ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଦେବସ୍ନାନ ପୂର୍ଣ୍ଣିମାରେ ଉଠିବ ୪ ନାହାକା

ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଯେତିକି ପାଖେଇ ଆସୁଛି, ତିନି ରଥ ନିର୍ମାଣ କାମ ସେତିକି ଦ୍ରୁତ ଗତିରେ ଆଗେଇ ଚାଲିଛି। ଏବେ ରଥଖଳାରେ ଚାଲିଛି ଚାରି ନାହାକା, ଗରଗର ଓ ଦଣ୍ଡା ଆଦି ନିର୍ମାଣ କାର୍ଯ୍ୟ। ତିନି ରଥର ମୋଟ ୪୨ଟି ଚକ ସହ ଅଖ ସଂଯୋଗ କରାଯାଇ ସାରିଛି। ଏହାପରେ ୪ ନାହାକା ଉଠିବ। ଦେବସ୍ନାନ ପୂର୍ଣ୍ଣିମାରେ ୪ ନାହାକା ଉଠିବାର ବିଧି ଥିବାରୁ ହାତରେ ଆଉ ବେଶୀ ସମୟ ନାହିଁ। ତେଣୁ ଠିକ୍ […]

ratha-jatra

Manoranjan Sial
  • Published: Wednesday, 12 June 2019
  • , Updated: 12 June 2019, 09:06 PM IST

ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଯେତିକି ପାଖେଇ ଆସୁଛି, ତିନି ରଥ ନିର୍ମାଣ କାମ ସେତିକି ଦ୍ରୁତ ଗତିରେ ଆଗେଇ ଚାଲିଛି। ଏବେ ରଥଖଳାରେ ଚାଲିଛି ଚାରି ନାହାକା, ଗରଗର ଓ ଦଣ୍ଡା ଆଦି ନିର୍ମାଣ କାର୍ଯ୍ୟ। ତିନି ରଥର ମୋଟ ୪୨ଟି ଚକ ସହ ଅଖ ସଂଯୋଗ କରାଯାଇ ସାରିଛି। ଏହାପରେ ୪ ନାହାକା ଉଠିବ। ଦେବସ୍ନାନ ପୂର୍ଣ୍ଣିମାରେ ୪ ନାହାକା ଉଠିବାର ବିଧି ଥିବାରୁ ହାତରେ ଆଉ ବେଶୀ ସମୟ ନାହିଁ। ତେଣୁ ଠିକ୍ ସମୟରେ କାମ ସରିବା ପାଇଁ ଲାଗି ପଡ଼ିଛନ୍ତି ବିଶ୍ୱକର୍ମ ମହାରଣା। ଅନ୍ୟପକ୍ଷରେ ଅଧିକ କାମ ପାଇଁ ଅଧିକ ମଜୁରି ଦାବି କରି ବିଶ୍ୱକର୍ମା ମହାରଣା ଓ ଭୋଇ ସେବକ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି।

ସେପଟେ ଦେଢ଼ ଗୁଣ ମଜୁରି ଦାବି ସମ୍ପର୍କିତ ଚିଠିକୁ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ସେମାନଙ୍କ ଦାବି ନେଇ ବିଚାର ଚାଲିଛି। ଠିକ୍ ସମୟରେ ଚାରି ନାହାକା ଉଠିଯିବ ବୋଲି ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି।

Related story