ମାଲକାନଗିରି: ବନ୍ୟାରେ ଫସିଥିବା ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ
ମାଲକାନଗିରି: ନିଶ୍ଚିତ ବିପଦରୁ ରକ୍ଷା ପାଇଲେ ୬ ଜଣ ପର୍ଯ୍ୟଟକ। ମାଲକାନଗିରି ଜିଲ୍ଲା ସୀମାନ୍ତ ତିରଥଗଡ଼ ପର୍ଯ୍ୟଟନ ସ୍ଥଳିରେ ବନ୍ୟାପାଣିରେ ଫସି ରହିଥିବା ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଛତିଶଗଡ଼ ପୋଲିସ। ଏକ ଘରୋଇ ବ୍ୟାଙ୍କ ପରିଚାଳକଙ୍କ ସହ ୬ଜଣ ପର୍ଯ୍ୟଟକ ତିରଥଗଡ଼କୁ ବୁଲିବାକୁ ଆସିଥିଲେ। ଏମାନେ ପାହାଡ଼ ଉପରକୁ ଚଢ଼ିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ପାହାଡ଼ ମଝିରେ ଫସି ରହିଥିଲେ ସମସ୍ତ ପର୍ଯ୍ୟଟକ। ଛତିଶଗଡ଼ ପୋଲିସ […]
vlcsnap-2015-06-23-11h25m13s10
ମାଲକାନଗିରି: ନିଶ୍ଚିତ ବିପଦରୁ ରକ୍ଷା ପାଇଲେ ୬ ଜଣ ପର୍ଯ୍ୟଟକ। ମାଲକାନଗିରି ଜିଲ୍ଲା ସୀମାନ୍ତ ତିରଥଗଡ଼ ପର୍ଯ୍ୟଟନ ସ୍ଥଳିରେ ବନ୍ୟାପାଣିରେ ଫସି ରହିଥିବା ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଛତିଶଗଡ଼ ପୋଲିସ। ଏକ ଘରୋଇ ବ୍ୟାଙ୍କ ପରିଚାଳକଙ୍କ ସହ ୬ଜଣ ପର୍ଯ୍ୟଟକ ତିରଥଗଡ଼କୁ ବୁଲିବାକୁ ଆସିଥିଲେ। ଏମାନେ ପାହାଡ଼ ଉପରକୁ ଚଢ଼ିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ପାହାଡ଼ ମଝିରେ ଫସି ରହିଥିଲେ ସମସ୍ତ ପର୍ଯ୍ୟଟକ। ଛତିଶଗଡ଼ ପୋଲିସ ୧୬ ଘଣ୍ଟା ପରିଶ୍ରମ କରି ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି।