ମହାନଦୀ ଶୁଣାଣି ଫେବ୍ରୁଆରୀ ୧କୁ ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବ୍ରୁଆରୀ ୧କୁ ଘୁଞ୍ଚିଲା ମହାନଦୀ ଶୁଣାଣି। ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଥିଲା। ପୂର୍ବରୁ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ହେବ। ଜାନୁଆରୀ ୪ ତାରିଖରେ ଛତିଶଗଡ଼ ପ୍ରତିନିଧି ଦଳ ଓଡ଼ିଶା ଆସି ପୁଣିଥରେ କ୍ଷେତ୍ର ପରିଦର୍ଶନ କରିବ। ସେହିପରି ଓଡ଼ିଶା ଦଳ ଛତିଶଗଡ଼ରେ ଆସନ୍ତା ୧୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନରେ ଯିବ। […]

mahanadi

Manoranjan Sial
  • Published: Saturday, 14 December 2019
  • , Updated: 14 December 2019, 03:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବ୍ରୁଆରୀ ୧କୁ ଘୁଞ୍ଚିଲା ମହାନଦୀ ଶୁଣାଣି। ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଥିଲା। ପୂର୍ବରୁ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ହେବ। ଜାନୁଆରୀ ୪ ତାରିଖରେ ଛତିଶଗଡ଼ ପ୍ରତିନିଧି ଦଳ ଓଡ଼ିଶା ଆସି ପୁଣିଥରେ କ୍ଷେତ୍ର ପରିଦର୍ଶନ କରିବ।

ସେହିପରି ଓଡ଼ିଶା ଦଳ ଛତିଶଗଡ଼ରେ ଆସନ୍ତା ୧୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନରେ ଯିବ। ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରି ଟ୍ରିବ୍ୟୁନାଲ୍‌କୁ ଅବଗତ କରାଇଛନ୍ତି। ପ୍ରଥମେ ଅକ୍ଟୋବର ୨୯ ତାରିଖରୁ ନଭେମ୍ବର ୩ ଯାଏ ଓଡ଼ିଶା ପ୍ରତିନିଧି ଦଳ ଛତିଶଗଡ଼ରେ ଯାଇ ପ୍ରକଳ୍ପ ଗୁଡିକର ଅନୁଧ୍ୟାନ କରି ଫେରିଥିଲେ। ଏହାପରେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଛତିଶଗଡ଼ର ଟିମ୍‌ ଆସି ଓଡ଼ିଶାରେ ମହାନଦୀ ଉପରେ ଥିବା ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ। ଏହାପରେ ଉଭୟ ରିପୋର୍ଟ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିଲା।

Related story