ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଜାନୁୟାରୀ ତୃତୀୟ ସପ୍ତାହକୁ ଶୁଣାଣି ଘୁଞ୍ଚିଛି। ଏହି ପ୍ରସଙ୍ଗର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ରହିଥିବା ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ କୁହାଯାଇଥିଲା। ଟ୍ରିବ୍ୟୁନାଲ ଗଠନର କୌଣସି ଆବଶ୍ୟକତା ନ ଥିବା କହିବା ସହ ଜଏଣ୍ଟ୍ କଣ୍ଟ୍ରୋଲ୍ ବୋର୍ଡ ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ଛତିଶଗଡ଼ ପକ୍ଷରୁ କୁହାଯାଇଥିଲା।

ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାର ସ୍ପଷ୍ଟଚିତ୍ର ଦେଇପାରି ନ ଥିବାରୁ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।  ପୂର୍ବରୁ ସୁପ୍ରିମକୋର୍ଟକୁ କେନ୍ଦ୍ର ସରକାର ଗତ ନଭେମ୍ବର ୧୯ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାଇଥିଲେ।  କୋର୍ଟ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ଜାନୁୟାରୀ ତୃତୀୟ ସପ୍ତାହ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଜାନୁୟାରୀ ତୃତୀୟ ସପ୍ତାହ ସୁଦ୍ଧା ରିପୋର୍ଟ ନ ଦେଲେ ମେରିଟ୍ ଆଧାରରେ ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ମନା କରିନାହିଁ ବୋଲି ସ୍ପଷ୍ଟୀକରଣ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅତୀତରେ ଟ୍ରିବ୍ୟୁନାଲ ଲମ୍ବା ସମୟ ଧରି ଚାଲୁଥିବାର ଉଦାହରଣ ରଖି ଧର୍ମେନ୍ଦ୍ର କହିଥିଲେ,- ସଂସଦରେ ଉପସ୍ଥାପିତ ହୋଇଥିବା ନୂଆ ଟ୍ରିବ୍ୟୁନାଲ ବିଲ୍ ପାସ ହେବା ପରେ ତିନି ବର୍ଷ ମଧ୍ୟରେ ବିବାଦର ସମାଧାନ ହେବ।  ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ରାଜ୍ୟ ସରକାର ଟ୍ରିବ୍ୟୁନାଲର ବାହାନା ନେଉଛନ୍ତି। ଓଡ଼ିଶା ଏବଂ ଛତିଶଗଡ଼, ଭାରତ-ପାକିସ୍ତାନ ନୁହଁନ୍ତି।

ତେଣୁ ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ଆପୋଷ ଆଲୋଚନାରେ ମହାନଦୀ ବିବାଦର ସମାଧାନ ହେବ ବୋଲି ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Ordigital Desk
• Published: Monday, 11 December 2017
• Updated: 11 December 2017, 01:13 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos