କ’ଣ ହେବ ମହାନଦୀ ଜଳ ବିବାଦର ଭାଗ୍ୟ?

ଭୁବନେଶ୍ୱର: ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଏହି ମାମଲାର ସମାଧାନର ରାସ୍ତା ଟ୍ରିବ୍ୟୁନାଲ ମାଧ୍ୟମରେ ହେବା ଉଚିତ୍ ବୋଲି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାବି ରଖି ଆସିଛନ୍ତି। କିଛିଦିନ ତଳେ ଓଡ଼ିଶା ସରକାର ଏନେଇ ସତ୍ୟପାଠ ମଧ୍ୟ ଦାଖଲ କରିସାରିଛନ୍ତି। ୬୦ ପୃଷ୍ଠା ସମ୍ବଳିତ ଏହି ସତ୍ୟପାଠରେ ରାଜ୍ୟ ସରକାର କହିଛନ୍ତି, ଆନ୍ତଃ ରାଜ୍ୟ ଜଳବିବାଦ ଆଇନ୍ ଅନୁସାରେ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ। କାରଣ ମାମଲାକୁ ବର୍ଷେ ବତିଯାଇଥିଲେ ବି ଦୁଇ ରାଜ୍ୟ ଭିତରେ ସମାଧାନର ବାଟ ବାହାରିନାହିଁ।

ଅନ୍ୟପଟେ ଆପୋଷ ସମାଧାନ ଭିତ୍ତିରେ ସମାଧାନ କରିବାକୁ କେନ୍ଦ୍ର ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଜଣାଇଛି। ତେବେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରର ଟଣାଓଟରା ଭିତରେ ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିବ।

ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ମନା କରିନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅତୀତରେ ଟ୍ରିବ୍ୟୁନାଲ ଲମ୍ବା ସମୟ ଧରି ଚାଲୁଥିବାର ଉଦାହରଣ ରଖି ଧର୍ମେନ୍ଦ୍ର କହିଛନ୍ତି, ସଂସଦରେ ଉପସ୍ଥାପିତ ହୋଇଥିବା ନୂଆ ଟ୍ରିବ୍ୟୁନାଲ ବିଲ୍ ପାସ ହେବା ପରେ ତିନି ବର୍ଷ ମଧ୍ୟରେ ବିବାଦର ସମାଧାନ ହେବ।  ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ରାଜ୍ୟ ସରକାର ଟ୍ରିବ୍ୟୁନାଲର ବାହାନା ନେଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର। ଓଡ଼ିଶା ଏବଂ ଛତିଶଗଡ଼, ଭାରତ-ପାକିସ୍ତାନ ନୁହଁନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ଆପୋଷ ଆଲୋଚନାରେ ମହାନଦୀ ବିବାଦର ସମାଧାନ ହେବ ବୋଲି ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Ordigital Desk
• Published: Monday, 11 December 2017
• Updated: 11 December 2017, 07:49 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos