ମାଲକାନାଗିରି : ବନ୍ୟା ପରିସ୍ଥିତିରେ ଉନ୍ନତି, ଏବେ ବହୁ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନାଗିରିରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଉନ୍ନତି ଘଟିଥିଲେ ହେଁ ସଂପୂର୍ଣ୍ଣ ସୁଧାର ଆସି ନାହିଁ । ଏବେ ବି ଅନେକ ଗାଁ ପାଣି ଘେରରେ ଅଛି । ବର୍ଷାପାଣି ଯୋଗୁଁ ୧୩ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ଉପରମୁଣ୍ଡରୁ ପାଣି ଆସୁଥିବାରୁ ମାଲକାନଗିରି କାଳିମେଳା ମୁଖ୍ୟ ରାସ୍ତାର କାଙ୍କରକୋଣ୍ଡାରେ ଏବେ ମଧ୍ୟ ପାଣି ଚାଲିଛି। ରାସ୍ତାର ଉଭୟ ପାଶ୍ୱରେ ଯାନବାହନ ଅଟକି ରହିଛି । ଲୋକମାନେ ନାହିଁନଥିବା ଅସୁବିଧାର […]

vlcsnap-2015-06-23-12h13m53s67

Rakesh Mallick
  • Published: Tuesday, 23 June 2015
  • , Updated: 23 June 2015, 06:42 AM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନାଗିରିରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଉନ୍ନତି ଘଟିଥିଲେ ହେଁ ସଂପୂର୍ଣ୍ଣ ସୁଧାର ଆସି ନାହିଁ । ଏବେ ବି ଅନେକ ଗାଁ ପାଣି ଘେରରେ ଅଛି । ବର୍ଷାପାଣି ଯୋଗୁଁ ୧୩ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ଉପରମୁଣ୍ଡରୁ ପାଣି ଆସୁଥିବାରୁ ମାଲକାନଗିରି କାଳିମେଳା ମୁଖ୍ୟ ରାସ୍ତାର କାଙ୍କରକୋଣ୍ଡାରେ ଏବେ ମଧ୍ୟ ପାଣି ଚାଲିଛି। ରାସ୍ତାର ଉଭୟ ପାଶ୍ୱରେ ଯାନବାହନ ଅଟକି ରହିଛି । ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ କୋରକୋଣ୍ଡା ଚିଟିବିରି ଗାଁରେ କାନ୍ଥପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିଛି ସ୍ଥାନରେ ମାଟି ରାସ୍ତା ଧୋଇ ଯାଇଥିବାରୁ ଯାତାୟତରେ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ବନ୍ୟାରେ ଜିଲ୍ଲାରେ ୪୨୦ଟି ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି।

Related story