ନବୀନଙ୍କ ସ୍ୱପ୍ନ କେତେ ପ୍ରସ୍ତୁତ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପଅର୍ଯ୍ୟନ୍ତ ହେବାକୁ ଥିବା ଏହି କର୍ଯ୍ୟକ୍ରମ ପାଇଁ ବର୍ଷେ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ସେପଟେ ୮ ହଜାର ୯୩୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଶିଳ୍ପାୟନର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ମେକ୍ ଇନ୍ ଓଡ଼ିଶାରେ […]

43210

Tapas Behera
  • Published: Saturday, 30 November 2019
  • , Updated: 30 November 2019, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପଅର୍ଯ୍ୟନ୍ତ ହେବାକୁ ଥିବା ଏହି କର୍ଯ୍ୟକ୍ରମ ପାଇଁ ବର୍ଷେ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ସେପଟେ ୮ ହଜାର ୯୩୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଶିଳ୍ପାୟନର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ମେକ୍ ଇନ୍ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆସିଥିବା ପ୍ରସ୍ତାବ ମଧ୍ୟରୁ ମାତ୍ର ୪୧ ପ୍ରତିଶତକୁ ଅନୁମୋଦନ ମିଳିଥିବା ବେଳେ ଲକ୍ଷ୍ୟର ୪୦ ପ୍ରତିଶତ ପୁଞ୍ଜି ଆସିପାରିଛି। ୧୨ ହଜାର ନିଯୁକ୍ତି ସୁଯୋଗ ରହିଥିବା ବଳେ  ଫୋକସ୍‌ରେ ରହିଛି କେମିକାଲ୍ ଫର୍ଟିଲାଇଜର।

ଏହାରି ଭିତରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ଆସନ୍ତା ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନରେ ଓଡ଼ିଶା ଦେଶରେ ତୃତୀୟ ନମ୍ବର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଲା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦେଶର ୧୮ ପ୍ରତିଶତ ପୁଜିଂନିବେଶ କେବଳ ଓଡ଼ିଶାରେ ହୋଇଛି ବେଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏ କ୍ଷେତ୍ରରେ ମଧ୍ୟ 5T ଲାଗୁ ହେବ।

ଅନ୍ୟପଟେ ରାଜ୍ୟରେ ଶିଳ୍ପ ବିକାଶ  ନେଇ ସରକାର ରଂଗୀନ ସ୍ୱପ୍ନ ଦେଖାଉଛନ୍ତି। ହେଲେ ବାସ୍ତବତା କିନ୍ତୁ ଭିନ୍ନ ରହିଛି। ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଆଗ୍ରହ ଦେଖାଇଥିବା ୨୮୬ ପ୍ରସ୍ତାବ ଭିତରୁ ଏବେ ସୁଦ୍ଧା ମାତ୍ର ୧୧୯କୁ  ମିଳିଛି ମଂଜୁରୀ। ସେହିପରି ମେକ୍ ଇନ୍ ଓଡ଼ିଶାର ଦୁଇଟି ସଂସ୍କରଣରେ ୬ ଲକ୍ଷ ୨୬ ହଜାର କୋଟିର ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏବେ ସୁଦ୍ଧା ସିଙ୍ଗିଲ୍ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ମାତ୍ର ୨ଲକ୍ଷ ୫୩ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ପ୍ରଶ୍ନ ଉଠୁଛି ଅନ୍ୟ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ଦେବାରେ କାହିଁକି ବିଳମ୍ବ କରୁଛନ୍ତି ସରକାର? ଏହାକୁ ନେଇ  ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ।

ଗତ ୧୦ ବର୍ଷରେ ପୋସ୍କୋ, ମିତ୍ତଲ ଭଳି ୧୦ଟି ବଡ଼ ଶିଳ୍ପ ସଂସ୍ଥା ଓଡ଼ିଶାରୁ ମୁହଁ ଫେରାଇ ନେଇଛନ୍ତି। ଏହି ୧୦ ବର୍ଷରେ ସରକାର ୩୦୧ଟି ଏମ୍ଓୟୁ କରିଥିଲେ ମଧ୍ୟ ମାତ୍ର ୫୧ଟି ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।

Related story