗ୍ୟ, ଡିସେମ୍ୱର ୨ରେ ବରଗଡ଼ ଜିଲ୍ଲାରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଭିଡିଓ ଭାଇରାଲ ହେବା ଦେଖିବାକୁ ମିଳିଥିଲା। ଜଣେ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଅସଦାଚରଣ କରୁଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା।&nbsp; କଲେଜ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ କିଛି ଯୁବକ ସଂପୃକ୍ତ ଛାତ୍ରୀ ଜଣଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀ ଜଣକ ସେହି ଯୁବକମାନଙ୍କ କବଳରୁ ଖସିବା ପାଇଁ ବହୁ କାକୁତି ମୀନତି ମଧ୍ୟ ହେଉଥିଲେ।&nbsp;ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ&nbsp;୬ ଜଣଙ୍କୁ ଗିରଫ କରିଥିଲା।</p>

Related story