ଆଜି ବସନ୍ତ ପଞ୍ଚମୀ, ଅନୁକୂଳ ହେବ ରଥକାଠ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବସନ୍ତ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ମା’ ସରସ୍ୱତୀ।  ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ୍ କଟକଣା ଭିତରେ ପୂଜା ଆୟୋଜିତ ହେଉଛି । କୋଭିଡ୍ କଟକଣା ପାଇଁ ଜାକଜମକ ନ ଥିଲେ ମଧ୍ୟ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଯଥାବିଧି ପୂଜା ହେଉଛି । ପୁରାଣ […]

saraswati puja

saraswati puja

Niharika Rout
  • Published: Saturday, 05 February 2022
  • Updated: 05 February 2022, 12:21 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବସନ୍ତ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ମା’ ସରସ୍ୱତୀ।  ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ୍ କଟକଣା ଭିତରେ ପୂଜା ଆୟୋଜିତ ହେଉଛି । କୋଭିଡ୍ କଟକଣା ପାଇଁ ଜାକଜମକ ନ ଥିଲେ ମଧ୍ୟ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଯଥାବିଧି ପୂଜା ହେଉଛି ।

ପୁରାଣ ଶାସ୍ତ୍ର ଅନୁଯାୟୀ, ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର  ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ୱରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଦଳା ପାଞ୍ଜି ଅନୁଯାୟୀ, ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁ ଚାଚେରୀ ଉତ୍ସବ ପ୍ରଚଳନ କରାଇଥିଲେ। ଏହି ଅବସରରେ ସେ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ ।

ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନେ ଶୀତ ପାଇଁ ଯେଉଁ ଘୋଡ଼ବସ୍ତ୍ର ପରିଧାନ କରିଥାନ୍ତି ତାହା କଢ଼ାଯାଇ ଜାମା ଲାଗି ବସ୍ତ୍ର ପିନ୍ଧାଯାଏ । ଏହି ଦିନ ସେମାନେ ସୁବର୍ଣ୍ଣର ନଳିଭୁଜ, ଆଡ଼କାନି, ତଡ଼କି, ତିଳକ, ଚନ୍ଦ୍ରିକା, କୁଣ୍ଡଳ, ଓଡ଼ିଆଣୀ, ଚନ୍ଦ୍ର-ସୂର୍ଯ୍ୟ ଓ ଘାଘଡ଼ାମାଳିରେ ମଣ୍ଡିତ ହୋଇ ବାଚେରୀ ବେଶରେ ଦର୍ଶନ ଦିଅନ୍ତି ।

[caption id="attachment_711500" align="aligncenter" width="650"]sand art ପୁରୀରେ ବାଲୁକା କଳାରେ ମା’ ସରସ୍ୱତୀ।[/caption]

ସେହିପରି ପ୍ରତିବର୍ଷ ବସନ୍ତ ପଞ୍ଚମୀ ତିଥିରେ  ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ବନ ବିଭାଗ ତରଫରୁ ଆସିଥିବା ରଥ ନିର୍ମାଣ ନିମନ୍ତେ ଆସିଥିବା କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । ଆଜି ମଧ୍ୟ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ କାଠ ପହଞ୍ଚିଛି।

ବୀଣାପାଣି ମା’ ସରସ୍ୱତୀଙ୍କ ପୂଜାକୁ ନେଇ ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  ପୁରୀ ବେଳାଭମିରେ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ବାଲିରେ ବିରାଟ ମୂର୍ତ୍ତି କରି ‘ହାପି ସରସ୍ୱତୀ ପୂଜା’ ବୋଲି ଲେଖିଛନ୍ତି । ଯେଉଁଥିରେ ହାତରେ ବୀଣା ଧରିଛନ୍ତି ସରସ୍ୱତୀ । ଏହି ସୁନ୍ଦର ବାଲୁକା କଳା ଦେଖିବାକୁ ସକାଳୁ ସକାଳୁ ଲୋକଙ୍କ ଗହଳି ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story