କାହା ପାଖରେ ଅଛି ମହାଲକ୍ଷ୍ମୀଙ୍କ ମୁକୁଟ? ଘନଉଛି ରହସ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): ମହାଲକ୍ଷ୍ମୀଙ୍କ ମୁଣ୍ଡରେ ଆଉ ଶୋଭା ଯାଉନାହିଁ ମୁକୁଟ। ଏହା କାହା ପାଖରେ ଅଛି କେହି ଜାଣି ନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ ମୁକୁଟ ତାଙ୍କ ପାଖରେ ନ ଥିବା କହିବା ପରେ ଏବେ ଏହା କେଉଁଠି ଅଛି ତାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି।

ଗତ ଗୁରୁବାର ଲକ୍ଷ୍ମୀ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ମଥାରେ ମୁକୁଟ ଶୋଭା ପାଉନଥିବା ଦେଖି କିଛି ଭକ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମୁକୁଟଟି ଭାଙ୍ଗି ଯାଇଥିବାରୁ ଏହାର ମରାମତି ଲାଗି ସେବାୟତମାନେ ଲକ୍ଷ୍ମୀଙ୍କ ମସ୍ତକରୁ ଏହାକୁ ବାହାର କରି ଦେଇଥିଲେ ବୋଲି ସଫେଇ ଦେଇଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମା’ ଲକ୍ଷ୍ମୀଙ୍କ ମୁକୁଟ ନାହିଁ। ସେ କହିଛନ୍ତି- “ମହାଲକ୍ଷ୍ମୀଙ୍କ ମୁକୁଟ ଶ୍ରୀମନ୍ଦିର  ପ୍ରଶାସନକୁ ଦିଆଯାଇନାହିଁ। ମା’ ଲକ୍ଷ୍ମୀଙ୍କ ମୁକୁଟ ଲକ୍ଷ୍ମୀ ମନ୍ଦିରର ସେବକଙ୍କ ଦାୟିତ୍ୱରେ ଥାଏ। ଲକ୍ଷ୍ମୀ ମନ୍ଦିରର ସମ୍ପତ୍ତି ପ୍ରଶାସନର ନିୟନ୍ତ୍ରଣରେ ନଥାଏ।”

ସେ ଆହୁରି କହିଛନ୍ତି- “ଆଗକୁ ଲକ୍ଷ୍ମୀ ମନ୍ଦିରର ସମ୍ପତ୍ତି ପ୍ରଶାସନ ଅକ୍ତିଆରକୁ ଆଣିବା ଲାଗି ବିଚାର ବିମର୍ଶ ଚାଲିଛି। ଏହାସହ ମା’ଙ୍କ ପାଇଁ ଏକ ସୁନାର କିରିଟି ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଆଲୋଚନା ପରେ ଏନେଇ ପଦକ୍ଷେପ ନିଆଯିବ।”

Ordigital Desk
• Published: Sunday, 26 November 2017
• Updated: 26 November 2017, 05:21 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମହାଲକ୍ଷ୍ମୀଙ୍କ ମୁଣ୍ଡରେ ଆଉ ଶୋଭା ଯାଉନାହିଁ ମୁକୁଟ। ଏହା କାହା ପାଖରେ ଅଛି କେହି ଜାଣି ନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ ମୁକୁଟ ତାଙ୍କ ପାଖରେ ନ ଥିବା କହିବା ପରେ ଏବେ ଏହା କେଉଁଠି ଅଛି ତାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି।

ଗତ ଗୁରୁବାର ଲକ୍ଷ୍ମୀ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ମଥାରେ ମୁକୁଟ ଶୋଭା ପାଉନଥିବା ଦେଖି କିଛି ଭକ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମୁକୁଟଟି ଭାଙ୍ଗି ଯାଇଥିବାରୁ ଏହାର ମରାମତି ଲାଗି ସେବାୟତମାନେ ଲକ୍ଷ୍ମୀଙ୍କ ମସ୍ତକରୁ ଏହାକୁ ବାହାର କରି ଦେଇଥିଲେ ବୋଲି ସଫେଇ ଦେଇଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମା’ ଲକ୍ଷ୍ମୀଙ୍କ ମୁକୁଟ ନାହିଁ। ସେ କହିଛନ୍ତି- “ମହାଲକ୍ଷ୍ମୀଙ୍କ ମୁକୁଟ ଶ୍ରୀମନ୍ଦିର  ପ୍ରଶାସନକୁ ଦିଆଯାଇନାହିଁ। ମା’ ଲକ୍ଷ୍ମୀଙ୍କ ମୁକୁଟ ଲକ୍ଷ୍ମୀ ମନ୍ଦିରର ସେବକଙ୍କ ଦାୟିତ୍ୱରେ ଥାଏ। ଲକ୍ଷ୍ମୀ ମନ୍ଦିରର ସମ୍ପତ୍ତି ପ୍ରଶାସନର ନିୟନ୍ତ୍ରଣରେ ନଥାଏ।”

ସେ ଆହୁରି କହିଛନ୍ତି- “ଆଗକୁ ଲକ୍ଷ୍ମୀ ମନ୍ଦିରର ସମ୍ପତ୍ତି ପ୍ରଶାସନ ଅକ୍ତିଆରକୁ ଆଣିବା ଲାଗି ବିଚାର ବିମର୍ଶ ଚାଲିଛି। ଏହାସହ ମା’ଙ୍କ ପାଇଁ ଏକ ସୁନାର କିରିଟି ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଆଲୋଚନା ପରେ ଏନେଇ ପଦକ୍ଷେପ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos