ମୋହନା(ମିହିର ଯତୀ): ବ୍ରହ୍ମପୁର ଚାଲାଣ ବେଳେ ୯ ଲକ୍ଷ ଟଙ୍କା ଗଞ୍ଜେଇ ଜବତ କରିଛି ଗଜପତି ଜିଲ୍ଲା ମୋହନା ଥାନା ପୁଲିସ। ଏହି ଘଟଣାରେ ଭାଲିଆଗଣ୍ଡା ଗାଁର ଥୋମାସ ନାୟକକୁ ପୁଲିସ ଗିରଫ କରିଛି। ତେବେ କେତେଦିନ ଧରି ଏପରି ଚୋରା ଗଞ୍ଜେଇ ଚାଲାଣ ଚାହାଥିଲା, ତାହା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଥୋମାସ ନାୟକ ୭ଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତିକରି ବ୍ରହ୍ମପୁର ଚାଲାଣ ପାଇଁ ବସ୍କୁ ଅପେକ୍ଷା କରିଥିଲେ। ତେବେ ଏହି ସମୟରେ ବାରିଆବନ୍ଧ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୁଲିସର ନଜର ବସ୍ତା ଉପରେ ପଡ଼ିଥିଲା। ପରେ ଯାଞ୍ଚ କରିବାରୁ ବସ୍ତା ଭିତରୁ ଗଞ୍ଜେଇ ବାହାରିଥିଲା। ଯାହା ଓଜନ ୧୮୦ କେଜି ହେବ। ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁକୁ କରି ଅଭିଯୁକ୍ତ ଥୋମାସକୁ କୋର୍ଟ ଚାଲାଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ପବିତ୍ର ଶାମ୍ବ ଦଶମୀ, ଚଳଚଞ୍ଚଳ ଅର୍କକ୍ଷେତ୍ର
ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।
Events & Festivals
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ଆଜି ଉଦଘାଟନ କରିବେ ମୋଦି
ଗତ ରାତିରେ ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ସକାଳ ୧୦ଟାରୁ ସାଢେ ୧୧ଟା ଯାଏ ମୋଦି ଜନତା ମୈଦାନରେ ରହିବା କାର୍ଯ୍ୟକ୍ରମ ରହିଛି।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା: ଆସନ୍ତା ସପ୍ତାହରେ ହେବ ଏମଓୟୁ
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।