ବିନା ଭକ୍ତରେ ଗଡ଼ିଲା ମା’ ବିରଜାଙ୍କ ରଥ

ଯାଜପୁର(ଓଡ଼ିଶା ରିପୋର୍ଟର): ବିରଜା କ୍ଷେତ୍ରରେ ଗଡ଼ିଲା ମା’ ବିରଜାଙ୍କ ରଥ । ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା ପରେ ମା’ଙ୍କ ଚଳନ୍ତି ପ୍ରତିମା ମନ୍ଦିରରୁ ଆସି ସିଂହଧ୍ୱଜ ରଥରେ ବିରାଜମାନ ହେବା ପରେ ବିନା ଭକ୍ତରେ ରଥ ଗଡ଼ିଥିଲା ।  ଏହି ନବଦିନାତ୍ମକ ରଥଯାତ୍ରା ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ଯାଏଁ ପ୍ରତିଦିନ ଅପରାହ୍ନରେ ଅନୁଷ୍ଠିତ ହେବ  । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ୨ଟାରୁ ସକାଳ ୫ଟା […]

maa biraja- car festival

maa biraja- car festival

Niharika Rout
  • Published: Thursday, 07 October 2021
  • Updated: 07 October 2021, 09:33 AM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ବିରଜା କ୍ଷେତ୍ରରେ ଗଡ଼ିଲା ମା’ ବିରଜାଙ୍କ ରଥ । ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା ପରେ ମା’ଙ୍କ ଚଳନ୍ତି ପ୍ରତିମା ମନ୍ଦିରରୁ ଆସି ସିଂହଧ୍ୱଜ ରଥରେ ବିରାଜମାନ ହେବା ପରେ ବିନା ଭକ୍ତରେ ରଥ ଗଡ଼ିଥିଲା ।  ଏହି ନବଦିନାତ୍ମକ ରଥଯାତ୍ରା ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ଯାଏଁ ପ୍ରତିଦିନ ଅପରାହ୍ନରେ ଅନୁଷ୍ଠିତ ହେବ  ।

କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ୨ଟାରୁ ସକାଳ ୫ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି।  କେବଳ ସେବାୟତ ଓ ପୋଲିସ କର୍ମଚାରୀ ରଥ ଟାଣିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି  । ପୋଲିସ ପକ୍ଷରୁ ରଥ ଟଣା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୫ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ଯାଜପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

ଏନେଇ ଯାଜପୁର ଜିଲ୍ଲାପାଳ କହିଛନ୍ତି, ପ୍ରତିଦିନ  ଅପରାହ୍ନରୁ ସକାଳୁ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସକାଳ ୫ଟାରୁ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦୂରରୁ ମା’ଙ୍କ ଦର୍ଶନ ଅନୁମତି ମିଳିବ । ଜନସାଧାରଣଙ୍କ ସପୋର୍ଟ ମିଳୁଛୁ। ଏପରି  ସପୋର୍ଟ ଜାରି ରହିଲେ କୋଭିଡ କଟକଣା ମଧ୍ୟରେ ମା’ଙ୍କ ରଥଟଣା ସୁରୁଖୁରରେ ଶେଷ ହେବ ।

ଏନେଇ ଯାଜପୁର ଏସଡିପିଓ ସରୋଜ ଉପାଧ୍ୟୟ କହିଛନ୍ତି ମା’ଙ୍କ ରଥଯାତ୍ରା ସୁରଖୁରରେ ସମ୍ପନ୍ନ କରିବା ଲାଗି ୫ ପ୍ଲାଟୁନ୍‌, ୨୫ ଅଫିସର, ୫୦ ହୋମଗାର୍ଡ ନିୟୋଜିତ ଅଛନ୍ତି।  ପରିସ୍ଥିତି ଉପରେ ନଜର ରଖାଯାଇଛି। ଶାନ୍ତିଶୃଙ୍ଖଳାର ସହ ମା’ଙ୍କ ନୀତିକାନ୍ତି ସମ୍ପନ୍ନ ହେଉଛି।

ସୂଚନାଯୋଗ୍ୟ, କୋଭିଡ କଟକଣା ଲାଗି ମା’ ବିରଜାଙ୍କ ଦର୍ଶନ ଓ ରଥ ଟଣାକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି।  ୬ତାରିଖ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯାଇଛି । ପ୍ରତ୍ୟେକ ଦିନ ସକାଳରୁ ଅପରାହ୍ନ ୨ଟା ଯାଏ ଶ୍ରଦ୍ଧାଳୁ ରଥକୁ ଦୂରରୁ ଦର୍ଶନ କରିବାକୁ ଅନୁମତି ପାଇଛନ୍ତି। ଏପରିକି ନୀତିକାନ୍ତି ବ୍ୟତୀତ ଅନ୍ୟ ସମୟରେ ସେବାୟତଙ୍କୁ ମଧ୍ୟ ରଥ ନିକଟକୁ ଯିବାକୁ ବାରଣ କରାଯାଇଛି।

https://youtu.be/B-T4EHAJpJQ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos